ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ପକ୍ଷରୁ ମୁଥୁଟ୍ ଫାଇନାନ୍ସ ସହଭାଗିତାରେ ଏୟାରଟେଲ୍ ଥ୍ୟାଙ୍କ୍‌ସ ଆପ୍‌ରେ ସୁନା ଋଣ ପ୍ରଦାନ

  • ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ପକ୍ଷରୁ ମୁଥୁଟ୍ ଫାଇନାନ୍ସ ସହଭାଗିତାରେ ଏୟାରଟେଲ୍ ଥ୍ୟାଙ୍କ୍‌ସ ଆପ୍‌ରେ ସୁନା ଋଣ ପ୍ରଦାନ
    ଭୁବନେଶ୍ୱର: ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ଏହାର ଗ୍ରାହକଙ୍କୁ ଋଣ ପାଇଁ ସହଜ ପହଂଚ ପ୍ରଦାନ କରିବା ଆରମ୍ଭ କରିଛି । ବ୍ୟାଙ୍କର ଗ୍ରାହକମାନେ ଏବେ ଏୟାରଟେଲ୍ ଥ୍ୟାଙ୍କ୍‌ସ ଆପ୍‌ରେ ଏକ ମିନିଟ୍ ମଧ୍ୟରେ ମୁଥୁଟ୍ ଫାଇନାନ୍ସରୁ ସୁନା ଋଣ ପାଇଁ ଆବେଦନ କରିପାରିବେ । ଏହି ସହଭାଗିତା ସହ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ଗ୍ରାହକମାନେ ମୁଥୁଟ୍ ଫାଇନାନ୍ସରୁ ଶୂନ ପ୍ରୋସେସିଂ ଫି’ ସହିତ ବାଧାମୁକ୍ତ ସୁନା ଋଣ ପାଇପାରିବେ । ସର୍ବାଧିକ ମୂଲ୍ୟ ପ୍ରଦାନ କରି ମୁଥୁଟ୍ ଫାଇନାନ୍ସ ସୁନା ମୂଲ୍ୟର ସର୍ବାଧିକ ୭୫%କୁ ଋଣ ଭାବେ ପ୍ରଦାନ କରୁଛି । ଗ୍ରାହକମାନେ ୫୦,୦୦୦ ଟଙ୍କା କିମ୍ବା ତାହାଠାରୁ ଅଧିକ ମୂଲ୍ୟର ଋଣ ରାଶି ପାଇଁ ଡୋର୍‌ଷ୍ଟେପ୍ ବିତରଣ ପାଇପାରିବେ ।
    ଏୟାରଟେଲ୍ ଥ୍ୟାଙ୍କସ୍ ଆପ୍ ମାଧ୍ୟମରେ ଗ୍ରାହକମାନେ ୩୦୦୦ ଟଙ୍କାରୁ ଆରମ୍ଭ ହେଉଥିବା ସ୍ୱଳ୍ପ ଋଣ ରାଶି ପାଇଁ ଏବଂ ସର୍ବନିମ୍ନ ୭ ଦିନରୁ ଆରମ୍ଭ ହେଉଥିବା ଏକ ସ୍ୱଳ୍ପାବଧି ପାଇଁ ଆବେଦନ କରିପାରିବେ । ଏହି ନମନୀୟ ପେମେଂଟ୍ ବିକଳ୍ପ ଗ୍ରାହକଙ୍କୁ ମାଚ୍ୟୁରିଟି ତାରିଖ ପୂର୍ବରୁ ବିନା କୌଣସି ଅତିରିକ୍ତ ଶୁଳ୍କରେ ଆଶିଂକ ପେମେଂଟ୍ କିମ୍ବା ସମ୍ପୂର୍ଣ୍ଣ ପେମେଂଟ୍ କରିବାକୁ ଅନୁମତି ଦେଉଛି । ଗ୍ରାହକମାନେ ଏୟାରଟେଲ୍ ପେମେଂଟ୍ ବ୍ୟାଙ୍କ ପାଇଁ ଉଦ୍ଦିଷ୍ଟ ୫ ଲକ୍ଷ ପଡୋଶୀ ବ୍ୟାଙ୍କିଙ୍ଗ ପଏଂଟ୍‌ଗୁଡିକୁ ପରିଦର୍ଶନ କରି ଏକ ସୁନା ଋଣ ପାଇଁ ଆବେଦନ କରିପାରିବେ ।
    ଏସମ୍ପର୍କରେ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କର ମୁଖ୍ୟ ପରିଚାଳନା ଅଧିକାରୀ- ଗଣେଶ ଅନନ୍ଥନାରାୟଣନ୍ କହିଛନ୍ତି, “ସୁନା ଋଣଗୁଡିକ ସୁରକ୍ଷିତ ଋଣ ଅଟେ ଯାହାକୁ ବ୍ୟକ୍ତିଗତଠାରୁ ଆରମ୍ଭ କରି ପେସାଦାର ପର୍ଯ୍ୟନ୍ତ ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବା ପାଇଁ ହାସଲ କରାଯାଇପାରିବ । ଆମେ ଏୟାରଟେଲ୍ ଥ୍ୟାଙ୍କସ୍ ଆପ୍ ମାଧ୍ୟମରେ ସୁନା ଋଣ ପାଇଁ ସହଜ ପହଂଚ ପ୍ରଦାନ କରିବା ଲାଗି ମୁଥୁଟ୍ ଫାଇନାନ୍ସ ସହ ସହଭାଗିତା କରି ଖୁସି ଅନୁଭବ କରୁଛୁ । ମୁଥୁଟ୍ ଫାଇନାନ୍ସ ଦ୍ୱାରା ପ୍ରଦାନ କରାଯାଉଥିବା ନମନୀୟ ପରିଶୋଧ ସୁବିଧା ଏହାକୁ ଗ୍ରାହକଙ୍କ ପାଇଁ ଏକ ଉନ୍ନତ ସମାଧାନରେ ପରିଣତ କରୁଛି ଯେଉଁମାନେ ସ୍ୱଳ୍ପ କିମ୍ବା ଦୀର୍ଘାବଧି ଋଣ ଚାହୁଁଛନ୍ତି । ଆମେ ସକରାତ୍ମକ ରହିଛୁ ଯେ, ଆମର ଗ୍ରାହକମାନେ ଏଥିରୁ ଉପକୃତ ହେବେ ।”
    ଏହି ସହଭାଗିତା ସମ୍ପର୍କରେ ମତ ରଖି ମୁଥୁଟ୍ ଫାଇନାନ୍ସର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଆଲେକ୍‌ଜ୍ୟାଣ୍ଡର ଜର୍ଜ ମୁଥୁଟ୍ କହିଛନ୍ତି, ‘ଆମେ ଗ୍ରାହକଙ୍କ ପାଇଁ ଏକ ପ୍ରଭାବୀ ଓ ସମାବେଶୀ ଋଣ ସମାଧାନ ଆଣିବା ପାଇଁ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ସହ ସହଭାଗିତା କରି ଉତ୍ସାହିତ ରହିଛୁ । ଏହି ସହଭାଗିତା ନିଜର ସୁନା ସମ୍ପତି ଉପରେ ଶୀଘ୍ର ତରତଳା ଚାହୁଁଥିବା ଗ୍ରାହକଙ୍କୁ ସୁରକ୍ଷିତ ଓ ସୁଲଭ ଋଣ ପାଇଁ ପହଂଚ ପ୍ରଦାନ କରିବ । ଆମେ ବିଭିନ୍ନ ଭୌଗୋଳିକ ଅବସ୍ଥିତି ଓ ଆଧାରରେ ଗ୍ରାହକଙ୍କର ଏକ ବିସ୍ତୃତ ଶୃଙ୍ଖଳାକୁ ସେବା ପ୍ରଦାନ କରିବା ପାଇଁ ଖୁସି ଅନୁଭବ କରୁଛୁ ।’
Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *