ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ଭାରତୀୟ ତଟରକ୍ଷୀ ବାହିନୀ ସହ ଏମ୍‌ଓୟୁ ସ୍ୱାକ୍ଷରିତ

ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ଭାରତୀୟ ତଟରକ୍ଷୀ ବାହିନୀ ସହ ଏମ୍‌ଓୟୁ ସ୍ୱାକ୍ଷରିତ

ଭୁବନେଶ୍ୱର: ପ୍ରତିରକ୍ଷା କ୍ଷେତ୍ର ପ୍ରତି ରହିଥିବା ପ୍ରତିବଦ୍ଧତାକୁ ସୁଦୃଢ଼ କରି ଭାରତର ତୃତୀୟ ସର୍ବବୃହତ ଘରୋଇ ବ୍ୟାଙ୍କ୍ ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ଏହାର “ପାୱାର ସାଲ୍ୟୁଟ୍‌’ ଅଭିଯାନ ଅଧୀନରେ ଶ୍ରେଷ୍ଠ ଶ୍ରେଣୀର ସୁବିଧା ଓ ବୈଶିଷ୍ଟ୍ୟ ଥିବା ପ୍ରତିରକ୍ଷା ସେବା ବେତନ ପ୍ୟାକେଜ୍ ପ୍ରଦାନ କରିବା ଲାଗି ରତୀୟ ତଟରକ୍ଷୀ ବାହିନୀ (ଇଣ୍ଡିଆନ୍ କୋଷ୍ଟ ଗାର୍ଡ) ସହ ବୁଝାମଣାପତ୍ର
(ଏମ୍‌ଓୟୁ) ସ୍ୱାକ୍ଷର କରାଯାଇଛି । ତଟରକ୍ଷୀ ବାହିନୀ କାର୍ଯ୍ୟାଳୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷର ସମାରୋହ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ତଟରକ୍ଷୀ ବାହିନୀର ପ୍ରତିନିଧିତ୍ୱ କରିଥିଲେ ଡେପୁଟି ଇନ୍‌ସପେକ୍ଟର୍ ଜେନେରାଲ୍ କାଜଲ୍ ରାଏ, ପ୍ରିନ୍‌ସିପାଲ୍ ଡାଇରେକ୍ଟର୍ (ପ୍ରଶାସନ) ଓ ଅତିରିକ୍ତ ଡାଇରେକ୍ଟର୍‌ ଜେନେରାଲ୍ ରାକେଶ ପାଲ୍ ପିଟିମ୍‌, ଟିଏମ୍ ଓ ଆକ୍ସିସ୍ ବ୍ୟାଙ୍କ୍ ତରଫରୁ
ପ୍ରତିନିଧିତ୍ୱ କରିଥିଲେ କାର୍ଯ୍ୟନିର୍ବାହୀ ଉପସଭାପତି ମିସ୍ ତନୁ ମଲ୍‌ହୋତ୍ରା ଓ ଲେଫଟ୍‌ନେଂଟ୍ କର୍ଣ୍ଣେଲ୍ ଏମ୍ କେ ଶର୍ମା, ନ୍ୟାସନାଲ୍‌
ଆକାଉଂଟସ୍ ହେଡ୍ । ଏହି ସ୍ୱତନ୍ତ୍ର ପ୍ରତିରକ୍ଷା ବେତନ ପ୍ୟାକେଜ୍ ଜରିଆରେ ଆକ୍ସିସ୍ ବ୍ୟାଙ୍କ୍‌ ପକ୍ଷରୁ ଭାରତୀୟ ତଟରକ୍ଷୀ ବାହିନୀର ସମସ୍ତ ର‌୍ୟାଙ୍କ୍‌ର ଭେଟେରାନ୍‌, କ୍ୟାଡେଟ୍ ଓ କର୍ମଚାରୀମାନଙ୍କୁ ବହୁ ସୁବିଧା ପ୍ରଦାନ କରାଯିବ । ସମସ୍ତ କର୍ମଚାରୀ, ଭେଟେରାନ, କ୍ୟାଡେଟ୍ ଓ ରିକ୍ରୁଟ୍‌ମାନଙ୍କୁ ୫୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ବ୍ୟକ୍ତିଗତ ଦୁର୍ଘଟଣା ବୀମା ସୁରକ୍ଷା ପ୍ରଦାନ କରାଯିବ । ଅତିରିକ୍ତ ଶିଶୁ ଶିକ୍ଷା
ଅନୁଦାନ ଭାବେ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା ମିଳିବ । ସ୍ଥାୟୀ ଭାବେ ଆଂଶିକ ଭିନ୍ନକ୍ଷମତା ପାଇଁ ୪୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁରକ୍ଷା ଓ ବାୟୁ ଦୁର୍ଘଟଣା ସୁରକ୍ଷା ଭାବେ ୧ କୋଟି ଟଙ୍କା ମିଳିବ । ଗୃହ ଋଣ ଉପରେ ପ୍ରୋସେସିଂ ଫି’ ଶୂନ ରହିବ ଓ ୧୨ଟି ଇଏମ୍‌ଆଇ ଛାଡ଼ ମିଳିବ । ବିନା ଚାର୍ଜରେ ୩ ପରିବାର ସଦସ୍ୟଙ୍କ ପାଇଁ ଜିରୋ ବାଲାନ୍ସ ଆକାଉଂଟ୍ ସୁବିଧା ମିଳିବ । ଏକ ୟୁନିଭର୍ସାଲ୍ ନମ୍ବର ଦିଆଯିବ ଯାହା ଜରିଆରେ ସାରା ଦେଶରେ ଥିବା ଆକ୍ସିସ୍ ବ୍ୟାଙ୍କର ସବୁ ଶାଖାକୁ “ହୋମ୍ ବ୍ରାଂଚ୍‌’ ଭାବେ ବ୍ୟବହାର କରିହେବ ।
ପ୍ରତିରକ୍ଷା ବଳକୁ ସେବା ପ୍ରଦାନ କରିବା ଏବଂ ସେମାନଙ୍କ ଆର୍ଥିକ ଆବଶ୍ୟକତା, ଅଭିଳାଷ ଓ ମାଇଲଖୁଂଟକୁ ପୂରଣ କରିବାରେ ସହାୟକ ହେବା ଲାଗି ଆକ୍ସିସ୍ ବ୍ୟାଙ୍କ୍ କରୁଥିବା ଉଦ୍ୟମର ପ୍ରତିଫଳନ ହେଉଛି ଏହି ଏମ୍‌ଓୟୁ । ଆକ୍ସିସ୍ ବ୍ୟାଙ୍କ୍‌ର ଡିଜିଟାଲ୍ ଅଭିଯାନ ସୀମା ଓ ଦେଶର ଦୁର୍ଗମ ଅଂଚଳରେ ଥିବା ପ୍ରତିରକ୍ଷା କର୍ମଚାରୀଙ୍କୁ ସହଜରେ ଆର୍ଥିକ ସେବା ହାସଲ କରିବା ଓ ଯୋଗାଯୋଗରେ ରହିବାରେ ସହାୟକ ହେବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *