ସାକ୍ଷୀଗୋପାଳରେ ଏଥର ବି ରାଧାପାଦ ଦର୍ଶନ ମନା

ପୁରୀ: ପବିତ୍ର କାର୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ସାକ୍ଷୀଗୋପାଳ ପୀଠ ଚଳଚଞ୍ଚଳ ହୋଇ ଉଠେ । ଅଁଳା ନବମୀ ଅବସରରେ ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିରରେ ରାଧାପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ଚଳିତ ଥର ଅଁଳା ନବମୀରେ ଶ୍ରଦ୍ଧାଳୁ ରାଧାପାଦ ଦର୍ଶନ କରି ପାରିବେ ନାହିଁ । ଫଳରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ପୁଣି ଥରେ ନିରାଶ ହେବାକୁ ପଡ଼ିଛି । ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିରରେ ଅଁଳାନବମୀରେ ରାଧାପାଦ ଦର୍ଶନ ମନା କରାଯାଇଛି । କୋଭିଡ-୧୯ କଟକଣାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଏହିଭଳି ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ ଚଳିତ ମାସ ୧୨ରେ ଅଁଳାନବମୀ ପାଳନ ହେବ । ଠିକ୍ ସେହିପରି ୧୫ ତାରିଖରେ ବଡ଼ଏକାଦଶୀ ପାଳନ ହେବ । ଏହି ସମୟରେ ସାକ୍ଷୀଗୋପାଳ ମନ୍ଦିରରେ ଧାରା ୧୪୪ ଲାଗୁ ହେବ । ଉତ୍ତର ଭାରତୀୟ ରୀତିନୀତିରେ ସାକ୍ଷୀଗୋପାଳ ମନ୍ଦିରରେ ପୂଜା ବିଧି ରହିଛି । ଏଠାରେ ଠାକୁରାଣୀ ଉତ୍ତର ଭାରତୀୟ ବେଶଭୂଷା ପରିଧାନ କରିଥାନ୍ତି । ତେଣୁ ବର୍ଷସାରା ଠାକୁରାଣୀଙ୍କ ପାଦ ଆବୃତ୍ତ ହୋଇ ରହିଥାଏ । ଅଁଳା ନବମୀରେ ଠାକୁରାଣୀ ଓଡ଼ିଆଣୀ ବେଶ ହୁଅନ୍ତି । ଏହି ଅବସରରେ ପାଦ ଦର୍ଶନ ଲାଗି ଭକ୍ତଙ୍କୁ ସୁଯୋଗ ମିଳିଥାଏ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜାରି ହୋଇଥିବା ଗାଇଡଲାଇନ ହେତୁ ଚଳିତ ବର୍ଷ ଏହି ସୁଯୋଗରୁ ଶ୍ରଦ୍ଧାଳୁମାନେ ବଞ୍ଚିତ ହେବେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *