ଲିଙ୍ଗରାଜଙ୍କ କଥା ବୁଝିବାକୁ କେହି ନାହିଁ: ସୁରକ୍ଷା ଢ଼ିଲା, ମନ୍ଦିରରେ ମାଳମାଳ ମୋବାଇଲ୍‌

ଲିଙ୍ଗରାଜଙ୍କ କଥା ବୁଝିବାକୁ କେହି ନାହିଁ: ସୁରକ୍ଷା ଢ଼ିଲା, ମନ୍ଦିରରେ ମାଳମାଳ ମୋବାଇଲ୍‌

ଶ୍ରୀଲିଙ୍ଗରାଜ ମନ୍ଦିର କଥା ବୁଝିବାକୁ କେହି ନାହିଁ। ବିଶୃଙ୍ଖଳା ହେଲେ କେହି ଆସୁନାହାନ୍ତି। ନା ଟ୍ରଷ୍ଟ ବୋର୍ଡ ବସୁଛି, ନା ପ୍ରଶାସନ କୌଣସି ଠୋସ୍‌ ପଦକ୍ଷେପ ଗ୍ରହଣ କରୁଛି। ମହାପ୍ରଭୁ ଗୋଟିଏ ଦିନ ଖାଡ଼ା ଉପବାସ ରହିଲେ।

ଭୁବନେଶ୍ୱର ୧୨-୧୨-୨୦୨୪(ବି.ଏନ ଓ ) :  ଶ୍ରୀଲିଙ୍ଗରାଜ ମନ୍ଦିର କଥା ବୁଝିବାକୁ କେହି ନାହିଁ। ବିଶୃଙ୍ଖଳା ହେଲେ କେହି ଆସୁନାହାନ୍ତି। ନା ଟ୍ରଷ୍ଟ ବୋର୍ଡ ବସୁଛି, ନା ପ୍ରଶାସନ କୌଣସି ଠୋସ୍‌ ପଦକ୍ଷେପ ଗ୍ରହଣ କରୁଛି। ମହାପ୍ରଭୁ ଗୋଟିଏ ଦିନ ଖାଡ଼ା ଉପବାସ ରହିଲେ। ଓଡ଼ଣୀ ଷଷ୍ଠୀ ନୀତି ବିଭ୍ରାଟ ହୋଇଗଲା। ‌ହେଲେ କିଛି ‌କାର୍ଯ୍ୟାନୁଷ୍ଠାନ ହେଲାନି। ମନ୍ଦିର ଭିତରେ ମାଳମାଳ ମୋବାଇଲ୍‌। କେତେବେଳେ ମନ୍ଦିର ଭିତର ଫଟୋ ତ କେତେବେଳେ ନିଶା ଦ୍ରଦ୍ୟ ଖାଇବାର ଭିଡିଓ ଭାଇରାଲ ହେଲାଣି। ମୁ

NEWS BY SASHIBHUSANA CHAINI

ଖ୍ୟ ଦ୍ବାର ମୁକୁଳା ପଡ଼ୁଥିବାରୁ ମନ୍ଦିରରେ ବିଦେଶୀ ବୁଲିଲେଣି। ପ୍ରତିମାସରେ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକ ବସିବା ବଦଳରେ ୩ରୁ ୪ମାସରେ ଥରେ ବସୁଛି। ଏଭଳି ବିଚିତ୍ର ସ୍ଥିତି ଏବେ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଲାଗି ରହିଛି।  ପ୍ରତିମାସର ଦ୍ବିତୀୟ ଶୁକ୍ରବାର ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକ ବସିବା କଥା। ହେଲେ ବସୁନାହିଁ। ବର୍ଷକୁ ୧୨ଟି ବୈଠକ ବସିବା କଥା, ହେଲେ ୨ରୁ ୩ ଥର ବସୁଛି। ଆହୁରି ସାଂଘାତିକ କଥା ହେଉଛି, ଏହି ଦୁଇ ତିନିଟି ବୈଠକରେ ଯାହା ନିଷ୍ପତ୍ତି ହେଉଛି ତାହା ମଧ୍ୟ କାର୍ଯ୍ୟକାରୀ ହେଉନାହିଁ। ଫଳରେ ଲିଙ୍ଗରାଜ ମନ୍ଦିର ପରିଚାଳନା ଓ ନୀତିକାନ୍ତି ଉପରେ ସିଧାସଳଖ ପ୍ରଭାବ ପଡ଼ୁଛି। ନିୟମିତ ନୀତି ବିଶୃଙ୍ଖଳା ସହ ବିବାଦ ଲାଗି ରହୁଛି। ସ୍ବତନ୍ତ୍ର ଯୋଜନା ହାତକୁ ନିଆଯାଇ କୋଟିକୋଟି ଟଙ୍କା ବ୍ୟୟରେ ମନ୍ଦିର ଚାରିପଟର ସୌନ୍ଦର୍ଯ୍ୟୀକରଣ କରାଯାଉଛି।  ହେଲେ ମନ୍ଦିରର ଭିତରର ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ହୁଗୁଳା। କେବଳ ମହାଶିବରାତ୍ରି ଆସିଲେ ଏଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥାଏ। ଏହା ପରେ ଅବସ୍ଥା ଯଥା ପୂର୍ବଂ ତତା ପରଂ ହୋଇଯାଉଛି। ୫ବର୍ଷ ହେଲା ମେଟାଲ୍‌ ଡିଟେକ୍ଟର ବ୍ୟବହାର ହେଉନାହିଁ। ମନ୍ଦିର ଚାରିପଟେ ୱାଚ୍‌ଟାୱାର୍‌ ନିର୍ମାଣ ନିଷ୍ପତ୍ତି ଫାଇଲରେ ସୀମିତ ରହିଛି। ମନ୍ଦିର ସିଂହଦ୍ବାର ନିକଟରେ ବନ୍ଧୁକଧାରୀ ପୁଲିସ ଦେଖିବାକୁ ମିଳୁନାହାନ୍ତି। ମନ୍ଦିର ଭିତରେ ନୂଆ ଫାଣ୍ଡି ହୋଇଛି, ହେଲେ କାମରେ ଲାଗୁନାହିଁ। ଉତ୍ତର ଦ୍ବାର ନିକଟରେ ମନ୍ଦିର ପାଚେରୀ ଉଚ୍ଚତା ଯଥେଷ୍ଟ କମ୍‌ ରହିଛି।

ବସୁନି ଶ୍ରୀଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ ବୈଠକ
ନିଷ୍ପତ୍ତି ବି କାର୍ଯ୍ୟକାରୀ ହେଉନି

ଫଳରେ ଯେ କେହି ଯେକୌଣସି ସମୟରେ ଭିତରେ ଅନାୟାସରେ ପ୍ରବେଶ କରିପାରିବ। ପୂର୍ବରୁ ଏହାର ଅପରେଟିଙ୍ଗ୍‌ କଣ୍ଟ୍ରୋଲ ରୁମ୍ ଶ୍ରୀଲିଙ୍ଗରାଜ ଥାନା ଓ ମନ୍ଦିର କାର୍ଯ୍ୟାଳୟରେ ରହିଥିଲା। ଥାନା କୋଠା ଭଙ୍ଗା ହେବା ପରେ ନୂଆ ଜାଗାରେ ଏହି ସଂଯୋଗ କରାଯାଇ ନାହିଁ। ବିଭିନ୍ନ ସମୟରେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ଚେନ୍‌ ଲୁଟ୍‌ କିମ୍ବା ପକେଟମାର ହେଉଥିବା ଅଭିଯୋଗ ରହିଛି। ଟ୍ରଷ୍ଟ ବୋର୍ଡ ବୈଠକରେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ପାନ ଓ ଗୁଟ୍‌ଖା ସେବନକାରୀ ଓ ଏକକ ବ୍ୟବହାରଯୋଗ୍ୟ ପଲିଥିନ୍ ଓ ପ୍ଲାଷ୍ଟିକକୁ ବାରଣ କରାଯାଇଥିଲା। ୨୦୨୪ ଆରମ୍ଭରୁ ଏହି ନୂଆ ନିୟମ କଡ଼ାକଡ଼ି ଭାବେ ଲାଗୁ କରିବାକୁ ଟ୍ରଷ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ପରେ କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ରନାରାୟଣ ମନ୍ଦିର ସେବାୟତ ମୁଖ୍ୟଙ୍କୁ ଚିଠି ଲେଖି ବସି ଯାଇଛନ୍ତି। ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ କଟକଣା ହେଲା। ଏବେ ସ୍ଥିତି ପୂର୍ବପରି। ୯୦% ଶ୍ରଦ୍ଧାଳୁ ପଲିଥିନ୍‌ରେ ଭୋଗ ନେଉଛନ୍ତି। ମନ୍ଦିର ଭିତରେ ଓ ବାହାରେ ଥିବା ଦୋକାନୀ ପ୍ଲାଷ୍ଟିକ୍‌ ଗ୍ଲାସ୍‌ ଓ ପଲିଥିନ୍‌ ବ୍ୟବହାର କରୁଛନ୍ତି। 

ନିକଟ ଅତୀତରେ ରୋଷଘର ନିକଟରେ ଜଣେ ଯୁବକ ସିଗାରେଟ୍‌ ଖାଉଥିବା ଫଟୋ ଭାଇରାଲ ହୋଇଥିଲା। କେବଳ ସିଗାରେଟ୍‌ ନୁହେଁ ବରଂ ମନ୍ଦିର ବେଢ଼ାର ବିଭିନ୍ନ ସ୍ଥାନରେ ଗୁଟ୍‌ଖା ଓ ପାନଛେପ ଭର୍ତ୍ତି ହୋଇଛି। ସେବାୟତମାନଙ୍କୁ ପରିଚୟପତ୍ର ମଧ୍ୟ ପ୍ରଦାନ କରାଯାଉନାହିଁ। ଟ୍ରଷ୍ଟ ବୋର୍ଡର ପରିଚୟପତ୍ର ମିଳି ନଥିବାରୁ ପ୍ରକୃତ ସେବାୟତ କିଏ ଏବଂ ଅଣସେବାୟତ କିଏ ସେମାନଙ୍କୁ ଶ୍ରଦ୍ଧାଳୁ ଚିହ୍ନି ପାରୁନାହାନ୍ତି। ଏହାର ସୁଯୋଗ ନେଇ ଶ୍ରଦ୍ଧାଳୁଙ୍କୁ କିଛି ଅଣସେବାୟତ ଶୋଷଣ କରୁଥିବା ଅଭିଯୋଗ ହେଉଛି। ଓମ୍‌ଫେଡ ଘିଅରେ ଶ୍ରୀଲିଙ୍ଗରାଜଙ୍କ କୋଠଭୋଗ ରନ୍ଧା ହେବବୋଲି ନିଷ୍ପତ୍ତି ହୋଇଥିଲା। ମନ୍ଦିର ପକ୍ଷରୁ ଓମ୍‌ଫେଡ୍‌ ଘିଅ ମଧ୍ୟ ଯୋଗାଇ ଦିଆଯାଉଛି। ହେଲେ ବାସ୍ତବରେ ଓମ୍‌ଫେଡ୍‌ ଘିଅରେ ଭୋଗ ହେଉଛି ନା ଅନ୍ୟ ଘିଅ ଲାଗୁଛି, ତାହାର ଯାଞ୍ଚ ହେଉନାହିଁ। ମନ୍ଦିର ପରିସରରେ ଅପମିଶ୍ରିତ ଘିଅଦୀପ ବିକ୍ରି ହେଉଥିବାରୁ ଭୋଗରେ ବ୍ୟବହୃତ ଘିଅର ମାନକୁ ନେଇ ଆଶଙ୍କା ପ୍ରକାଶ ପାଇଲାଣି। ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି, ଗତ ଅଗଷ୍ଟ ମାସ ୧୭ ତାରିଖରେ ଟ୍ରଷ୍ଟ ବୋର୍ଡ ବୈଠକ ବସିଥିଲା। ସେବେଠାରୁ ଆଉ ବସିନାହିଁ। ବୈଠକ ନିଷ୍ପତ୍ତି କାର୍ଯ୍ୟକାରୀ ହେଉନାହିଁ। ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା କୁହନ୍ତି ନୀତି ଠିକଣା ଚାଲିବା ମନ୍ଦିର ପ୍ରଶାସନର ମୁଖ୍ୟ କାର୍ଯ୍ୟ। କିନ୍ତୁ ତତ୍ପରତା ନାହିଁ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *