ଟିପିସିଓଡିଏଲ୍ ମୌସୁମୀ ସମୟରେ ଗ୍ରାହକଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ପ୍ରସ୍ତୁତ

 

ଭୁବନେଶ୍ୱର: ବିଦ୍ୟୁତ ବିତରଣ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ମୌସୁମୀ ଋତୁରେ ଗ୍ରାହକଙ୍କ ସୁରକ୍ଷା ଓ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରିବା ଲାଗି ଏହାର ମୌସୁମୀ ପ୍ରଯୁକ୍ତି ଅଭିଯାନର ଅଂଶ ସ୍ୱରୂପ ବିଭିନ୍ନ ପ୍ରତିଷେଧମୂଳକ ସୁରକ୍ଷା ପଦକ୍ଷେପଗୁଡ଼ିକୁ ସମ୍ପୂର୍ଣ୍ଣ କରାଯାଇଛି ।
ଅଗ୍ରାଧିକାର ଭିତିରେ କଂପାନି ପକ୍ଷରୁ ବିଦ୍ୟୁତ ବ୍ୟବସ୍ଥା, ଖୁଂଟ ଓ ତାର ଉପରେ ଗଛ/ ଶାଖା ପଡ଼ିବା କାରଣରୁ ସୃଷ୍ଟି ହେବାକୁ ଥିବା ଅସୁରକ୍ଷିତ ସ୍ଥିତିକୁ ଏଡ଼ାଇବା ପାଇଁ ଏହାର ପ୍ରାଥମିକ ଓ ବିତରଣ ସବ୍‌ଷ୍ଟେସନରେ ତୃଣ ସଫେଇ ଓ ଫିଡର୍‌ଗୁଡ଼ିକରେ ବ୍ୟାପକ ଭାବେ ବୃକ୍ଷର ଅଂଶ ଛେଦନ କରାଯାଉଛି । ଟିପିସିଓଡିଏଲ୍ ଟିମ୍ ପକ୍ଷରୁ ପ୍ରାୟ ୫୦୦ ସ୍ଥାନରେ ଏଭଳି ସଫେଇ କରାଯାଇଥିବା ଓ ଏହାର ପାଂଚଟି ସର୍କଲ୍‌ର ୩୫୦୦ରୁ ଅଧିକ ସ୍ଥାନରେ ବୃକ୍ଷର ଅଂଶ ଛେଦନ କରାଯାଇଛି । ପ୍ରତିଷେଧମୂଳକ ପଦକ୍ଷେପର ଅଂଶ ସ୍ୱରୂପ ଟିପିସିଓଡିଏଲ୍ ପକ୍ଷରୁ ପ୍ରାୟ ୨୫୦୦ ସ୍ଥାନରେ ଲିକେଜ୍ ବିଦ୍ୟୁତ ପରୀକ୍ଷା ଅଭିଯାନ ଗ୍ରହଣ କରାଯାଇଛି ଓ ତ୍ରୁଟିରେ ସୁଧାର ଅଣାଯିବା ସହ ବିଦ୍ୟୁତ ଟ୍ରାନ୍ସଫରମର୍‌ର ରକ୍ଷଣାବେକ୍ଷଣ, ଟ୍ରାନ୍ସଫରମର୍‌ ଟାଙ୍କିରେ ତେଲ ଭର୍ତି କରିବା ଓ ତେଲ ଲିକ୍‌କୁ ରୋକିବା ପଦକ୍ଷେପ ଗ୍ରହଣ କରାଯାଇଛି । କଂପାନି ପକ୍ଷରୁ ଅତ୍ୟନ୍ତ ଢ଼ିଲା ଅଂଚଳରେ ଇଟଂରପୋଜିଂ ଖୁଂଟ ସ୍ଥାପନ, ପଲିମରିଂ ଲାଇଟିନିଂ ଆରେଷ୍ଟର ସ୍ଥାପନ, ଆର୍ଥିକ ବ୍ୟବସ୍ଥା ସ୍ଥାପନ ଓ ମରାମତି ଓ ତଳୁଆ ଅଂଚଳରେ ଥିବା ପ୍ରାଥମିକ ସବଷ୍ଟେସନ ପାଇଁ ସବ୍‌ମର୍ସିବଲ୍ (ବୁଡ଼ିବା) ପମ୍ପ୍‌ସେଟ୍‌ର ବ୍ୟବସ୍ଥା କରାଯାଇଛି । ଦ୍ରୁତ ପ୍ରତିକ୍ରିୟା ସମୟ ସହ ରକ୍ଷଣାବେକ୍ଷଣ ଓ ବିଭ୍ରାଟ ସେବା ପାଇଁ ଆବଶ୍ୟକ ଶ୍ରମ
ଶକ୍ତି ଓ ୨୪ ଘଂଟିଆ ଗାଡ଼ି ଉପଲବ୍ଧତାକୁ ନିଶ୍ଚିତ କରାଯାଇଛି । ଏମ୍‌ଓସି ଓ ଟେକ୍ନିସିଆନ୍‌ମାନଙ୍କ ପାଇଁ ଗମ୍‌ବୁଟ୍ ଓ ରେନ୍‌କୋଟ୍‌ର ବ୍ୟବସ୍ଥା କରାଯାଇଛି । “ସୁରକ୍ଷାକୁ ଆମେ ସର୍ବଦା ଅଗ୍ରାଧିକାର ଦେଉଛୁ ଓ ଚଳିତ ମୌସୁମୀ ଋତୁ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ । କୌଣସି ପ୍ରକାର ବିଦ୍ୟୁତ ଯୋଗାଣ ଜନିତ ସମସ୍ୟା ଯୋଗୁଁ ଗ୍ରାହକମାନଙ୍କୁ ଯେଭଳି ଅସୁବିଧା ସାମ୍ନା କରିବାକୁ ନପଡ଼େ ତାହା ନିଶ୍ଚିତ କରିବା ଲାଗି ଆମ ଟିମ୍ ପ୍ରତ୍ୟକ୍ଷ ଓ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛି । ମୌସୁମୀ ସମୟରେ ସୁରକ୍ଷା ଗାଇଡଲାଇନ୍‌କୁ
କଡ଼ାକଡ଼ି ଭାବେ ପାଳନ କରିବା ଓ ସୁରକ୍ଷିତ ରହିବା ଲାଗି ମୁଁ ଆମର ସମସ୍ତ ଗ୍ରାହକଙ୍କୁ ଅନୁରୋଧ କରୁଛି ବୋଲି ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ର ସିଇଓ ଶ୍ରୀଯୁକ୍ତ ଏମ୍ ସେନବାଗମ୍‌ କହିଛନ୍ତି ।’’

ଗ୍ରାହକମାନଙ୍କ ପାଇଁ ଟିପିସିଓଡିଏଲ୍‌ର ସୁରକ୍ଷା ଗାଇଡ୍‌ଲାଇନ୍‌
 ବିଦ୍ୟୁତ ଖୁଂଟ, ସବ-ଷ୍ଟେସନ, ଟ୍ରାନ୍ସଫରମର, ଷ୍ଟ୍ରିଟ୍ ଲାଇଟ୍ ଆଦି ପାଣିରେ ବୁଡ଼ି ରହିଥିବା ବିଦ୍ୟୁତ ବ୍ୟବସ୍ଥାଠାରୁ ଦୂରେଇ ରୁହନ୍ତୁ ।
 ପାଚେରୀ କିମ୍ବା ବାଡ଼ ପଡ଼ିଥିଲେ ମଧ୍ୟ ପିଲାମାନଙ୍କୁ ବିଦ୍ୟୁତ ବ୍ୟବସ୍ଥା ପାଖରେ ଖେଳିବା ଲାଗି ସତର୍କ କରାନ୍ତୁ ।
 ଓଦା ହାତରେ ଇଲେକ୍ଟ୍ରିକ୍ ଆପ୍ଲାଏନ୍‌ସେସ୍‌କୁ ସ୍ପର୍ଶ କରନ୍ତୁ ନାହିଁ ।
 କୁଲର, ୱାସିଂ ମେସିନ, ପାଣି ପମ୍ପ୍ ଭଳି ଇଲେକ୍ଟ୍ରିକାଲ୍ ଆପ୍ଲାଏନ୍ସର ବଡ଼ିରେ ବିଦ୍ୟୁତ ଲିକେଜ୍‌କୁ ଯାଂଚ କରନ୍ତୁ । କୌଣସି
ଆପ୍ଲାଏନ୍‌ସେସ୍‌ରେ ଯଦି କିଛି ଲିକେଜ୍ ଥିବ ତେବେ ସେଥିପାଇଁ ସାର୍ଟିଫାଏଡ୍ ଇଲେକ୍ଟ୍ରିସିଆନଙ୍କୁ ଡାକନ୍ତୁ
 ମିଟର ବକ୍ସ ପାଣିଠାରୁ ଉପଯୁକ୍ତ ଭାବେ ସୁରକ୍ଷିତ ଥିବା ବିଷୟକୁ ନିଶ୍ଚିତ କରନ୍ତୁ
 ଆଇଏସଆଇ ମାର୍କ ଇଲେକ୍ଟ୍ରିକ୍ ତାର ଓ ଉପକରଣ ବ୍ୟବହାର କରନ୍ତୁ
 ବିଦ୍ୟୁତ ଝଟ୍‌କା (ସକ୍‌)କୁ ଏଡ଼ାଇବା ଲାଗି ଆର୍ଥ ଲିକେଜ୍‌ ସର୍କିଟ୍ ବ୍ରେକର୍ ସ୍ଥାପନ କରନ୍ତୁ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *