ଟିପିସିଓଡିଏଲ୍ ପକ୍ଷରୁ ନୂଆ ସଂଯୋଗ ପାଇଁ ନୂତନ ସୁବିଧାଜନକ ବ୍ୟବସ୍ଥାର ଶୁଭାରମ୍ଭ

ଟିପିସିଓଡିଏଲ୍ ପକ୍ଷରୁ ନୂଆ ସଂଯୋଗ ପାଇଁ ନୂତନ ସୁବିଧାଜନକ ବ୍ୟବସ୍ଥାର ଶୁଭାରମ୍ଭ
ଭୁବନେଶ୍ୱର: ଅଧିକ ସ୍ୱଚ୍ଛତା ଆଣିବା ଓ ଗ୍ରାହକଙ୍କ ସୁବିଧାକୁ ନିଶ୍ଚିତ କରିବା ଦିଗରେ ଏକ ପଦକ୍ଷେପ ସ୍ୱରୂପ, କେନ୍ଦ୍ରୀୟ ଓଡ଼ିଶାରେ ବିଦ୍ୟୁତ ବିତରଣ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ନୂଆ ସଂଯୋଗ ହାସଲ କରିବା ଲାଗି ଗ୍ରାହକମାନଙ୍କ ପାଇଁ କେତେକ ସୁବିଧା ଓ ସରଳ ସୋପାନର ଶୁଭାରମ୍ଭ କରାଯାଇଛି ।
ଯେକୌଣସି ବ୍ୟକ୍ତି/ ଗ୍ରାହକ ୪ଟି ସହଜ ସୋପାନକୁ ଅନୁସରରଣ କରି ଏବେ ନୂଆ ସଂଯୋଗ ହାସଲ କରିପାରିବେ । ସେଥିରେ ସାମିଲ ରହିଛି, ୧. ପଞ୍ଜୀକରଣ, ୨. ଉପଯୋଗୀ ଦସ୍ତାବିଜ ଅପ୍‌ଲୋଡ୍‌/ ଦାଖଲ କରିବା, ୩. ପେମେଂଟ୍ ଓ ଯାଂଚ ଏବଂ ୪. କଂପାନି ପକ୍ଷରୁ ମିଟର ସ୍ଥାପନ ।
ପଞ୍ଜୀକରଣ କରିବା ଲାଗି ଗ୍ରାହକମାନେ ଟିପିସିଓଡିଏଲ୍‌ର ସମର୍ପିତ ଦେୟମୁକ୍ତ ନମ୍ବର ୧୮୦୦-୩୪୫-୭୧୨୨/ ୧୯୧୨ରେ କଲ୍ କରିପାରିବେ, ୮୦୯୩୦୦୯୯୯୦ ନମ୍ବରରେ ମିସଡ୍ କଲ୍ କରିପାରିବେ କିମ୍ବା ୮୦୯୩୦୦୯୯୯୦ ନମ୍ବରକୁ “ଘଉପଗକ୍ଟଭସକ୍ଷର ଘଙ୍କଜ୍ଞଭରକ୍ସପଘବଜ୍ଞର” ଏସ୍‌ଏମ୍‌ଏସ୍ ପଠାଇପାରିବେ ଓ ସେମାନେ କଂପାନି ଅଧିକାରୀଙ୍କଠାରୁ ଏକ କଲ୍ ପାଇବେ । ଗ୍ରାହକମାନେ ଦ୍ଭରଙ୍ଗମକ୍ଟଦ୍ଭଦ୍ଭରମଗ୍ଧସକ୍ଟଦ୍ଭଅଗ୍ଧକ୍ଟ୍ରମରଦ୍ଭଗ୍ଧକ୍ସବକ୍ଷକ୍ଟୟସଗ୍ଦଷବ.ମକ୍ଟଜ୍ଞ ଇ-ମେଲ୍ ୍ ଆଇଡିରେ ନାମ, ଠିକଣା, ମୋବାଇଲ୍ ନମ୍ବର ଭଳି ବିବରଣୀ ଦେଇ ଇ-ମେଲ୍ ପଠାଇପାରିବେ କିମ୍ବା ୮୦୯୩୦୦୯୯୯୦ ନମ୍ବରରେ ହ୍ୱାଟସ୍‌ଆପ୍ ମେସେଜ୍ ପଠାଇପାରିବେ । ଏହା ବ୍ୟତୀତ ଗ୍ରାହକମାନେ ପଞ୍ଜୀକରଣ ପାଇଁ ନିଜ ମୋବାଇଲ୍ କିମ୍ବା ଲାପଟପ୍‌/ ଡେସ୍କଟପ୍‌ରୁ ଷଗ୍ଧଗ୍ଧକ୍ଟ୍ରଗ୍ଦ://ଜ୍ଞକ୍ଟଭସୟଚ୍ଚଙ୍କଗ୍ଧ.ମକ୍ଟଜ୍ଞ/ଘରଙ୍ଗଉକ୍ଟଦ୍ଭଦ୍ଭରମଗ୍ଧସକ୍ଟଦ୍ଭ/ଉକ୍ଟଦ୍ଭଦ୍ଭରମଗ୍ଧସକ୍ଟଦ୍ଭ ୱେବସାଇଟ୍ ପରିଦର୍ଶନ କରିପାରିବେ ।
ଦସ୍ତାବିଜ ଦାଖଲ ଓ ପେମେଂଟ୍ କରିବା ଲାଗି ଟିପିସିଓଡିଏଲ୍ ପକ୍ଷରୁ ବିଭିନ୍ନ ଚ୍ୟାନେଲ୍ ଓ ମାଧ୍ୟମର ବ୍ୟବସ୍ଥା କରାଯାଇଛି । ଯେକୌଣସି ବ୍ୟକ୍ତି ପଞ୍ଜୀକରଣର ପ୍ରଥମ ସୋପାନ ଶେଷ କରିବା ପରେ ଉପଯୋଗୀ ଦସ୍ତାବିଜ ଅପ୍‌ଲୋଡ୍ କରିପାରିବେ ଏବଂ ଏସ୍‌ଏମ୍‌ଏସ୍‌/ହ୍ୱାଟସ୍‌ଆପ୍‌/ ଇ-ମେଲ୍ ଜରିଆରେ ଆସିଥିବା ଲିଙ୍କ୍‌କୁ ବ୍ୟବହାର କରି ଅନ୍‌ଲାଇନ୍ ପେମେଂଟ୍ କରିପାରିବେ । ପଞ୍ଜୀକରଣର ପ୍ରଥମ ସୋପାନ କାମକୁ ଗ୍ରାହକ ଶେଷ କରିବା ପରେ ଯଥା ଶୀଘ୍ର କଂପାନି ତରଫରୁ ଦସ୍ତାବିଜ ଅପ୍‌ଲୋଡ୍ ଓ ପେମେଂଟ୍ ପାଇଁ ଲିଙ୍କ୍ ପ୍ରଦାନ କରାଯିବ । ଗ୍ରାହକମାନେ ନିକଟସ୍ଥ ଗ୍ରାହକ ସେବା କେନ୍ଦ୍ର/ ଡିଭିଜନର ସେକ୍ସନ ଅଫିସରେ ପ୍ରତ୍ୟକ୍ଷ ଭାବେ ପହଂଚି ଦସ୍ତାବିଜ ଦାଖଲ କରିପାରିବେ ଏବଂ ପେମେଂଟ୍ କରିପାରିବେ ।
“ଗ୍ରାହକଙ୍କ ସୁବିଧାକୁୁ ନଜରରେ ରଖି ଏହି ସରଳ ଓ ସୁବିଧା ସୋପାନଗୁଡ଼ିକର ଶୁଭାରମ୍ଭ କରାଯାଇଛି । ସମସ୍ତ ମଧ୍ୟସ୍ଥିକୁ ଉଚ୍ଛେଦ କରିବା ଏବଂ ଆମର ସମ୍ପୂର୍ଣ୍ଣ ସେବା ବର୍ଣ୍ଣାଳୀରେ ଆମ ଗ୍ରାହକଙ୍କ ପାଇଁ ବାସ୍ତବ ସ୍ୱଚ୍ଛତା ଓ ସୁବିଧା ଆଣିବାକୁ ଆମେ ଚାହୁଛୁ ବୋଲି ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଏମ୍ ସେନବାଗମ୍ କହିଛନ୍ତି ।’’

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *