ଟିପିଏସ୍ଓଡିଏଲ୍ କଲ୍ ସେଂଟର୍ ଗ୍ରାହକ ସେବାରେ ଉନ୍ନତି ଆଣିଛି

ଟିପିଏସ୍ଓଡିଏଲ୍ କଲ୍ ସେଂଟର୍ ଗ୍ରାହକ ସେବାରେ ଉନ୍ନତି ଆଣିଛି
 ଯେକୌଣସି ପ୍ରଶ୍ନ ଓ ଅଭିଯୋଗ ପାଇଁ ଗ୍ରାହକମାନେ ଦେୟମୁକ୍ତ ନମ୍ବର ୧୮୦୦-୩୪୫-୬୭୯୭/ ୧୯୧୨ରେ କଲ୍
କରିପାରିବେ
ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ବିତରଣ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି
ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ୨୦୨୧ ଏପ୍ରିଲ୍ ୧ରେ ଏକ କଲ୍ ସେଂଟର୍ ସ୍ଥାପନ
କରାଯାଇଥିଲା ଓ ତାହା ବର୍ତ୍ତମାନ ୨୪ ଘଂଟା କାର୍ଯ୍ୟ କରୁଛି । ଏହା ଗ୍ରାହକ ମାନଙ୍କ ଅଭିଯୋଗର ସମାଧାନ ଦିଗରେ
ଉଲ୍ଲେଖନୀୟ କାର୍ଯ୍ୟ କରୁଛି।
ଏହି କ୍ଲାଉଡ୍ ଭିତ୍ତିକ କଲ୍ ସେଂଟରରେ ସାମିଲ ରହିଛି ଆଇଭିଆର୍, କଲ୍ ରେକର୍ଡିଂ, କନଫରେନ୍ସିଂ ଓ ଜିଏସ୍ଏମ୍
ଓୟାରଲେସ୍ / ଆଇପି ଫୋନ୍ ସହିତ ହେଡ଼ସେଟ । ଏହା ଶୁଭାରମ୍ଭ ହେବା ପରଠାରୁ କଲ୍ ସେଂଟରଟି ୬ ଲକ୍ଷରୁ
ଅଧିକ କଲ୍ ଗ୍ରହଣ ଓ ପରିଚାଳନା କରିଛି।
ସମସ୍ତ ବାଧ୍ୟତାମୂଳକ ବିବରଣୀ ସହିତ ସିଆର୍ଏମ ଆପ୍ଲିକେସନ ଜରିଆରେ ଗ୍ରାହକଙ୍କ ଅଭିଯୋଗ ଓ ପ୍ରଶ୍ନକୁ ରେକର୍ଡ
କରାଯାଉଛି। ଗ୍ରାହକମାନଙ୍କ ଭାଷା ଅଗ୍ରାଧିକାର ଅନୁସାରେ ଏହି କଲ୍ ସେଂଟରରେ ବିବିଧ ଭାଷା ଆଇଭିଆର୍ (ଓଡ଼ିଆ,
ଇଂରାଜି ଓ ହିନ୍ଦୀ) ରହିଛି । ୨୦୨୧ ଏପ୍ରିଲରେ ଏହି କଲ୍ ସେଂଟର୍ ୨୫ ଜଣ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିଲା
ବେଳେ କଲ୍ ସଂଖ୍ୟାର ଅନୁଶୀଳନ ପରେ ଆବଶ୍ୟକତା ଯୋଗୁଁ ସେହି ସଂଖ୍ୟା ଏବେ ୯୦କୁ ବୃଦ୍ଧି ପାଇଛି ।
କଲ୍ ସେଂଟରରେ ଅଭିଯୋଗ ପରିଚାଳନା କରିବା ପ୍ରକ୍ରିୟା
 ଦେୟମୁକ୍ତ ନମ୍ବରରେ ଗ୍ରାହକ କଲ୍ କରିବେ ଓ ଜଣେ ଏଜେଂଟଙ୍କ ସହ କଥା ହେବେ ଯାହାକୁ ପ୍ରଶ୍ନ କିମ୍ବା
ଅଭିଯୋଗ ଭାବେ ବର୍ଗୀକରଣ କରାଯିବ । ଓଇଆରସି ଗାଇଡ଼ଲାଇନ ଅନୁଯାୟୀ ପ୍ରଶ୍ନକୁ ପଂଜୀକରଣ କରାଯିବ ଓ
ସିଆରଏମ୍ ତୁରନ୍ତ ତାହାକୁ ବନ୍ଦ କରିବେ ଏବଂ ସମାଧାନର ସମୟ ସୀମା, ପ୍ରକ୍ରିୟାର ବିବରଣୀ, ଆବଶ୍ୟକ
ଔପଚାରିକତା ବିଷୟରେ ଜଣାଇ ଅଭିଯୋଗକୁ ପଂଜୀକରଣ କରାଯିବ ।
 ଏହା ପରେ ଅଭିଯୋଗକୁ ସଂପୃକ୍ତ କାର୍ଯ୍ୟ କ୍ଷେତ୍ରକୁ ପଠାଯିବ ଏବଂ ଉପଯୁକ୍ତ ସମାଧାନ ଲାଗି ଫଲୋ-ଅପ୍ ମଧ୍ୟ
କରାଯିବ ।
 ସଂପୃକ୍ତ କାର୍ଯ୍ୟ କ୍ଷେତ୍ର ଅଭିଯୋଗକୁ ଗ୍ରହଣ କରିବେ ଏବଂ ସିଆରଏମରେ ତାହାକୁ ବନ୍ଦ କରିବା ଲାଗି ସିଏସ୍ ଟିମକୁ
ମତାମତ ପ୍ରଦାନ କରିବେ ।
ବିଦ୍ୟୁତ ଯୋଗାଣ କିମ୍ବା ଅନ୍ୟାନ୍ୟ ବୈଷୟିକ ଅଭିଯୋଗ, ଅଗ୍ନିକାଣ୍ଡ କିମ୍ବା ଅନ୍ୟାନ୍ୟ ସୁରକ୍ଷା ସମ୍ପର୍କିତ ଅଭିଯୋଗ, ନୂଆ
ସଂଯୋଗ ସମ୍ପର୍କିତ ଅଭିଯୋଗ, ଲୋଡ୍, ନାମ ପରିବର୍ତନ ଇତ୍ୟାଦି, ବିଲିଂ, ରିଡିଂ, ମିଟରିଂ ଓ ପେମେଂଟ୍ ସମ୍ପର୍କିତ
ଅଭିଯୋଗ, ଚୋରି, ଉତ୍ପୀଡ଼ନ ଓ ମୂଲ୍ୟବୋଧ ସମ୍ପର୍କିତ ଅଭିଯୋଗଗୁଡ଼ିକର ସମାଧାନ କରିବା ଲାଗି କଲ୍ ସେଂଟରରେ
ବ୍ୟବସ୍ଥା ରହିଛି ।

ଏହି ସୁବିଧାର ହାସଲ କରିବା ଲାଗି, ଉତ୍ତମ ଯୋଗାଯୋଗ ନିମନ୍ତେ ନିଜର ଯୋଗାଯୋଗ ବିବରଣୀକୁ ଅପଡେଟ୍ କରିବା
ଲାଗି କଂପାନି ପକ୍ଷରୁ ଗ୍ରାହକମାନଙ୍କୁ ଆହ୍ୱାନ ଦିଆଯାଇଛି ଓ ବିଭିନ୍ନ ଡିଜିଟାଲ୍ ସୁବିଧା ଓ ପେମେଂଟକୁ ହାସଲ କରିବା
ଲାଗି ମଧ୍ୟ ସେମାନଙ୍କୁ ଉତ୍ସାହିତ କରାଯାଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *