ଗୋଦରେଜ୍ ଆଣ୍ଡ୍ ବଏସ୍ ପକ୍ଷରୁ ଗୋଦରେଜ୍ ଇଟେଂରିଓ ଅଧୀନରେ ସମସ୍ତ ଫର୍ଣ୍ଣିଚର୍‌୍‌୍ ବ୍ୟବସାୟକୁ ସାମିଲ

ଗୋଦରେଜ୍ ଆଣ୍ଡ୍ ବଏସ୍ ପକ୍ଷରୁ ଗୋଦରେଜ୍ ଇଟେଂରିଓ ଅଧୀନରେ ସମସ୍ତ ଫର୍ଣ୍ଣିଚର୍‌୍‌୍ ବ୍ୟବସାୟକୁ ସାମିଲ

ଭୁବନେଶ୍ୱର: ଗୋଦରେଜ୍ ଗ୍ରୁପ୍‌ର ପ୍ରମୁଖ କଂପାନି ଗୋଦରେଜ୍ ଆଣ୍ଡ୍‌ ବଏସ୍ ଏହାର ଅଗ୍ରଣୀ ଫର୍ଣ୍ଣିଚର (ଆସବାବପତ୍ର) କଂପାନି ଗୋଦରେଜ୍‌ ଇଟେଂରିଓ ଅଧୀନରେ ଏହାର ସମସ୍ତ ଫର୍ଣ୍ଣିଚର୍‌୍‌୍ ବ୍ୟବସାୟକୁ ସାମିଲ କରିଛି । କଂପାନିର ହୋମ୍ଇ ଟେଂରିୟର୍‌୍‌୍ ସମାଧାନ ବ୍ରାଣ୍ଡ୍ ୟୁ ଆଣ୍ଡ ୟୁଏସ୍ ଓ ପ୍ରିମିୟମ୍ ଫର୍ଣ୍ଣିଚର ଓ ଆକ୍‌ସେସୋରିଜ୍ ବ୍ରାଣ୍ଡ୍ ସ୍କ୍ରିପ୍ଟ, ଗୋଦରେଜ୍‌
ଇଟେଂରିଓ ଅଧୀନକୁ ଆସିଛି । ଏହା ଦ୍ୱାରା ଗୋଦରେଜ୍ ଇଟେଂରିଓ ଷ୍ଟୋର୍‌କୁ ପ୍ରବେଶ କରୁଥିବା ଗ୍ରାହକମାନେ ଗୋଦରେଜ୍ ଆଣ୍ଡ୍ ବଏସ୍‌ର ମଡ୍ୟୁଲାର୍‌୍‌୍‌୍ ଆସବାବପତ୍ରଠାରୁ ଆରମ୍ଭ କରି କଷ୍ଟମାଇଜଡ୍‌ ଆସବାବପତ୍ର, ଇଟେଂରିୟର, ଆଧୁନିକ ଓ ପାରମ୍ପରିକ ପ୍ରିମିୟମ୍‌ ଆସବାବପତ୍ର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଆସବାବପତ୍ରର ବର୍ଗମାଳାକୁ ପାଇପାରିବେ । ଗୋଦରେଜ ଇଟେଂରିଓର ବ୍ୟବସାୟ ମୁଖ୍ୟ ସ୍ୱପ୍ନିଲ ନାଗରକର କହିଛନ୍ତି ଯେ, “ଖୁଚୁରା ଆସବାବପତ୍ର ଶାଖା ଗୋଦରେଜ୍ ଇଟେଂରିଓ ଗତ ୩ ବର୍ଷରେ ସାରା ଭାରତରେ ଉଲ୍ଲେଖନୀୟ ବୃଦ୍ଧି ହାସଲ କରିଛି ଏବଂ ଶିଳ୍ପର ଅଭିବୃଦ୍ଧି ୬- ୭% ଥିବା ବେଳେ କଂପାନି ୧୫% ଚକ୍ରବୃଦ୍ଧି ହାରରେ ଅଭିବୃଦ୍ଧି ହାସଲ କରିଛି । ଆସବବାପତ୍ର ବର୍ଗରେ ଗ୍ରୁପ୍ ଉଭୟ ଘର ଓ ଅଫିସ କ୍ଷେତ୍ରର ଆବଶ୍ୟକତା ପୂରଣ କରୁଛି ଏବଂ ପେଟେଂଟ୍ ଯୁକ୍ତ ଉନ୍ନତ ପ୍ରଯୁକ୍ତିକୁ ବ୍ୟବହାର କରି ଗୃହ କ୍ଷେତ୍ରରେ ଅଭିନବ ଚିନ୍ତାଧାରା ପ୍ରଦାନ କରି ଇଟେଂରିୟର ପରିବ୍ୟବସ୍ଥା ଓ ଅନୁଭୂତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି । ନିକଟରେ ଆମର ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଆମର ତିନି ବ୍ରାଣ୍ଡ୍ ଗୋଦରେଜ୍‌ ଇଟେଂରିଓ, ସ୍କ୍ରିପ୍ଟ ଓ ୟୁ ଆଣ୍ଡ ୟୁଏସ୍ ଡିଜାଇନ୍ ଷ୍ଟୁଡିଓ ମଧ୍ୟରେ ଗ୍ରାହକ ମାନେ ଆଚ୍ଛାଦିତ ହେବାକୁୁ ଚାହୁଛନ୍ତି । ତେଣୁ, ବିଭିନ୍ନ ବ୍ରାଣ୍ଡ୍ ଜରିଆରେ ଆବଶ୍ୟକତାକୁ ପୂରଣ କରିବା ବଦଳରେ ଗୋଦରେଜ୍‌ ଇଟେଂରିଓ ଅଧୀନରେ ସବୁ ବ୍ରାଣ୍ଡ୍‌କୁ ପ୍ରଦାନ କରିବାରେ ପ୍ରାସଙ୍ଗିକତା
ରହିଛି । ଗୋଦରେଜ୍ ଇଟେଂରିଓ ବ୍ରାଣ୍ଡ୍ ପ୍ରତି ଆମ ସମସ୍ତ ଉଦ୍ୟମ ଓ ସମ୍ବଳକୁ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେବାରେ ଏହା ସହାୟକ ହେବ । ତେଣୁ, ସମନ୍ୱିତ ଦର୍ଶନ ସହ ଗ୍ରାହକ କ୍ଷେତ୍ରର ପରିବର୍ତିତ ଆବଶ୍ୟକତାକୁ ଆସବାବପତ୍ର ସମାଧାନ ଜରିଆରେ ପୂରଣ କରିବାରେ ଗୁରୁତ୍ୱାରୋପ କରିପାରିବୁ ।’’ “ସ୍ମାର୍ଟ କାର୍ଯ୍ୟଶୈଳୀ ଜରିଆରେ ଉତ୍ପାଦ ପୋର୍ଟଫୋଲିଓକୁ ବ୍ୟାପକ କରିବା ଓ ଇଟେଂରିୟର ବ୍ୟବସାୟ ଜରିଆରେ ଗ୍ରାହକଙ୍କୁ ସୁହାଇବା ଭଳି ସମାଧାନ ପ୍ରଦାନ କରିବା ହେଉଛି ଆମର ଚିନ୍ତାଧାରା । ଆସନ୍ତା ୨-୩ ବର୍ଷରେ ଟାୟାର-୩ ସହର ସମେତ ବଜାରରେ ବ୍ୟାପକ ପ୍ରବେଶ ଉପରେ ଆମେ ଗୁରୁତ୍ୱାରୋପ କରିବୁ । ୫୦୦୦ ପିନ୍‌କୋଡ୍‌କୁ ଡେଲିଭରି ବଢ଼ାଇ ଆମେ ଆମର ନିଜସ୍ୱ ଡି୨ସି ଇ-କମର୍ସ ଚ୍ୟାନେଲ୍‌କୁ ସୁଦୃଢ଼ କରିବାକୁ ଆମେ ଯୋଜନା ରଖିଛୁ ଓ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହି ପ୍ଲାଟଫର୍ମରେ ବିକ୍ରିକୁ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖିଛୁ । ଏହି ପ୍ଲାଟଫର୍ମରେ ଆମର ଡିଲର ନେଟୱର୍କକୁ ସାମିଲ କରାଯିବ ଯେଉଁମାନେ ସେମାନଙ୍କ ଷ୍ଟକ୍‌କୁ ଏଥିରେ ଅପ୍‌ଲୋଡ୍ କରିପାରିବେ ବୋଲି ଶ୍ରୀ ନାଗରକର କହିଛନ୍ତି ।’’ ଏହି ବ୍ରାଣ୍ଡ୍ ସୁଦୃଢ଼ୀକରଣର ଅଂଶ ସ୍ୱରୂପ ଗୋଦରେଜ୍ ଇଟେଂରିଓ ପକ୍ଷରୁ ମୁମ୍ବାଇ, ଦିଲ୍ଲୀ, ଗୁରୁଗାଓଁ ଓ କୋଲକାତାରେ କୋକୋ ଷ୍ଟୋର ଜରିଆରେ ଏହି ସେବା୍‌ଗୁଡ଼ିକୁ ପ୍ରଦାନ କରାଯିବ । ବ୍ରାଣ୍ଡ୍ ଏହି ମଡେଲ୍‌କୁ ଅନ୍ୟାନ୍ୟ ସହରକୁ ସମ୍ପ୍ରସାରିତ କରିବାକୁ ଯୋଜନା ରଖିଛି । ବ୍ରାଣ୍ଡ୍ ସମନ୍ୱୟ ପ୍ରକ୍ରିୟା ୨୦୨୩ ମାର୍ଚ୍ଚ ସୁଦ୍ଧା ଶେଷ ହେବ ଏବଂ ମୋଟ ରାଜସ୍ୱରେ ୫-୮% ଯୋଗଦାନ ପ୍ରଦାନ କରିବ । ଗୋଦରେଜ ଇଟେଂରିଓ ସାରା ଦେଶରେ ଏହାର ଖୁଚୁରା ନେଟୱର୍କକୁ ୧୦୦ ଆଉଟ୍‌ଲେଟ୍ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିବା ଓ ଚଳିତ ଆର୍ଥିକ ବର୍ଷରେ ରାଜସ୍ୱରେ ୨୫% ଅଭିବୃଦ୍ଧି ହାସଲ କରିବାକୁ ଯୋଜନା ରଖିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *