ଆମାଜନ ଗ୍ରେଟ୍ ଇଣ୍ଡିଆନ୍ ଭେଷ୍ଟିଭାଲ୍‌ ସେଲ୍‌ରେ ଟେକ୍‌ନୋ ମୋବାଇଲ୍‌ର ନୂଆ ଟେକ୍ନୋ ପପ୍ ୬ ପ୍ରୋର ବିକ୍ରି ଆରମ୍ଭ

ଆମାଜନ ଗ୍ରେଟ୍ ଇଣ୍ଡିଆନ୍ ଭେଷ୍ଟିଭାଲ୍‌ ସେଲ୍‌ରେ ଟେକ୍‌ନୋ ମୋବାଇଲ୍‌ର ନୂଆ ଟେକ୍ନୋ ପପ୍ ୬ ପ୍ରୋର ବିକ୍ରି ଆରମ୍ଭ
 ୫୦୦୦ ଏମ୍‌ଏଏଚ୍ ବ୍ୟାଟେରି ଥିବା ସ୍ମାର୍ଟଫୋନ୍‌ର ଦାମ୍ ୬,୦୯୯ଟଙ୍କା
ଭୁବନେଶ୍ୱର: ଟ୍ରାଞ୍ଜିସନ ଇଣ୍ଡିଆର ପ୍ରିମିୟମ୍ ସ୍ମାର୍ଟଫୋନ୍ ବ୍ରାଣ୍ଡ୍‌ ଟେକ୍ନୋ ମୋବାଇଲ ପକ୍ଷରୁ ଏହାର ନୂଆ ସ୍ମାର୍ଟଫୋନ୍ ଟେକ୍ନୋ ପପ୍ ୬ ପ୍ରୋକୁ ଉନ୍ମୋଚନ କରାଯାଇଛି ଯାହାର ମୂଲ୍ୟ ହେଉଛି ୬,୦୯୯ ଟଙ୍କା । ଭାରତ ହେଉଛି ଏକ ଅଗ୍ରାଧିକାର ବଜାର ଯେଉଁଠାରେ ପ୍ରତି ତ୍ରୈମାସିକରେ ନିୟୁତାଧିକ ଲୋକ ସ୍ମାର୍ଟଫୋନ୍ କିଣୁଛନ୍ତି । ଟେକ୍ନୋ ପକ୍ଷରୁ ଏହାର ପପ୍ ସିରିଜ୍ ସ୍ମାର୍ଟଫୋନ୍ ଜରିଆରେ ଏଂଟ୍ରି ସ୍ତରର ଆବଶ୍ୟକତାକୁ ପୂରଣ କରୁଛି ଯେଉଁଥିରେ ରହୁଛି ଉତ୍କୃଷ୍ଟ କ୍ୟାମେରା, ଭରସାଯୋଗ୍ୟ ବ୍ୟାଟେରି ଓ ବଡ଼ ଡିସ୍‌ପ୍ଲେ । ଟେକ୍ନୋ ପପ୍ ୬ ପ୍ରୋରେ ରହିଛି ୬.୫୬ ଇଂଚ୍ ଏଚ୍‌ଡି ପ୍ଲସ୍ ଡଟ୍‌ ନଚ୍ ଡିସ୍‌ପ୍ଲେ ଓ ତାହା ସହିତ ରହିଛି ଏକ ଶକ୍ତିଶାଳୀ ୫୦୦୦ ଏମ୍‌ଏଏଚ୍‌ର ବ୍ୟାଟେରି ଯାହା ୪୨ ଦିନ ପର୍ଯ୍ୟନ୍ତ ଫୋନ୍‌କୁ ଷ୍ଟାଣ୍ଡ୍‌ବାଏରେ ରଖିପାରିବ । ସ୍ମାର୍ଟଫୋନ୍‌ର ପଛ ପାଶ୍ୱର୍ରେ ରହିଛି ଷ୍ଟାଇଲିସ୍ ୮ ଏମ୍‌ପି କ୍ୟାମେରା ଏବଂ ସେଥିରେ ବିଭିନ୍ନ ପ୍ରକାର ଫଟୋଗ୍ରାଫି ପଦ୍ଧତି ଓ ଫିଲଟର ବ୍ୟବହାର କରାଯାଇଛି । ଏହାର ସାମ୍ନାରେ ରହିଛି ଏକ ୫ ଏମ୍‌ପି ଡଟ୍ ଯଚ୍ ସେଲ୍‌ଫି ସୁଟର ଯାହା ଜରିଆରେ ଲୋକମାନେ ଆଲୋକ ଅସୁବିଧା ଥିବା ସ୍ଥାନରେ ମଧ୍ୟ ସ୍ପଷ୍ଟ ସେଲ୍‌ଫି ଉଠାଇପାରିବେ । ଏହି ନୂଆ ଫୋନ୍ ସମ୍ପର୍କରେ ଟେକ୍ନୋ ମୋବାଇଲ୍‌ର ସିଇଓ ଅରିଜିତ ତଲାପାତ୍ରା କହିଛନ୍ତି ଯେ, “ହାଇ-ସ୍ପିଡ୍ ଇଟଂରନେଟ୍‌ର ବ୍ୟବହାର ବଢ଼ିବା ଏବଂ କନ୍‌ଟେଂଟ୍ ଉପଯୋଗିତାରେ ବୃଦ୍ଧି ଘଟୁଥିବାରୁ ଏଂଟ୍ରି ସ୍ତରରେ,
ବିଶେଷ କରି ତୃତୀୟ ଶ୍ରେଣୀ ସହର ଓ ନଗରଗୁଡ଼ିକରେ ଉଚ୍ଚ ମାନର ଡିଭାଇସ୍‌ର ଆବଶ୍ୟକତା ରହିଛି । ଆମ ଉତ୍ପାଦ ବର୍ଗମାଳାର ପପ୍‌ ସିରିଜ୍ ଜରିଆରେ ଆମେ ୫ ହଜାର ଟଙ୍କାରୁ ୮ ହଜାର ଟଙ୍କା ବର୍ଗ ଉପରେ ଧ୍ୟାନ ଦେଉଛୁ ଯେଉଁ ବର୍ଗର ଗ୍ରାହକମାନେ ନୂଆ ଉତ୍ପାଦର ପରୀକ୍ଷା ନିରୀକ୍ଷା କରିବାକୁ ପସନ୍ଦ କରନ୍ତି । ଆଠ ହଜାର ଟଙ୍କାରୁ କମ୍ ଦାମ୍ ବର୍ଗରେ ଭାରତର ତୃତୀୟ ବୃହତମ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭାବେ ଆମେ ଆମ ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛୁ । ନୂଆ ପପ୍ ୬ ପ୍ରୋର ଉନ୍ମୋଚନ ସହିତ ସେଥିରେ ଥିବା ୬.୫୬ ଇଂଚ୍ ଡଟ୍ ନଚ୍ ଡିସ୍‌ପ୍ଲେ, ଉଜ୍ଜବଳ ରଙ୍ଗ ଆଉଟ୍‌ପୁଟ ସହିତ ଚକ୍ଷୁ ସୁରକ୍ଷା ସୁବିଧା, ଡୁଆଲ ଭୋଲ୍‌ଟି ଏବଂ ଏଆଇର ଶକ୍ତି ଥିବା କ୍ୟାମେରା ଏବଂ ୫୦୦୦ ଏମ୍‌ଏଏଚ୍ ବ୍ୟାଟେରି ଜରିଆରେ ଆମ ଗ୍ରାହକମାନଙ୍କ ସମସ୍ୟାକୁ ଦୂର କରିପାରିବୁ ବୋଲି ଆମେ
ଦୃଢ଼ ନିଶ୍ଚିତ ରହିଛୁ । ଏକ ଉଲ୍ଲେଖନୀୟ ଅନୁଭୂତି ପାଇଁ ଏଥିରେ ଆଣ୍ଡ୍ରଏଡ୍‌ର ଶକ୍ତି ଥିବା ବ୍ୟବହାରକାରୀ ମିତବ୍ୟୟୀ ଇଟଂରଫେସ୍ ମଧ୍ୟ ରହିଛି ।’’ ଟେକ୍ନୋ ପପ୍ ୬ ପ୍ରୋର ଦାମ୍ ହେଉଛି ୬,୦୯୯ ଟଙ୍କା । ଆଜିଠାରୁ ଏହା ଆମାଜନ୍ ଡଟ୍ ଇଟ୍‌ରେ ବିକ୍ରି ପାଇଁ ଉପଲବ୍ଧ ହୋଇଛି । ଏସବିଆଇ ବ୍ୟାଙ୍କିଙ୍ଗ୍ କାର୍ଡ ଜରିଆରେ ଏହାକୁ କିଣିଲେ ଗ୍ରାହକମାନେ ତୁରନ୍ତ ୧୦% ରିହାତି ପାଇପାରିବେ । ଏହା ପିସଫୁଲ ବ୍ଲୁ ଓ ପୋଲାର ବ୍ଲାକ୍ ରଙ୍ଗରେ ଉପଲବ୍ଧ ହୋଇଛି । ବ୍ୟାଙ୍କ ରିହାତି ପରେ ଏହି ଫୋନ୍ ୫,୪୮୯ ଟଙ୍କାରେ ମିଳିପାରିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *