ଅଗ୍ନି ନିବେଦିତା
ଅଗ୍ନି ନିବେଦିତା…
ଅଗ୍ନି ର ଆବଶ୍ୟକତା, ବ୍ୟବହରୀତା ପବିତ୍ରତା, ଅପାର ଉପଯୋଗୀତା ଓ ଧ୍ବଂସ କରିବାର କ୍ଷମତା ଉପରେ ଯେପରି କାହାର ସନ୍ଦେହ ନାହିଁ।
ଅଗ୍ନି ନିବେଦିତା ଙ୍କ ଜୀବନ କାଳ ଠିକ ସେଇ ପରି ଥିଲା। ସବୁ ଉପଲବ୍ଧି ପଛରେ ଏକ କ୍ରୁର ସଂଘର୍ଷ ର କାହାଣୀ ଥାଏ।ବିଚାରଧାରା ରେ ଚାଲିବାର କଣ୍ଟିଳ ପଥ ଥାଏ। ସହଯୋଗୀ ମାନଙ୍କ ସହାଭାଗିତା ଥାଏ।ଆଉ ବିଶ୍ୱାସ ଘାତକତା ମଧ୍ୟ ଥାଏ। ରାଜନୀତିକ ପରିବାର ରୁ ଆସିବା ଆଉ ଏକଲା ରାଜନୀତି କୁ ଆସି ଅତ୍ମୀୟତା ର ପରିବାର ସୁର୍ଷ୍ଟ କରିବା ଏକ ନିଆରା ଉପଲବ୍ଧି। କୁନି ଆପା ଙ୍କ ସେଇ ପରିବାର ମୁଁ ଗୋଟେ ସଦସ୍ୟ।କେବଳ ରାଜନୀତି କ ଲୋକ ନୁହେଁ।ନିଗମ ର ଠିକାଦାର ଠାରୁ କର୍ମଚାରୀ, ଇଂଜିନିୟର ଠାରୁ ଆରମ୍ଭ କରି ଡ୍ରାଇଭର ଯଏଁ ସମସ୍ତେ ତାଙ୍କୁ ପରିବାର ର ମୁରବୀ ପରି ସମାନ୍ନ କରୁ ଥିଲେ। ଦୁଃଖ କହୁ ଥିଲେ, ଅଳି କରୁ ଥିଲେ। ଗାଳି ଶୁଣୁ ଥିଲେ! ଭଲ ପାଉ ଥିଲା ମନରେ ଶ୍ରଦ୍ଧା କରୁ ଥିଲେ।
ସାମାନ୍ୟ କର୍ମୀ ରୁ ଘଟଣା ଚକ୍ର ରେ ବିଧାୟିକା ପାର୍ଥୀନୀ ପ୍ରତିକୂଳ ପରିସ୍ଥିତି ରେ କେବଳ ଲଢେଇ ଲଢ଼ିବା ପାଇଁ ଓହ୍ଲେଇବା ପରେ ଲୋକ ଙ୍କ ପସନ୍ଦ ପାଲଟି ବିଧୟିକା ହେଵା, ପରେ କର୍ପୋରେଟର, କଟକ ର ପ୍ରଥମ ମେୟର, ତାଙ୍କ ର ଗତିଶୀଳ ବ୍ୟକ୍ତିତ୍ୱ ନିଜର ପରାକାଷ୍ଠା ବଳ ରେ ସମୟର ଚକ କୁ ମୋଡି ଦେଇ ଥିଲେ!ପ୍ରତ୍ୟକ କର୍ତ୍ତବ୍ୟ କୁ ଦାଇତ୍ବ ର ସହ ନିର୍ବାହ କରିଵା ନିର୍ଭିକତା ର ସହ ପରିସ୍ଥିତି ର ମୁକାବିଲା କରିବା, କାମ ଆଦାୟ କରିବା।