ଘରୋଇ ହସ୍ପିଟାଲରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ତୃତୀୟ ଲହର ଆସିବା ପୂର୍ବରୁ ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ କରିବା ପାଇଁ ଲକ୍ଷ୍ୟ ରଖିଛୁ । ଗତକାଲି ୧୬୧୩ଟି ଟିକାକରଣ କେନ୍ଦ୍ରରେ ୩ ଲକ୍ଷ ୩୨ହଜାର ୭୧୭ ଜଣଙ୍କୁ ଟିକାକରଣ କରାଯାଇଛି । ରାଜ୍ୟରେ ଆଜି ସୁଦ୍ଧା ୧ କୋଟିରୁ ଅଧିକ ଟିକାକରଣ ହୋଇଛି । ରାଜ୍ୟର ବର୍ତ୍ତମାନ କୋଭିସିଲ୍ଡ ଟିକା ୬ ଲକ୍ଷ ୯୮ହଜାର ଓ କୋଭାକ୍ସିନ ଟିକା ୪ ଲକ୍ଷ ୩୦ ହଜାର ମହଜୁଦ ରହିଛି । ଆଜି ମଧ୍ୟ ୧ ଲକ୍ଷ ୭୪ ହଜାର ୪୬୦ କୋଭିସିଲ୍ଡ ଟିକା ପହଞ୍ଚିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଏଥିସହିତ କେନ୍ଦ୍ର ସରକାରଙ୍କ ପରିବର୍ତ୍ତିତ ଟିକାକରଣ ନୀତି ଲାଗୁ ହେବା ପରେ ଘରୋଇ ହସ୍ପିଟାଲ ଗୁଡିକ ସର୍ଭିସ ଚାର୍ଜ ନେଇ ଦେଉଥିବା ଟିକାକୁ ବନ୍ଦ କରି ଦିଆଯାଇଛି । ଘରୋଇ ହସ୍ପିଟାଲ ଗୁଡିକ ଚାହିଁଲେ ଆଜି ଠୁ ସିଧାସଳଖ ଭ୍ୟାକ୍ସିନ ପ୍ରସ୍ତୁତକାରୀ କମ୍ପାନୀ ଠୁ ଟିକା କିଣି ଦେଇପାରିବେ । ସରକାର ଯେଉଁ ଦର ଧାର୍ଯ୍ୟ କରିଛନ୍ତି ସେହି ଦର ଅନୁଯାୟୀ ଟିକାକରଣ କରିବେ । କୋଭିସିଲ୍ଡ ଟିକା ୭୮୦ ଟଙ୍କା ଓ କୋଭାକ୍ସିନ ଟିକା ୧୪୧୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହି ଦର ଅନୁଯାୟୀ ସେମାନେ ଟିକାକରଣ କରି ପାରିବେ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *