ପ୍ରେମିକ ଘରେ ୧୦ବର୍ଷ ଲୁଚି ରହିଥିଲା ପ୍ରେମିକା, ଶେଷରେ….

ନୂଆଦିଲ୍ଲୀ: କେରଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପ୍ରେମିକ ପ୍ରେମିକାକୁ ୧୦ ବର୍ଷ ଧରି ଏକ ଘରେ ଲୁଚାଇ ରଖିଥିଲେ । ତେବେ ଯୁବକଙ୍କ ପ୍ରେମିକାଙ୍କ ବିଷୟରେ ତାଙ୍କର ବାପା ମାଆ ସାମାନ୍ୟ ସୁରାକ ସୁଦ୍ଧା ପାଇ ପାରିନଥିଲେ । ଏହି ଘଟଣାଟି ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ନିକଟରେ ଦୁହେଁ ଆଇନ ଅନୁଯାୟୀ ବିବାହ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ୨୦୧୦ ମସିହା ଫେବୃଆରୀ ମାସରେ ସଜିଥା ନାମକ ଜଣେ ଯୁବତୀ ନିଜର ସମ୍ପର୍କୀୟଙ୍କ ଘରକୁ ଯାଇ ଆଉ ଫେରିନଥିଲେ । ତେବେ ସଜିଥା ଘରକୁ ନ ଫେରିବାରୁ ଏନେଇ ପୋଲିସରେ ଏକ ଅଭିଯୋଗ ଦାୟର କରାଯାଇଥିଲା । ବହୁ ବର୍ଷ ଧରି ତାଙ୍କର ପତ୍ତା ନ ମିଳିବାରୁ ପରିବାର ଲୋକେ ତାଙ୍କୁ ଏକପ୍ରକାର ଭୁଲିଯାଇଥିଲେ । ମାତ୍ର ବାସ୍ତବରେ ସଜିଥାଙ୍କୁ ତାଙ୍କ ପ୍ରେମିକ ରହମାନ୍ ମାତ୍ର ୧୦୦ ମିଟର ଦୂରରେ ଏକ ଛୋଟିଆ ଘରେ ଲୁଚାଇ ରଖିଥିଲେ । ସଜିଥା ରାତ୍ରି ସମୟରେ ଝରକା ଦେଇ ବାଥରୁମ ବ୍ୟବହାର କରିବା ପରେ ଦିନସାରା ଘରକୁ ବନ୍ଦ ରଖୁଥିଲେ । ଗତ ଜୁନ ୭ ତାରିଖରେ ରହମାନଙ୍କୁ ତାଙ୍କ ଭାଇ ଚିହ୍ନଟ କରିଥିଲେ । ତେବେ ଯୁବକ ଜଣଙ୍କ ଯୁବତୀଙ୍କୁ ୧୦ ବର୍ଷ ଧରି କାରାକାଟୁପୁରମ୍ବରେ ଥିବା ଏକ ଘରେ ଲୁଚାଇ ରଖିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଥିଲା । ଶେଷରେ ସ୍ଥାନୀୟ ବିଧାୟକ ଓ ସଜିଥାଙ୍କ ପରିବାରବର୍ଗଙ୍କ ଉପସ୍ଥିତିରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲେ ହେଁ ରହମାନଙ୍କ ଘରଲୋକେ ଏହି ଉତ୍ସବରେ ଉପସ୍ଥିତ ନଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *