ସ୍ୱାମୀ ନଥିବା ବେଳେ ବୋହୂ ସାଥିରେ ଶ୍ୱଶୁର ଯାହା କଲା ଜାଣିଲେ ହୋସ୍ ଉଡ଼ିବ…..

ଭୋପାଳ: ଘରେ ସ୍ୱାମୀର ଅନୁପସ୍ଥିତିରେ ୨୧ ବର୍ଷୀୟା ବୋହୂକୁ ଦୁଷ୍କର୍ମ କରିଛି ଶ୍ୱଶୁର । ଏନେଇ ଅଭିଯୋଗ ଆଣିଛନ୍ତି ପୀଡ଼ିତା । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ । ପୀଡ଼ିତା ବୋହୂ ଜଣକ ଗୁନା ପୋଲିସ୍ ଷ୍ଟେସନରେ ଅଭିଯୋଗ କରିଛନ୍ତି । ଗୁରୁବାର ପୀଡ଼ିତା ଏନେଇ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରିଛି । ପୀଡ଼ିତା କହିଛନ୍ତି ଯେ, ତାଙ୍କ ସ୍ୱାମୀ ସ୍କୁଲକୁ ଯିବା ସମୟରେ ତାଙ୍କ ଶ୍ୱଶୁର ଜୋରଜବରଦସ୍ତି ଦୁଷ୍କର୍ମ କରିଛନ୍ତି ଓ ଏକଥା ପ୍ରଘଟ କଲେ ମାରିଦେବା ନେଇ ଧମକ ମଧ୍ୟ ଦେଉଛନ୍ତି । ସୂଚନା ଅନୁଯାୟୀ, ରାଜସ୍ଥାନର ୨୧ ବର୍ଷୀୟା ମହିଳା ଜଣକ ଗୁନାରେ ରହୁଥିବା ଜଣେ ୨୨ ବର୍ଷିୟ ଯୁବକଙ୍କୁ ବିବାହ କରିଥିଲେ । ମହିଳାଙ୍କ ସ୍ୱାମୀ ଦ୍ୱାଦଶ ଶ୍ରେଣୀ ଛାତ୍ର ହୋଇଥିବା ବେଳେ ସେ ନିଜ ପତ୍ନୀଙ୍କ ସହିତ ପୋଲିସ ଷ୍ଟେସନକୁ ମାମଲା ରୁଜୁ କରିବାକୁ ଯାଇଥିଲେ ।

ପୀଡ଼ିତାଙ୍କ ସ୍ୱାମୀ ନିଜକୁ ଦ୍ୱାଦଶ ଶ୍ରେଣୀର ଛାତ୍ର ବୋଲି ପରିଚୟ ଦେଇଥିଲେ । ତେବେ ସେ ପ୍ରତିଦିନ ସ୍କୁଲ ଯାଆନ୍ତି । ତେବେ ମହିଳା ଜଣକ ଏଫଆଇଆର୍ ରେ କହିଛନ୍ତି ଯେ, ସ୍ୱାମୀ ସ୍କୁଲ ଯାଇଥିବା ସମୟର ଫାଇଦା ଉଠାଇ ତାଙ୍କ ଶ୍ୱଶୁର ଦୁଷ୍କର୍ମ କରିଛନ୍ତି ଓ କାହାକୁ ଜଣାଇଲେ ଜୀବନରୁ ମାରିଦେବା ନେଇ ଧମକ ମଧ୍ୟ ଦେଇଛନ୍ତି । ମହିଳା ଜଣକ ଆହୁରି ଅଭିଯୋଗ କରିଛନ୍ତି ଯେ, ତାଙ୍କ ଶ୍ୱଶୁରଙ୍କ ପାଖରେ ଅନେକ ଅବୈଧ ଅ ସ୍ତ୍ରଶସ୍ତ୍ର ରହିଛି । ଯାହାକୁ ଦେଖାଇ ପରିବାର ଲୋକଙ୍କୁ ଅନେକ ସମୟରେ ଧମକ ଦିଅନ୍ତି । ପୋଲିସ୍ ଏହା ମଧ୍ୟ ସୂଚନା ଦେଇଛି ଯେ, ପୀଡ଼ିତା ଜଣକ ଅଭିଯୋଗରେ କହିଛନ୍ତି ତାଙ୍କ ଶ୍ୱଶୁର କେବଳ ତାଙ୍କୁ ନୁହେଁ ପରିବାରର ଅନ୍ୟ କିଛି ଜଣ ମହିଳାଙ୍କୁ ମଧ୍ୟ ଦୁଷ୍କର୍ମ କରିଛି ଓ ସେମାନଙ୍କୁ ଭୟ ଦେଖାଇ ଚୁପ୍ ରହିବାକୁ ବାଧ୍ୟ କରିଛି । ପୋଲିସ ଏପର୍ଯ୍ୟନ୍ତ ଅଭିଯୁକ୍ତକୁ ଗିରଫ କରିନାହିଁ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *