ଚାଷୀଙ୍କୁ ଭରସା ଭଙ୍ଗାବାଉଁଶ ଚାର

ଭଦ୍ରକ : ଭଣ୍ଡାରିପୋଖରୀ ବ୍ଲକ ବୟା ଗ୍ରାମର ଚାଷୀଙ୍କ ପାଇଁ ବାଉଁଶ ଚାର ଏବେ ଭରସା ପାଲଟିଛି । ରାତିପାହିଲେ ସ୍ଥାନୀୟ ନୂଆନଈରେ ଗ୍ରାମବାସୀଙ୍କ ଦ୍ୱାରା ନିର୍ମାଣ ହୋଇଥିବା ବାଉଁଶ ଚାର ଦେଇ ଚାଷୀମାନେ ଅପର ପାର୍ଶ୍ୱ ଚାଷ ଜମିକୁ ଯାଇଥାନ୍ତି । ଗ୍ରାମର ଧଳସାହି ଓ ରାଉତ ସାହି ସମେତ ଝାଟିଆ ସାହିର ଲୋକମାନେ ଏଠାରେ ଦୀର୍ଘ ୫ବର୍ଷ ହେବ ବାଉଁଶ ଚାର ନିର୍ମାଣ କରି ଯାତାୟତ କରୁଛନ୍ତି । ଏହି ବାଟଦେଇ ନୂଆନଈର ଅପର ପାର୍ଶ୍ୱରେ ଥିବା ଗଡ଼ଗଡ଼ି, ଠାକୁର ବିଲ, ଜୟିପୋଖରୀ, ଛ’ ପୋଲିଆ, ତିନି ଗୋଛିଆ ଓ ଶଙ୍ଖ ମୁହଁରେ ଥିବା ବିଲକୁ ଚାଷୀ ଯାଇଥାନ୍ତି । ଆପାତତଃ ନୂଆନଈରେ ନିର୍ମାଣ ବାଉଁଶ ଚାରଟି ଚାଷ ଜମିକୁ ଯିବା ପାଇଁ ଗ୍ରାମବାସୀଙ୍କ ସକାଶେ ଏକ ସଂକ୍ଷିପ୍ତ ବାଟ ହୋଇଥିବାରୁ ଏହା ସମସ୍ତଙ୍କ ପାଇଁ ନିତ୍ୟ ବ୍ୟବହାର୍ଯ୍ୟ ହୋଇଥାଏ । ପରିତାପର ବିଷୟ ଖରା ବର୍ଷା ସହିସହି ଦୀର୍ଘ ଦୁଇମାସ ହେବ ବାଉଁଶ ଚାରଟି ଅର୍ଦ୍ଧାଧିକ ଭାଗ ଭାଙ୍ଗି ଗଲାଣି । ଅତି ବିପଦପୂର୍ଣ୍ଣ ଭାବେ ଦୈନନ୍ଦିନ ଚାଷୀମାନେ ବାଉଁଶ ଚାରରେ ଯାତାୟାତ କରୁଥିବା ବେଳେ ଏହାର ମରାମତି ପାଇଁ ସେମାନେ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଅଧିକାରୀଙ୍କୁ ଜଣାଇ ସାରିଛନ୍ତି । ଏପରିକି ଏଠାରେ ଚାଷୀମାନଙ୍କ ହିତ ଦୃଷ୍ଟିରୁ ଏକ ପକ୍କା ପୋଲ ନିର୍ମାଣ ପାଇଁ ଗ୍ରାମର ଗୋପାଳ ସ୍ୱାଇଁ, ଅଧର ସାହୁ, ପ୍ରତାପ ସ୍ୱାଇଁ, ସଞ୍ଜୟ ଧଳ, ସୁବାସ ସ୍ୱାଇଁ, ଉଦକର ସାମଲ, ନରେନ୍ଦ୍ର କବି, ନରହରି ରାଉତ, ବାବାଜୀ ସ୍ୱାଇଁ, ଜଗନ୍ନାଥ ମିଶ୍ର, ପ୍ରହଲ୍ଲାଦ ସ୍ୱାଇଁ ମାଧବ କବି, ହିମାଂଶୁ ସ୍ୱାଇଁ, ଅର୍ଜୁନ ଚରଣ ଧଳ ପ୍ରମୁଖ ଦାବି କରିଛନ୍ତି । ଏ ବାବଦରେ ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ ସାହୁଙ୍କ ମତାମତ ନେବାରୁ ଭଗ୍ନ ବାଉଁଶ ଚାର ବିଷୟରେ ସେ ଅବଗତ ଥିବାବେଳେ ଏଠାରେ ପକ୍କା ପୋଲ ନିର୍ମାଣ ପାଇଁ ସେ ଜଳସମ୍ପଦ ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *