ବିଦ୍ୟୁତ୍ ଆଘାତରେ ଦୁଇ ହାତ ହରାଇ ସାରା ଜୀବନ ପଙ୍ଗୁ ହୋଇଗଲେ ମିର୍ ରଶୋନ।

ବିଦ୍ୟୁତ୍ ଆଘାତରେ ଦୁଇ ହାତ ହ

BREAKINGNEWSODIA

ରାଇ ସାରା ଜୀବନ ପଙ୍ଗୁ ହୋଇଗଲେ ମିର୍ ରଶୋନ।

ଦଶରଥପୁର-BNO-3/7/24 ବିଦ୍ୟୁତ୍ ଆଘାତରେ ଦୁଇ ହାତ ହରାଇ ସାରା ଜୀବନ ପଙ୍ଗୁ ହୋଇଗଲେ ମିର୍ ରଶୋନ। । ଯିଏ ଦିନେ ପରିବାର ଚଳାଇବା ପାଇଁ ସମସ୍ତ ବୋଝ କୁ ନିଜେ ମୁଣ୍ଡେଇ ଚାଲୁଥିଲା ସେ ଆଜି ସବୁଦିନ ପାଇଁ ପରିବାର ଉପରେ ନିଜେ ବୋଝ ହୋଇଯାଇଛି। ଏଭଳି ଏ ହୃଦୟ ବିଦାରକ ଘଟଣା ଘଟିଛି ଦଶରଥପୁର ବ୍ଲକ ଗୋପାଳପୁର ପଞ୍ଚାୟତ ରେ। ସୂଚନା ଅନୁସାରେ ବିରଜା ଇଲେକ୍ଟ୍ରିକାଲ ନାମକ ଏକ ସଂସ୍ଥା ରେ ଗତ ୪ ତାରିଖ ଦିନ ମୀର୍ ରଶୋନ ଇଲେକ୍ଟ୍ରିକାଲ ହେଲପର ଭାବେ କାମ କରୁଥିଲେ। ସେହି ସମୟରେ ତାଙ୍କ ସାଙ୍ଗ ରେ ଥିବା ଲାଇନ ମ୍ୟାନ କୁ ଏକ ଅଭିଯୋଗ ଆସିଥିଲା ଯେ ଇଲେଭେନ୍ କେଭି ରେ ଏକ ଫଲ୍ଟ ଅଛି। ଯାହାକୁ ସଜାଡ଼ିବାକୁ ଯାଇ ଥିଲେ। କିନ୍ତୁ ଡ୍ରପ୍ ଆଉଟ୍ ବାନ୍ଧିବା ସମୟରେ ସେଥିରେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା ଫଳରେ ତାଙ୍କର ଦୁଇଟି ଯାକ ହାତ କାନ୍ଧ ଠାରୁ ତଳକୁ ଜଳି ଯାଇଥିଲା। ମିର୍ ରୋଶନ କୁ ପ୍ରଥମେ ଦଶରଥପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ନିଆଯାଇଥିଲା ପରେ ପରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ କଟକ ବଡ଼ମେଡ଼ିକାଲ କୁ ପଠାଇ ଦିଆ ଯାଇଥିଲା। ଏସ୍ ସି ବି ରେ କିଛି ଦିନ ଚିକିତ୍ସା ହେବ ପରେ ତାଙ୍କର ହାତ ଦୁଇଟିକୁ କାନ୍ଧ ଠାରୁ କାଟି ଦିଆଯାଇଥିଲା। ମିଶ୍ର ତାଙ୍କ ପରିବାର ର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବାବେଳ ଏବେ ସେ ପରିବାର ପାଇଁ ବୋଝ ହୋଇଯାଇଛନ୍ତି। ଏହି ବିପଦ ସମୟରେ ହେଲ୍ପିଁ ହାଉସ୍ ଫାଉଣ୍ଡେସନ ତରଫରୁ ତାଙ୍କୁ ପ୍ରଥମେ ତିନି ଲକ୍ଷ ପରେ କୋଡ଼ିଏ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଥିବା ବେଳେ ଆଗାମୀ ଦିନରେ ତାଙ୍କର ଦୁଇଟି ହାତକୁ କିପରି ପୂନଃ ପ୍ରତିରୋପଣ କରାଯିବ ସେଥିପାଇଁ ଆର୍ଥିକ ସାହାଯ୍ୟ ପାଇଁ ଓଡ଼ିଶା ବାସୀଙ୍କୁ ନିବେଦନ କରିଛନ୍ତି। ଏହି ପ୍ରତିରୋପଣ ରେ ପାଖାପାଖି ୩୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହେବ ବୋଲି ଡ଼ାକ୍ତର କହିଥିବା ସୂଚନା ଦେଇଛନ୍ତି।

Spread

Leave a Reply

Your email address will not be published. Required fields are marked *