ବିମଳ କିଶୋର ମିଶ୍ରଙ୍କର ଜନ୍ମ ଶତବାର୍ଷିକ ।

ବିମଳ କିଶୋର ମିଶ୍ରଙ୍କର ଜନ୍ମ ଶତବାର୍ଷିକ ।

NEWS BY UMAKANTA JENA

କଟକ : ୦୪/୦୩/୨୦୨୪ B.N.O ପ୍ରଶାସକ ବିମଳ କିଶୋର ମିଶ୍ର ଓଡିଶା ପ୍ରଶାସନ ର ଅନତିକ୍ରମଣୀୟ ବ୍ୟକ୍ତିତ୍ବ ଥିଲେ | ସଂସ୍କୃତ ସାହିତ୍ୟ, ଜ୍ୟୋତିଷ ଶାସ୍ତ୍ର ଓ ରାଜସ୍ଵ ଆଇନ୍ ବିଦବତ୍ତା ପାଇଁ ସେ ଓଡିଶା ଇତିହାସରେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବେ ବୋଲି ଆଜି ସନ୍ଧ୍ୟାରେ ବନ୍ଦେ ଉତ୍କଳ ଅନୁଷ୍ଠାନ ପକ୍ଷରୁ ବଙ୍ଗାଳୀ ସାହି ସ୍ଥିତ ମା ଶାରଳା ସଦନ ରେ ଆୟୋଜିତ ବିଶିଷ୍ଟ ପ୍ରଶାସକ , ଯଶସ୍ୱୀ ସାହିତ୍ୟ ସାଧକ , ସଂସ୍କୃତବିତ ,ଜ୍ୟୋତିଷ ଶାସ୍ତ୍ରଜ୍ଞ ବିମଳ କିଶୋର ମିଶ୍ରଙ୍କର ଜନ୍ମ ଶତ ବାର୍ଷିକୀ ଉଦଘାଟନ ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ମତ ପ୍ରକାଶ କରିଛନ୍ତି | ଉତ୍ସବକୁ ଉଦଘାଟନ କରି ପ୍ରଫେସର ଡ. ବୈଷ୍ଣବ ଚରଣ ସାମଲ କହିଲେ – ବିମଳ ବାବୁ କଂର ପ୍ରଶାସନିକ ନିଷ୍ପତି ନେବା ବେଳେ ରାଜନେତା କଂର ମତ କୁ ଗୁରୁତ୍ଵ ନ ଦେଇ ସାଧାରଣ ଜନତାଙ୍କର ସ୍ୱାର୍ଥ କୁ ଗୁରୁତ୍ଵ ଦେଉଥିଲେ। ତାଙ୍କ ସୁପୁତ୍ର ଜଷ୍ଟିସ ଶଶିକାନ୍ତ ମିଶ୍ର ବିମଳ ବାବୁ କଂ ଜୀବନୀ କୁ ନେଇ ରଚନା କରିଥିବା ‘ଅବିଚଳ ବିମଳ” ଏକ ସୁନ୍ଦର ଚରିତ୍ର ଉପନ୍ୟାସ |
ଅନୁଷ୍ଠାନର ପ୍ରତିଷ୍ଠାତା ଆଇନୀଜୀବୀ ଶ୍ରୀ ଦେବସ୍ନାନ ଦାସ କଂର ଅଧ୍ୟକ୍ଷତା ରେ ଆୟୋଜିତ ଏହି ଉତ୍ସବ ରେ ବିଶିଷ୍ଟ ଶିକ୍ଷାବିତ ଡଃ ହେମେନ୍ଦ୍ର ନାରାୟଣ ଦାସ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିମଳ ବାବୁ ଜଣେ ଉଚ୍ଚକୋଟି ର ଅଧ୍ୟାପକ ଓ ନିର୍ଭୀକ ପ୍ରଶାସକ, ସଫଳ କୁଳପତି ଭାବେ ସ୍ମରଣୀୟ ହୋଇ ରହିବେ ବୋଲି କହିଥିଲେ | ଉତ୍ସବରେ ଡକ୍ଟର ଗୋବିନ୍ଦ ଭୂୟାଁ , ପ୍ରଫେସର ଡକ୍ଟର ବିଜୟ କୁମାର ଶତପଥୀ, ଇଂଜିନିୟର ମନୋଜ କୁମାର ଦାଶ , ସମାଜସେବୀ ସରୋଜ କୁମାର ସାହୁ , ଆଇନିଜୀବୀ ରାଜା ନାରାୟଣ ପଟ୍ଟନାୟକ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ | ଉତ୍ସବରେ ବରିଷ୍ଠ ପ୍ରଶାସକ ପଦ୍ମନାଭ ସାମଲ ଓ ପ୍ରଶାସକ ତଥା ସୁସାହିତ୍ୟିକ ଡକ୍ଟର ଅଲେଖ ଚନ୍ଦ୍ର ପଢ଼ିହାରୀ ଙ୍କୁ ସମ୍ଵର୍ଦ୍ଧନା ଜ୍ଞାପନ କରାଯାଇଥିଲା | ସଭାପତି ଶ୍ରୀ ଦାସ ବିମଳ ମିଶ୍ରଙ୍କୁ ଓଡିଶା ପ୍ରଶାସନ ର କିମ୍ବଦନ୍ତି ପୁରୁଷ ଭାବେ ବର୍ଣ୍ଣନା କରିଥିଲେ | ପ୍ରାରମ୍ଭରେ ପ୍ରଫେସର ଡାକ୍ତର ସୁଦର୍ଶନ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଶ୍ରୀ ବିଚିତ୍ର ନନ୍ଦ ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ | ଊତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ସ୍ବର୍ଗତ ମିଶ୍ରଙ୍କର ଫୋଟୋ ଚିତ୍ର ରେ ମାଲ୍ୟାପର୍ଣ କରିଥିଲେ |

Spread

Leave a Reply

Your email address will not be published. Required fields are marked *