ବିଜୁ ପଟ୍ଟନାୟକ ପାର୍କ ଓକର୍ଷ କ୍ଳବ ବାର୍ଷିକ ସମ୍ମିଳନୀ

REPORT BY UMAKANTA JENA

କଟକ:05.03.24 B.N.O  ସ୍ଥାନୀୟ ଶତାଦ୍ଦୀ ଭବନଠାରେ ବିଜୁପଟନାଯକ ପାର୍କ ଓକର୍ଷ କ୍ଳବର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବେ କଟକ ନଗର ସିଏମସି ମେୟର ସୁବାଷ ସିଂହ ଓ ମୂଖ୍ୟ ବକ୍ତା ଭାବରେ ପ୍ରଫେସର୍ ଡା ପୂର୍ଣ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ ।ସମ୍ମାନିତ ଅତିଥି ଭାବେ ଶ୍ଯାମ ସୁନ୍ଦର ସାହୁ ରିଜିଓନାଲ କାଉନସିଲର ବାଣୀ ନିର୍ମାଲ୍ଯ ଦାସ ସଭାପତି ଭାବେ ଇନର ହୂଇଲ୍ କ୍ଳବ ସୀମାଞ୍ଚଳ ପାଣିଗ୍ରାହୀ ଯୋଗଦେଇ ଥିଲେ ।
ଡା ପୂର୍ଣ ଚନ୍ଦ୍ର ମହାପାତ୍ର ତାଙ୍କ ଭାଷାରେ ବର୍ଣ୍ଣନା କରି କହିଥିଲେ ଚାଲିବା ସୁସ୍ଥ ସମାଜ ଗଠନ କରିବା ଦିଗରେ ଆହ୍ୱାନ ଦେଇଥିଲେ।ସଂପାଦକ ଶେଷଦେବ ମଲ୍ଲିକ ବାର୍ଷିକ କାର୍ଯ୍ୟବଳୀ ପାଠ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଅଶ୍ବନି ମହାନ୍ତି, ପବିତ୍ର ମହାନ୍ତି, ଦେବଦାସୀ ମହାନ୍ତି, ପୁରନ୍ଦର ସାହୁ, ଦେବଦାସ ସ୍ବାଇଁ, ସଭାରେ ଉପସ୍ଥିତ ଥିଲେ ।କଟକ ଏବଂ ଭୁବନେଶ୍ବରରୁ ଅନେକ ଓର୍କଷ କ୍ଲବର ସଭ୍ଯମାନେ ସଭାରେ ଯୋଗ ଦେଇଥିଲେ ।ବିଭିନ୍ନ ବର୍ଗରେ ଅଂଶ ଗ୍ରହଣ କରିଥିବା ବ୍ଯକ୍ତି ବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା ।ଶେଷରେ ରଙ୍ଗା ରଙ୍ଗ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ପରିଶେଷରେ ପବିତ୍ର ମହାନ୍ତି ସଭାରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread

Leave a Reply

Your email address will not be published. Required fields are marked *