ସେଣ୍ଟ ଜାଭିୟର୍ସ ଇଣ୍ଟରନ୍ଯାସନାଲ ମଡେଲ୍ ପବ୍ଲିକ୍ ସ୍କୁଲ୍ ର ଷଷ୍ଠ ବାର୍ଷିର ଚତୁର୍ଥ ବାର୍ଷିକ ପୁରସ୍କାର ବିତରଣ କାର୍ଯ୍ୟକ୍ରମ

NEWS BY UMAKANTA JENA

କଟକ:24.02.24 B.N.O.ପ୍ରଫେସର୍ ପଡାସ୍ଥିତ ସେଣ୍ଟ ଜାଭିୟର୍ସ ଇଣ୍ଟରନ୍ଯାସନାଲ ମଡେଲ୍ ପବ୍ଲିକ୍ ସ୍କୁଲ୍ ର ଷଷ୍ଠ ବାର୍ଷିର ଚତୁର୍ଥ ବାର୍ଷିକ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ସ୍ଥାନୀୟ କଟକ କଳାବିକାଶ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ସଭାରେ ବରିଷ୍ଠ ବାଣିଜ୍ୟ ଅଧ୍ୟାପକ କିଶୋର ଚନ୍ଦ୍ର ଦାସ ଦୀପ ପ୍ରଜ୍ବଳନ କରି ସଭାକୁ ଉଦଘାଟନ କରିଥିଲେ ।ମୂଖ୍ୟ ଅତିଥି ଭାବେ କଟକ ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ ଯୋଗଦେଇ ଥିଲେ ।ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଆଇନଜୀବୀ ଗୋକୁଳା ନନ୍ଦ ପଟ୍ଟନାୟକ ,ନିମନ୍ତ୍ରୀତ ଅତିଥି ଭାବେ ଅଧ୍ୟାପକ ଅଶୋକ କୁମାର ପଣ୍ଡା ସ୍ଥାନୀୟ କର୍ପୋରେଟର୍ ପଦ୍ମ ନି ସାହୁ ,ବିଦ୍ଯା ବିକାଶ ସମିତିର ସମ୍ପାଦକ ଯୋଗେନ୍ଦ୍ର ନାଥ ବସ୍ତିଆ ଶିକ୍ଷାବିତ୍ ବିଦ୍ଯୁତ କୁମାରୀ ଲାଲା ମୁଖ୍ୟ ବକ୍ତା ଭାବେ ଦାର୍ଶନିକ ପ୍ରଫେସର୍ ନୀଳକଣ୍ଠ ରାଉତ ଯୋଗ ଦେଇଥିଲେ ।ବିଦ୍ୟାଳୟର ସଭାପତି ଡା ଅଜୟ ମହାପାତ୍ର ଯୋଗଦେଇ ବିଦ୍ୟାଳୟର ଉନ୍ନତିକରଣ ଉପରେ ମତ୍ତ ପ୍ରକାଶ କରିଥିଲେ ।ଶେଷରେ ସଂସ୍କୃତି କାର୍ଯ୍ୟକ୍ରମ ସହ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ କୁମାର ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ ।

Spread

Leave a Reply

Your email address will not be published. Required fields are marked *