ଛିନତାଇ ଅଭିଯୋଗ ରେ ୩ ଅଭିଯୁକ୍ତ ଙ୍କୁ ଗିରଫ କଲା ପୁରିଘାଟ ଥାନା ପୋଲିସ

ଛିନତାଇ ଅଭିଯୋଗ ରେ ୩ ଅଭିଯୁକ୍ତ ଙ୍କୁ ଗିରଫ କଲା ପୁରିଘାଟ ଥାନା ପୋଲିସ

କଟକ:19.02.24 B.N.O. ଗତ 15 ତାରିଖ ଦିନ ଜଣେ ମହିଳା ରାତି 9 ଟା ସମୟରେ ଦୋଳମୁଣ୍ଡାଇ ରୁ ଘରକୁ ଫେରୁଥିଲେ | ଏହି ସମୟରେ ଦୁଇ ଜଣ ଅଜଣା ବ୍ୟକ୍ତି ଗୋଟେ ପଲ୍ଲସର ବାଇକରେ ଆସି ତାଙ୍କ ପାଖରୁ ସୁନା ଚେନ ଛଡେଇକି ନେଇଥିଲେ | ଏ ନେଇ ମହିଳା ଜଣଙ୍କ ପୁରୀଘାଟ ଥାନରେ ଏକ ଏତେଲା କରିଥିଲେ | ପରେ ଏତେଲାକୁ ଆଧାର କରି ପୁରୀଘାଟ ଆଇଆଇସି ଏବଂ ତାଙ୍କ ଟିମ ଅପରାଧ କରିଥିବା ଦୁଇ ଅପରାଧୀଙ୍କୁ ଠାବ କରି ଗିରଫ କରିଛ | ସେ ଦୁଇ ଜଣ ଯାଜପୁର ଜିଲ୍ଲାର | ସେମାନଙ୍କୁ କୋର୍ଟ ଚାଲାଣ କରାଯିବ | ତାଙ୍କ ନାମରେ ଆଗରୁ ବିଭିନ୍ନ ରାଜ୍ୟରେ ଅପରାଧରେ ସମ୍ପୃକ୍ତି ଅଛି | ସେମାନଙ୍କ ପାଖରୁ ପୋଲିସ ଦୁଇ

NEWS BY RAJENDRA CHHOTRAY

ଟି ସୁନା ଚେନ ଏବଂ ଏକ ବାଇକ ଜବତ କରିଛି | ଅଧିକ ତଦନ୍ତ ସମୟର ଦୁଇ ଅପରାଧୀ ଯାହାକୁ ଏ ସୁନା ଚେନ ବିକ୍ରି କରିଥିଲେ ସେ ଦୋକାନୀଙ୍କୁ ମଧ୍ୟ ଗିରଫ କରାଯାଇଛି ବୋଲି କହିଛନ୍ତି ଏଡିସନାଲ ଡିସିପି ଅନିଲ ମିଶ୍ର |

Spread

Leave a Reply

Your email address will not be published. Required fields are marked *