ବ୍ରଜ କିଶୋର ସ୍ମୃତି ସଂସଦ ପକ୍ଷରୁ “ବାଇମୁଣ୍ଡି” ସମ୍ମାନ ପ୍ରଦାନ ।

ବ୍ରଜ କିଶୋର ସ୍ମୃତି ସଂସଦ ପକ୍ଷରୁ “ବାଇମୁଣ୍ଡି” ସମ୍ମାନ ପ୍ରଦାନ ।

କଟକ – ୧୧-୦୨-୨୦୨୪ (B.N.O.)

NEWS BY BIJAY KUMAR PANDA

ସକାଳ ୧୦ ଘଟିକା ସମୟରେ ବସୁନ୍ଧରା, ବିଡାନାସୀ ଠାରେ କଟକର ବିଶିଷ୍ଟ ମୂରବୀ ଓ ସମାଜସେବୀ ବ୍ରଜକିଶୋର ସାହୁ(ବାବାଜୀ ଵାବୁ) ଙ୍କ ୧୭ ତମ ଶ୍ରାଦ୍ଧ ଉତ୍ସବ ବ୍ରଜ କିଶୋର ସ୍ମୃତି ସଂସଦ ପାଳନ କରିଛି। ଆଇନି ଜିବୀ ପ୍ରସାନ୍ତ ନାୟକଙ୍କ ସଭାପତିତ୍ବରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା। ସ୍ମୃତି ସଂସଦର ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତରାୟ ସଭା ପରିଚାଳନା କରିବା ସହିତ ସଂସଦର ମୁଖ୍ୟ ପରାମର୍ଶ ଦାତା ତଥା ପୂର୍ବତନ ଡେପୁଟି ମେୟର ମଧୁସୂଦନ ସାହୁ, ମେୟର ସୁବାସ ଚନ୍ଦ୍ର ସିଂ, ପ୍ରଶାନ୍ତ କୁମାର ଦାସ, କଟକ ମହାନଗର ଶାନ୍ତି କମିଟି ର ସଭାପତି ଦେବେନ୍ଦ୍ର ସାହୁ ଓ ସଂପାଦକ ଭିକାରୀ ଚରଣ ଦାସ, ଲଲାଟେନ୍ଦୁ ବଡୁ,ସୈଳବେହେରା, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ମାଧବାନନ୍ଦ ମହାନ୍ତି, ଲକ୍ଷ୍ମୀକାନ୍ତ ମହାପାତ୍ର ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ମାନେ ବ୍ରଜ କିଶୋରଙ୍କ ବେକ୍ତିତ୍ଵ ଓ କଟକ ପ୍ରତି ଥିବା ଅବଦାନ ବିଷୟରେ ସ୍ମୃତି ଚାରଣ କରିବା ସହିତ ଶର୍ଦ୍ଧା ସୁମନ ଅର୍ପଣ କରିଥିଲେ। କବୟିତ୍ରୀ ଶ୍ରୀମତୀ ବବିତା ଦାସମହାପାତ୍ର, ଶ୍ରୀମତୀ ମୀରା ବେଉରା ଓ ନମିତା ମହାନ୍ତି ପ୍ରମୁଖ ଜୀବନୀ କବିତା ଆବୃତ୍ତି କରିଥିଲେ। ଉକ୍ତ ସଭାରେ ସୁଶ୍ରୀ ସଦୟାଲକ୍ଷ୍ମୀ ପଟନାୟକ, ନିରୁପମା ହାତୀ, କିଶୋର ମହାନ୍ତି, ବିଶ୍ୱଜିତ୍ ପାଣି, ଗଙ୍ଗାଧର ବେହେରା, ଭରତ ଚନ୍ଦ୍ର ମିଶ୍ର ଓ ଅନେକ ବୁଦ୍ଧିଜୀବି ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜ୍ଞାମ୍ପନ କରିଥିଲେ। ସ୍ମୃତି ସଂସଦ ଚଳିତ ବର୍ଷର “ବାଇମୁଣ୍ଡି” ସମ୍ମାନ କଟକ ମେୟର ସୁବାସ ଚନ୍ଦ୍ର ସିଂ ଓ କଟକ ମହାନଗର ଶାନ୍ତି କମିଟି ଙ୍କୁ କଟକ ପ୍ରତି ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଦାନ କରା ଯାଇଥିଲା। ଅନୁଷ୍ଠାନ ପକ୍ଷରୁ ସାହିତ୍ୟିକ, ସମାଜସେବୀ ଓ ସଂଗଠକ ବ୍ୟକ୍ତି ବିଶେଷଙ୍କ ସହିତ ପ୍ରମୁଖ ସାମାଜିକ ଅନୁଷ୍ଠାନ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଇନ ଯିବୀ ଗୀତାଞ୍ଜଳି ବେଉରା ଧନ୍ୟବାଦ୍ ଅର୍ପଣ କରିଥିଲେ।

Spread

Leave a Reply

Your email address will not be published. Required fields are marked *