ହୁଳହୁଳି,ହରିବୋଲ ରେ କମ୍ପୁଛି ଗାଁ ଦାଣ୍ଡ

ହୁଳହୁଳି,ହରିବୋଲ ରେ କମ୍ପୁଛି ଗାଁ ଦାଣ୍ଡ
ନିମାପଡ଼ା: ୧୫.୧.୨୦୨୪ B.N.O.( ବସନ୍ତ ଦାସ )  ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଜୟ ଜଗନ୍ନାଥ ଅର୍ପଣ ରଥ ନିମାପଡ଼ା ବ୍ଲକ ର ୩୨ ଗୋଟି ପଞ୍ଚାୟତ ର ବିଭିନ୍ନ ଗାଁ ରେ ଭକ୍ତି ମୟ ପରିବେଶ ସୃଷ୍ଟି କରିଛି ।ବ୍ଲକ ର ବିଭିନ୍ନ ପଞ୍ଚାୟତ ଓ ଗାଁ ଏବେ ହରିବୋଲ ,ହୁଳହୁଳି ପ୍ରକମ୍ପିତ ହେଉଛି ।ବ୍ଲକ ର ବିଡ଼ିଓ ଭୁବନାନନ୍ଦ ପଟ୍ଟନାୟକ ,ବ୍ଲକ ଅଧକ୍ଷ ଶଙ୍କର ଭୋଇ ବିଧାୟକ ସମୀର ରଞ୍ଜନ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଶୃଙ୍ଖଳିତ ଭାବେ ଚାଲିଛି ।ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ସହ ସମସ୍ତ କର୍ମଚାରୀ ,ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ ,ସସ୍ମିତା ନାୟକ ରବୀନ୍ଦ୍ର ମଲ୍ଲିକ ,ବ୍ଲକ ସଭାପତି ଅଶୋକ ସାହୁ ,ସାଂସଦ ପ୍ରତିନିଧି ସୁଧୀର ରଞ୍ଜନ ଦାଶ,ପୂର୍ବତନ ଉପାଧ୍ୟକ୍ଷା ଅଜୟ ସ୍ବାଇଁ ପ୍ରମୁଖ ବିଭିନ୍ନ ପଞ୍ଚାୟତରେ ଅର୍ପଣ ରଥ ବୁଲିବାର ଦାୟିତ୍ଵ ନେଇଛନ୍ତି ।ପଞ୍ଚାୟତରେ ଅର୍ପଣ ରଥ କୁ ଭବ୍ୟ ସ୍ବାଗତ କରାଯାଉଥିବାବେଳେ ଘରର କୂଳବଧୁ ଶ୍ରୀ ଜଗନ୍ନାଥ ଙ୍କ ରଥ କୁ ପୂଜାର୍ଚ୍ଚନା କରିବା ସହ ଗୁଆ ଚାଉଳ ଦେଉ ଛନ୍ତି ।

NEWS BY BASANTA DAS(NIMAPADA)
Spread

Leave a Reply

Your email address will not be published. Required fields are marked *