ଉତ୍କଳ ସନ୍ତାନ ପକ୍ଷରୁ ମକର ପର୍ବ ଓ ସଂକ୍ରାନ୍ତି ପୁରୁଷଙ୍କ ଜୟନ୍ତୀ ପାଳିତ

ଉତ୍କଳ ସନ୍ତାନ ପକ୍ଷରୁ ମକର ପର୍ବ ଓ ସଂକ୍ରାନ୍ତି ପୁରୁଷଙ୍କ ଜୟନ୍ତୀ ପାଳିତ

NEWS BY B.N.O.(CUTTACK)

କଟକ : ତା.15.01-B.N.O. ଓଡ଼ିଆ ଭାଷା-ସାହିତ୍ୟ-ସଂସ୍କୃତି ସୁରକ୍ଷା ସଂସ୍ଥା ଉତ୍କଳ ସନ୍ତାନ ପକ୍ଷରୁ ମକରପର୍ବ ଓ କଥାସମ୍ରାଟ ଫକୀରମୋହନ ସେନାପତିଙ୍କ ଜୟନ୍ତୀ ପାଳନ କରାଯାଇଛି | ମର୍କତନଗର ସେକ୍ଟର-6ସ୍ଥିତ ସିଦ୍ଧମହାବୀର ମନ୍ଦିର ପରିସରରେ ଆୟୋଜିତ ସଭାରେ ଉପାଧ୍ୟକ୍ଷ ସମାଜସେବୀ ଅଶୋକ କୁମାର ସେନାପତି ସଭାପତିତ୍ବ କରିଥିଲେ | ପ୍ରାରମ୍ଭରେ ପଣ୍ଡିତ ନୃସିଂହ ଚରଣ ପାଣି ଓ ପଣ୍ଡିତ ନିରାକାର ପଣ୍ଡା ମଙ୍ଗଳାଷ୍ଟକ ଆବୃତ୍ତି କରିବା ପରେ ସଂଗଠନ ସମ୍ପାଦକ ବିଶ୍ୱପ୍ରକାଶ ଦାଶ ସ୍ୱାଗତ ଭାଷଣ ଦେଇଥିଲେ | ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଡକ୍ଟର ଜ୍ଞାନଗୁରୁ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଗଦ୍ୟସାହିତ୍ୟର ସ୍ରଷ୍ଟା ଫକୀରମୋହନଙ୍କୁ ସଂକ୍ରାନ୍ତି ପୁରୁଷ ଭାବେ ଅବିହିତ କରି ନିଜର ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ | ମୁଖ୍ୟବକ୍ତା ରେଭେନ୍ସା କଲେଜର ପୂର୍ବତନ ସଭାପତି ସଂଗ୍ରାମୀ ତପନ କୁମାର ମିଶ୍ର କହିଲେ-ଫକୀରମୋହନଙ୍କ ସାହିତ୍ୟରେ ସମସାମୟିକ ସମାଜର ଚିତ୍ର ପ୍ରତିଫଳିତ ହୋଇଥିଲା | ଓଡ଼ିଆ ସାହିତ୍ୟରେ ତିନିସୂର୍ଯ୍ୟମାନଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ | ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ହୃଷିକେଶ ପଣ୍ଡା, ଦୁର୍ଯ୍ୟୋଧନ ମହାପାତ୍ର, ବିଜୟ କୁମାର ସାମଲ, ଅତିଥି ମହାପାତ୍ର, ଶଶୀକାନ୍ତ ସ୍ୱାଇଁ, ସୌମ୍ୟରଞ୍ଜନ ପଟନାୟକ, ପ୍ରଫେସର ସବିତାବାଳା ଆଚାର୍ଯ୍ୟ, ଆଡ଼ଭୋକେଟ ବିଶ୍ୱଜିତା ଜେନା, ଡାକ୍ତର ଅନିନ୍ଦିତା ମହାପାତ୍ର, ମହାଶ୍ଵେତା ଦେବରାୟ, ଶକ୍ତିସ୍ୱରୂପା ଦାସ, ଲକ୍ଷ୍ମୀସ୍ୱରୂପା ଦାସ ଓ ପ୍ରାପ୍ତିକର ମହାପାତ୍ର ପ୍ରମୁଖ ମକର ପର୍ବର ବିଭିନ୍ନ ଦିଗଉପରେ ଆଲୋକପାତ କରି ଓଡ଼ିଆ ସଂସ୍କୃତିରେ ଆଜିର ଦିବସକୁ ବଡଦିନ ବୋଲି କହିଥିଲେ | ଶେଷରେ ସମସ୍ତଙ୍କୁ ମକରଚାଉଳ ଭୋଗ ବଣ୍ଟନ କରାଯିବା ପରେ ଆଡ଼ଭୋକେଟ ପ୍ରସନ୍ନ କୁମାର ମହାପାତ୍ର ଧନ୍ୟବାଦ ଦେଇଥିଲେ |

Spread

Leave a Reply

Your email address will not be published. Required fields are marked *