୨୦୦୪ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ଉତ୍ସବ ଅନୁଷ୍ଠିତ

୨୦୦୪ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ଉତ୍ସବ ଅନୁଷ୍ଠିତ

NEWS BY DWIJABAR MOHAPATRA

ନିଆଳୀ -02.01.24-(B.N.O.)ଦ୍ୱିଜବର ମହାପାତ୍ର: ଗୋପୀନାଥ ଜିଉ ବିଦ୍ୟାପୀଠ ସେଳଦାରେ ଅଧ୍ୟୟନ କରିଥିବା ୨୦୦୪ ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନଙ୍କ ପଞ୍ଚମ ବନ୍ଧୁମିଳନ ଉତ୍ସବ ଆୟୋଜିତ ହୋଇଯାଇଅଛି। ଏହି ବ୍ୟାଚର ସମସ୍ତ ପୁରାତନ ଛାତ୍ରଛାତ୍ରୀମାନଙ୍କ ସହଯୋଗରେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମଟି ମେଳକ ସ୍ଥିତ ବୁଢ଼ୀ ଜାଗୁଳାଇ ମନ୍ଦିର ପ୍ରାଙ୍ଗଣରେ ଥିବା ମଣ୍ଡପ ନିକଟର ୪୨ ପରିବାରକୁ ନେଇ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ପ୍ରକାରର ସୁସ୍ଵାଦୁ ଆମିଷ ଓ ନିରାମିଷ ଭୋଜନ ପ୍ରସ୍ତୁତ କରାଯାଇଥିଲା। ଆସିଥିବା ସମସ୍ତ ଛୋଟ ଛୋଟ ପିଲାମାନଙ୍କୁ ନେଇ ଏକ ମନୋରଞ୍ଜନ ନିମନ୍ତେ ମ୍ୟୁଜିକ୍ ଚେୟାର କାର୍ଯ୍ୟକ୍ରମ କରାଯାଇଥିଲା, କୃତୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ଅନ୍ୟ ମାନଙ୍କୁ ଚକୋଲେଟ୍ ବଣ୍ଟନ କରାଯାଇଥିଲା। ଏହି ବ୍ୟାଚର ପ୍ରାୟ ଛାତ୍ରଛାତ୍ରୀମାନେ ବିଭିନ୍ନ ପଦପଦବୀରେ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଥାଇ ଭଲ ରୋଜଗାରକ୍ଷମ ହୋଇପାରିଛନ୍ତି। ଯୋଗଦେଇଥିବା ସମସ୍ତ ପରିବାରବର୍ଗଙ୍କୁ ଉତ୍ତରି ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିବା ସହିତ କେକେ ସେଲିବ୍ରେସନ କରାଯାଇଥିଲା। ଏହିଭଳି ବନ୍ଧୁମିଳନ ଉତ୍ସବରେ ପରସ୍ପର ସହିତ ଭେଟିବା ଓ ସୁଖ ଦୁଃଖ ବାଣ୍ଟିବା ପାଇଁ ସମୟ ପାଇଥିବାରୁ ସମସ୍ତେ ଖୁସି ମତବ୍ୟକ୍ତ କରିଛନ୍ତି।କାର୍ଯ୍ୟକ୍ରମଟି ଶାନ୍ତି ଶୃଙ୍ଖଳାରେ ପରିସମାପ୍ତି ଘଟିଥିଲା। ଏହି ବନ୍ଧୁମିଳନ ଉତ୍ସବକୁ ନିରଞ୍ଜନ ବିଶ୍ୱାଳ ପରିଚାଳନା କରିଥିବା ବେଳେ ସମସ୍ତ ସାଙ୍ଗମାନେ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ।

Spread

Leave a Reply

Your email address will not be published. Required fields are marked *