ନୂଆ – ଓ – ଯୁବ ଓଡ଼ିଶା – ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ ।

ନୂଆ – ଓ – ଯୁବ ଓଡ଼ିଶା – ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ ।

NEWS BY BASANTA DAS

ନିମାପଡ଼ା ୩୦.୧୨.୨୦୨୩.B.N.O : (ନିମାପଡ଼ା ପ୍ରତିନିଧି ବସନ୍ତ ଦାସ ଙ୍କ ରିପୋର୍ଟ )    ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରତି କଲେଜ ସ୍ତରରେ କ୍ରୀଡା ,ସଂସ୍କୃତି,ସାମାଜିକ କ୍ଷେତ୍ରରେ ଯୁବ ବର୍ଗ ଅଂଶ କୁ ପ୍ରୋତ୍ସାହିତ କରିବା ଉଦ୍ଧେଶ୍ୟରେ ଆୟୋଜିତ ନୂଆ – ଓ – ଯୁବ ଓଡ଼ିଶା – ନବୀନ ଓଡ଼ିଶା ମାଧ୍ୟମରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।ଏହି ଅବସରରେ ଆଜି ନିମାପଡ଼ା ବ୍ଲକ ଚାରିଛକ ନିଗମାନନ୍ଦ ମହିଳା ମହା ବିଦ୍ୟାଳୟ ରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ଯୋଗଦେଇ ଉକ୍ତ କଲେଜ ର ସର୍ବାଙ୍ଗୀନ ଉନ୍ନତି ଲାଗି ପଦକ୍ଷେପ ନିଆ ଯାଇଛି ଏବଂ ନିଆ ଯିବ ବୋଲି ଶ୍ରୀ ଦାଶ କହିଥିଲେ।ମହାବିଦ୍ୟାଳୟର ଅଧକ୍ଷା ଡ ସ୍ଵର୍ଣ୍ଣ ରଶ୍ମି ସାହୁ ଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ଦାସ ,ମୁଖ୍ୟବକ୍ତା ଭାବେ ପ୍ରଫେସର ଡ ଜୟକୃଷ୍ଣ ପାଣିଗ୍ରାହୀ ସମ୍ମାନୀୟ ଅତିଥି ଭାବେ ପରିଚାଳନା କମିଟି ସଭାପତି ଡ଼ ସନ୍ତୋଷ କୁମାର ମିତ୍ର ପ୍ରମୁଖ ଯୋଗ ଦେଇଥିଲେ ।ପରେ ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଚାରିଛକ ଥାନା ଅଧିକାରୀ ମମତା ବିଶ୍ଵାଳ ଉପସ୍ଥିତ ଥିଲେ ।

Spread

Leave a Reply

Your email address will not be published. Required fields are marked *