ମା’ସରସ୍ୱତୀ ଶିକ୍ଷା ମନ୍ଦିରରେ ‘ଦାତବ୍ୟ ଚକ୍ଷୁ ପରୀକ୍ଷା ଶିବିର

NEWS BY BIJAY KUMAR PANDA(CUTTACK)

କଟକ-ତା-୧୬.୧୨.୨୩(B.N.O.) -‘ଦୃଷ୍ଟି ହିଁ ଜୀବନ’ ସ୍ଥାନୀୟ ହାତୀପୋଖରୀ ଛକ ସ୍ଥିତ ମା’ ସରସ୍ୱତୀ ଶିକ୍ଷା ମନ୍ଦିରରେ ମୀରାମ ଆଇ କେୟାର ଆନୁକୂଲ୍ୟରେ ଏକ ଦାତବ୍ୟ ଚକ୍ଷୁ ପରୀକ୍ଷା ଶିବିର ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବଟକୃଷ୍ଣ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ମୀରାମ ଆଇ କେୟାରର ଡାକ୍ତର ଡଲ୍ ବରାଳ, ଡାକ୍ତର
ସେଖ୍ ଅସପାକ ଅଲ୍ଲୀ, କୋଡିନେଟର ଶ୍ରୀକାନ୍ତ ମିଶ୍ର କମ୍ପ୍ୟୁଟର ମାଧ୍ୟମରେ ୧୦୫ ଜଣଙ୍କର ଚକ୍ଷୁ ପରୀକ୍ଷା କରିବା ସହ ଉପଯୁକ୍ତ ଚିକିତ୍ସା ପାଇଁ ଆବଶ୍ୟକ ପରାମର୍ଶ ଦେଇଥିଲେ । ଶିଶୁ ମାନଙ୍କର ସ୍ୱାସ୍ଥ୍ୟ ଓ ଶିକ୍ଷାର ବିକାଶ ଉପରେ ସମାଜର ସ୍ଥିତି ଓ ଉନ୍ନତି ନିର୍ଭର କରେ ବୋଲି ଆୟୋଜିତ ସଭାରେ ଅତିଥିମାନେ ମତପ୍ରଦାନ କରିଥିଲେ । ଶିବିରକୁ ସୁବାସିନୀ ସାହୁ, ନିରୁପମା ମହାନ୍ତି, ରେଶମା ଖାତୁନ, ବବିତା ମହାନ୍ତି, ସାବନା ହୋସେନ୍‌, ପିଙ୍କାଲି ବେହେରା, ସଂଘମିତ୍ରା ମହାନ୍ତି, ସ୍ୱର୍ଣ୍ଣଲତା ମିଶ୍ର, ସୁନନ୍ଦା ସାହୁ ସୁନ୍ଦର ଭାବରେ ସମ୍ପାଦନା କରିଥିଲେ ।ପାଖାପାଖି ଅଞ୍ଚଳର ଅଧିବାସୀ ମାନେ ଚକ୍ଷୁ ପରୀକ୍ଷା କରି, ବିଦ୍ୟାଳୟର ଏତାଦୃଶ୍ୟକାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ ।

Spread

Leave a Reply

Your email address will not be published. Required fields are marked *