ନୀଳ ସବୁଜିମା…

B.N.O.(cuttack)

ହଜିଯାଇଛି ଆଜି ନୀଳ ସବୁଜିମା
ବାଡି ଗଡିଆର ପାଣି
ଗଡିଶା ମାଛ ପୋଡ଼ା ସାଙ୍ଗେ ଖଟା ସେହି ବାସି ତୋରାଣି।…!

ଅଗନା ଅଗନି ବନସ୍ତ ରେ ଏବେ , ,କୁହୁଳି କୁହୁଳି ଜୀବ ଜନ୍ତୁ ଦିଏ ଝାସ ।
ଅତି ନିକଟରେ ପାଖେଇ ଆସୁଛି ମଣିଷ ଖାଇବ ମଣିଷ ମାଂସ।…!!

ଖାଦ୍ୟ ର ଅଭାବ ,ବାସ ର ଅଭାବ
ଦେଖା ଦେଇଛି ଏବେ ଜୀବ ଜନ୍ତୁ ଙ୍କ ପାଇଁ
ରହରେ ଅସାଧ୍ୟ ମଣିଷ
ତୋହର ସମୟ ଆସିବ।
ଶୁଖିଲା ଟାରେ ବାନା ଉଡାଉଛୁ
କାହା ପାଇଁ ।..!!!

ଜଙ୍ଗଲକୁ କାଟି ,ପୋଡିଲୁ ତୁ ମାଟି ,ଠିଆ କଲୁ ଅଟ୍ଟାଳିକା
ସେହି ଅଟ୍ଟାଳିକା ସଭିଙ୍କୁ ଖାଇବ
ରହିଯିବୁ ତୁ ଏକା ।..!!!!

ନୀଳ ସବୁଜିମା ,ନୀଳରଙ୍ଗ ପ୍ରତୀକ ଆମରି ତ୍ରିରଙ୍ଗା।
ନେତା ଖାଉଛି ,ଜନତା ଖାଉଛି
ମଧ୍ୟବିତ୍ତ ଏଠି ଆଶଙ୍କା ।.!!!!!

କର ଦେଇ ଘର ସୁଧରେ
ଭାସୁଛି। ସ୍ବପ୍ନ ସବୁ ମାଟି ତଳେ,
ଖାଇଲା ବୋହିଗଲା ନେଲା ଯିଏ,ସିଏ ସବୁଠିଁ ସମ୍ମାନ ପାଇଲା ।..!!!!!!
ସଚ୍ଚୋଟ ପଣିଆ ,ଉଦାରତା ଆଜି ଅଟହାସ୍ୟ ହୋଇଯାଇଛି।
ନେତାଏ ସବୁ ମା ‘! ଭ ଉଣୀ
ନାରାବାଜି କରି ,ପାଖେ ଧରି ଶୋଇଯାଉଛି।..!!!!!

ଆଜିର ଦିନରେ ମିଥ୍ୟା ପାଖେ
ସତ ବନ୍ଧା ପଡ଼ିଛି ।
ରାଜା ହେଉ ବା ମୁଖ୍ୟମନ୍ତ୍ରୀ ପାଟିରେ ତାଲା ପଡିଛି ।
ଖାଲି ୫ ଟି ସଚିବ କହୁଛି।…!!!!!!!!

ଆଗକୁ ସମୟ ଆସିବ ନୀଳ ସବୁଜିମା ବୁଡ଼ିବ ।
ଜଳର ଅଭାବ , ଖାଦ୍ୟର ଅଭାବ
ଗୃହର ଅଭାବ ଏଠି।
କିଏ ସେ ବୁଝିବ ଜନତା ଦୁର୍ଦ୍ଦଶା
ନିତି ହେଉଛି ଖଟି ।. !!!!!!!!!! ।

ସାଗରିକା ଦାଶ
କଟକ

Spread

Leave a Reply

Your email address will not be published. Required fields are marked *