ସାହିତ୍ୟ ରେ ବୈପ୍ଳବିକ ଚେତନା ଆଲୋଚନା ଚକ୍ର ଅନୁଷ୍ଠିତ

NEWS BY SASHIBHUSANA CHAINI

କଟକ, ତା ୨୯-୧୦୨୩ – (B.N.O.) ନବଯୁଗ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଆଜି ଏକ ଆଲୋଚନା ଚକ୍ର ଶୀର୍ଷକ “ସାହିତ୍ୟ ରେ ବୈପ୍ଳବିକ ଚେତନା ” ନବଯୁଗ ପ୍ରେସ୍, ପାଲିତପଡା ଠାରେ ଉଦୟ କେଶରୀ ବର୍ମା ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି । ଆଲୋଚନା ଚକ୍ର କୁ ଇସକଫ ର ଜାତୀୟ ସଂପାଦକ ବିଜୟ ପଢିହାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ ଏବଂ ନବଯୁଗ ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ଭଗବତୀ ଚରଣ ପାଣିଗ୍ରାହୀ ଙ୍କ ପ୍ରଗତୀଶୀଳ ସାହିତ୍ୟ,ଗଳ୍ପ, କବିତା ପ୍ରବନ୍ଧ ସଂପର୍କରେ ଆଲୋକପାତ କରି ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ
ଅଧ୍ୟକ୍ଷ ପଣ୍ଡିତ ନୀଳକଣ୍ଠ ରାଉତ,ଏଡଭୋକେଟ ଅମରେନ୍ଦୁ ମହାନ୍ତି,ସାହିତ୍ୟିକ କୈଳାଶ ଚନ୍ଦ୍ର ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସଂଗଠନ ପକ୍ଷରୁ ସାହିତ୍ୟିକ କୈଳାଶ ଚନ୍ଦ୍ର ଜେନା, ବିଜୟ କୁମାର ପଢିହାରୀ, ସାମ୍ବାଦିକ କେଦାର ରାଉତ, ଛାତ୍ର ପ୍ରତିଭା ପାଇଁ ଆଶୀର୍ବାଦ ବେହେରା, ଦୀପ୍ତି ରଞ୍ଜନ ଦାସ,ଆଶିଷ ରଞ୍ଜନ ଦାସ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଶିକ୍ଷକ କ୍ଷୀରୋଦ କୁମାର ବିଶ୍ବାଳ, କବିତା ପାଠ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆଲୋଚନା ଚକ୍ରରେ ଭାଗ ନେଇଥିଲେ ଅଧ୍ୟାପିକା ରମାଦେବୀ ମହାନ୍ତି, ଆଦିତ୍ଯ ରଞ୍ଜନ ଦାସ ,ଇନ୍ଦ୍ରଜିତ ଘୋଷ, ଗିରିଶ ମହାପାତ୍ର, ବିଶ୍ବଜିତ ସିଂହ, ଅଭୟ ପଟ୍ଟନାୟକ, ଏସ କେ ସଫିକ ଉଦିନ,ସଚ୍ଚିଦାନନ୍ଦ କର,ସାନନ୍ଦ ସେଠୀ, ପ୍ରସନ୍ନ କୁମାର ମହାପାତ୍ର,ରାମଚନ୍ଦ୍ର ବେହେରା ପ୍ରମୁଖ । ବିନୋଦ କୁମାର ବେହେରା ପ୍ରାରମ୍ଭିକ ବିବରଣୀ ପ୍ରଦାନ କରିଥିଲେ ।ଅଧ୍ୟାପକ ଅଶୋକ ଦାସ
ଧନ୍ୟବାଦ ଅର୍ପଣ କରିଥିଲେ|

Spread

Leave a Reply

Your email address will not be published. Required fields are marked *