ଉପନ୍ୟାସ ‘ ଶାନ୍ତ ସକାଳ ‘ ଓ କାବ୍ୟ ‘ ସମଲେଇ ଗାଥା ଉନ୍ମୋଚିତ।

REPORT BY BIJAY KUMAR PANDA

ଭୁବନେଶ୍ୱର,୧୫/୧୦(B.N.O.)-‘ସାହିତ୍ୟ ବ୍ୟକ୍ତିକୈନ୍ଦ୍ରିକ ନ ହୋଇ ବିଶ୍ଵକୈନ୍ଦ୍ରିକ ହେଉ ‘ ସାହିତ୍ୟ ଆତ୍ମକୈନ୍ଦ୍ରିକ ନ ହୋଇ ବିଶ୍ୱକୈନ୍ଦ୍ରିକ ହେବା ଉଚିତ୍ ବୋଲି ବିଶିଷ୍ଟ ସାହିତ୍ୟିକମାନେ ମତବ୍ୟକ୍ତ କରିଛନ୍ତି।’ଦିଲ୍ଲୀ – ଉତ୍କଳ ଅସ୍ମିତା ‘ ଆନୁକୁୁଲ୍ୟରେ ଆଜି ତିନିଗୋଟି ନୂତନ ପୁସ୍ତକ ଲୋକାର୍ପିତ ହୋଇଥିଲା।ଏହି ସଂଗଠନର ସଭାନେତ୍ରୀ, ସାହିତ୍ୟିକା ଡାକ୍ତର ଅନିତା ପଣ୍ଡାଙ୍କ ଲିଖିତ ଉପନ୍ୟାସ ‘ଶାନ୍ତ ସକାଳ ‘, ପ୍ରବନ୍ଧ ସଙ୍କଳନ ‘ ବିଗତ ଅପରାହ୍ନ ‘ ଓ ପଶ୍ଚିମ ଓଡ଼ିଶାର ସାହିତ୍ୟିକ ଓ ଚିତ୍ରଶିଳ୍ପୀ ଶ୍ରୀ ଉଦୟନ ସୂପକାରଙ୍କ ରଚିତ ‘ସମଲେଇ ଗାଥା ‘ କ୍ଷୁଦ୍ର କାବ୍ୟ ଲୋକାର୍ପିତ ହୋଇଥିଲା।ବିଶିଷ୍ଟ ଗୀତିକାର ଡଃ ଅଲେଖଚନ୍ଦ୍ର ପଢ଼ିଆରୀ ଏହି ପୁସ୍ତକ ତିନୋଟିର ଉନ୍ମୋଚନ କରି କହିଥିଲେ ଯେ ସାହିତ୍ୟିକଙ୍କ ମଧ୍ୟରେ ଅସୂୟା ଭାବ ନ ରହୁ। ।ବିଶିଷ୍ଟ ଭାଷାବିତ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ,ପଦ୍ମଶ୍ରୀ ଆଶୀର୍ବାଦ କରି ଲେଖିକା ଓ ଲେଖକ ଦ୍ବୟ ଅଧିକରୁ ଅଧିକ ପୁସ୍ତକ ରଚନା କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟ ଅତିଥି,ବିଶିଷ୍ଟ କବି ଅମରେଶ ପଟ୍ଟନାୟକ କହିଲେ,ପ୍ରବଳ ବିରୋଧାଭାସ ମଧ୍ୟରେ ଜୀବନ ଦୁର୍ବିସହ ହୋଇ ଯାଉଛି।ସାହିତ୍ୟିକ ବ୍ୟକ୍ତି କୈନ୍ଦ୍ରିକ ହେବା ପରିବର୍ତ୍ତେ ବିଶ୍ୱକୈନ୍ଦ୍ରିକ ହେବ ଉଚିତ୍। ସମାଜସେବୀ ଓ ‘ଉତ୍କଳ ପ୍ରସଙ୍ଗ ‘ର ସମ୍ପାଦିକା ଶ୍ରୀମତୀ କସ୍ତୁରୀ ମହାପାତ୍ରଙ୍କୁ ଦିଲ୍ଲୀ – ଉତ୍କଳ ଅସ୍ମିତ।ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା।

ପୁସ୍ତକ ସମ୍ପର୍କରେ ଶ୍ରୀମତୀ ଇନ୍ଦିରା ଦତ୍ତ ସମୀକ୍ଷା କରିଥିଲେ।ଔପନ୍ୟାସିକା ଡାକ୍ତର ପଣ୍ଡା ଏବର ସାମାଜିକ ଓ ମନସାତ୍ତ୍ୱିକ ଘଟଣା ସବୁକୁ ଉପନ୍ୟାସରେ ଚିତ୍ରଣ କରିଥିବା କଥା ପ୍ରକାଶ କରିଥିଲେ।ଅନୁଷ୍ଠାନର ଉପ – ସଭାପତି ଶ୍ରୀ ଗୁରୁ କଲ୍ୟାଣ ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ। ଶେଷରେ ଶ୍ରୀମତୀ କମଳ କୁମାରୀ ଦାଶ ଧନ୍ୟବାଦ ଦେଇଥିଲେ।
ପୁସ୍ତକ ଉନମୋଚିତ ହେବା ପୂର୍ବରୁ ଅନୁଷ୍ଠିତ କବିତା ପାଠୋତ୍ସବ ଶ୍ରୀ ସୂପକାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏଥିରେ କାନନ ବାଳା ପଟ୍ଟନାୟକ, ବୀଣା ପାଣି ସାହୁ,ମନିକା ମହାପାତ୍ର,ଗୀତାଞ୍ଜଳି ପାଣି ଓ ଇନ୍ଦିରା ଦତ୍ତ ପ୍ରଭୃତି ଅଂଶ ଗ୍ରହଣ କରିଥିଲେ।

Spread

Leave a Reply

Your email address will not be published. Required fields are marked *