ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ ଧାନ ଫସଲ କ୍ଷୟକ୍ଷତି ।

ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ ଧାନ ଫସଲ କ୍ଷୟକ୍ଷତି ।

ପରଜଙ୍ଗ :21.08.23 BREAKING NEWS ODIA (Report by Nirmal gadagayak) ଅଞ୍ଚଳରେ ଧାନ ଫସଲ ବେଉଷଣ ଆରମ୍ଭ ବେଳକୁ ହାତୀ ମାନଙ୍କ ଉପଦ୍ରବ ଆରମ୍ଭ ହୋଇଗଲାଣି , ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ କଙ୍କଡ଼ାହାଡ଼ ବ୍ଲକ ଝିଲି ପଞ୍ଚାୟତ ତୋରଡାନାଳି ଗ୍ରାମର ଭୁରୁଭୁରା ପଶିର ଫସଲ ଜମିରେ ।ଚାଷୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ପାଣି କାଦୁଅରେ ପଶି ଅକ୍ଳାନ୍ତ ପରିଶ୍ରମ କରି ଧାନ ଫସଲ କରିଥାଏ ।କିନ୍ତୁ ଆଜି ଫସଲ ଉଜାଡ଼ିବାକୁ ଆବିର୍ଭାବ ହେଲେଣି ହାତୀପଲ୍ଲ। ଏହି ଗ୍ରାମର ଚାଷୀ ଗୁରୁଦେବ ସାହୁ , ବୁଟୁ ସାହୁ ,ବଳରାମ ସାହୁ,ବିଶ୍ଵନାଥ ସାହୁ ,କାହ୍ନୁ ସାହୁ ,ଦାଶରଥି ସାହୁ , ବିକ୍ରମ ସାହୁ , ବିଦା ସାହୁ ପ୍ରମୁଖଙ୍କ ଚାଷ ଜମିରେ ଶନିବାର ବିଳମ୍ବିତ ରାତିରେ ହାତୀପଲ୍ଲ ପଶି ଧାନ ଫସଲ ଦଳାଚକଟା କରି ନଷ୍ଟ କରି ଦେଇଥିବା ଦୃଶ୍ୟ ଦେଖିବାକୁ ମିଳିଛି ।ତୁରନ୍ତ ଏହି କ୍ଷତିଗ୍ରସ୍ତ ଚାଷୀ ପ୍ରଜାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

Spread

Leave a Reply

Your email address will not be published. Required fields are marked *