ମୋ ଅଭିନୀତ ନାଟକ ସାଗର ମନ୍ଥନ

ଆମେ ସବୁ ବେଳେ ଦର୍ଶକ ଖୋଜୁଛେ ଭଲ ଦର୍ଶକ। ଯେଉଁ ମାନେ ଗମ୍ଭୀର ଭାବରେ ଆମ ନାଟକ ଦେଖିବେ ଓ ସୁ ଚିନ୍ତିତ ତଥା ଗଠନ ମୂଳକ ମତାମତ ଦେବେ। ମାତ୍ର ଆମେ ଦର୍ଶକ ଧରି ରଖିବାର ପ୍ରୟାସ ଟିଏ କରିନେ। ହଁ ଅନେକ ଅବାଂଛିତ ଦର୍ଶକ ସୃଷ୍ଟି କରିଛେ। ମାତ୍ର ଖୋଜି ଖୋଜି ଆସୁଥିବା ଦର୍ଶକ ଟିଏ ବୋଧ ହୁଏ ତିଆରି କରିନେ। କିମ୍ବା ଆମ ନାଟକ ର ମାନ ଓ ଆମର ନାଟ୍ୟସଂସ୍ଥା ମାନଙ୍କର ଅଂଗୀକାର ବୋଧ ର ଅଭାବ ବୋଧ ହୁଏ ଆମକୁ ଅଂଗୀକାର ବୋଧ ଦର୍ଶକ ସୃଷ୍ଟି କରିବାରେ ସଫଳ କରାଇ ପାରିନାହିଁ। ସେ ଦିଗରେ ଭବିଷ୍ୟତ ରେ ନାଟ୍ୟସଂସ୍ଥା ମାନେ ଗୁରୁତ୍ୱ ଦେବେ ବୋଲି ଆଶା ତଥା ବିଶ୍ୱାସ।
ମୋ ଅଭିନୀତ ସାଗର ମନ୍ଥନ ଯାହା ଇନିସ୍ପେକ୍ଟର କଲସର ଓଡ଼ିଆ ଅନୁବାଦ ଥିଲା, ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଥିଲା। ସେ ନାଟକ ଦେଖି ମୋର ଜଣେ ପାଠକ ମୋତେ ଖୁବ ପ୍ରଶଂସା କରିଥିଲେ। ତେବେ ବଡ଼ କଥା ହେଉଛି ସେଦିନ ତାଙ୍କ ପୁଅ ମଧ୍ୟ ନାଟକ ଦେଖିବାକୁ ଆସିଥିଲା । କିଛି ଦିନ ପରେ ପ୍ରମେୟ ଖବରକାଗଜରେ ମୋର ଏକ ଅଲେଖ ପ୍ରକାଶିତ ହୁଅନ୍ତେ ସେ ଚିହ୍ନିପାରିଲା। ତା ମମିଙ୍କୁ ଡାକି କି କହିଲା ଦେଖା ମାମା ଇନ୍ସପେକ୍ଟର ଅଙ୍କଲ ଙ୍କର ଲେଖା ଓ ଫଟ ବାହାରିଛି। ସେ ଭଦ୍ର ମହିଳା ମୋତେ ଫୋନ କରି କଥା ହୁଅନ୍ତି ଅନେକ ସମୟରେ। ସେଦିନ କହିଲେ କି ସେ ନାଟକ ଦେଖିବା ପର ଠୁ ସବୁ ବେଳେ ତୁମ ପରି ପଜ ନେଇ କଥା କହୁଛି। ଆଉ ମୁ ପଚାରିଲେ କିରେ ଏମିତି କଣ କଥା କହୁଚୁ ? ସେ କହୁଛି କି ଇନ୍ସପେକ୍ଟର ଅଙ୍କଲ ଏମିତି କଥା ହଉ ନଥିଲେ କି ସେ ନାଟକ ରେ”।ମତେ ଏକ ସୁଖଦ ଆଶ୍ଚର୍ଯ୍ୟ ଲାଗିଲା।ମୋ ପରି ଜଣେ ସାଧାରଣ ଅଭିନେତା ଜଣେ କୋମଳମତି ବାଳକ ମନରେ ଏତେ ଦିନ ଧରି ପ୍ରଭାବ ପକାଇ ପାରିଛି। ମତେ ଲାଗିଲା ସତେ ଯେମିତି ମୁଁ ଖୁବ ବଡ ଏକ ପୁରସ୍କାର ପାଇଁ ଯାଇଛି ଯାହା ଅତୁଳନୀୟ। ସେ ପୁରସ୍କାର ଆଗରେ ଆଉ ସବୁ ତୁଚ୍ଛ। ଆଉ କଣ ଦରକାର ସେ ଧରାଧରି,ଲବି ସାଧାରଣ ଏକ ସରକାରୀ ମାନପତ୍ର ପାଇଁ ଯାହା ସବୁବେଳେ ବିବାଦୀୟ ଆଉ ପ୍ରହସନ। ଜଣେ ଇଂରାଜୀ ମାଧ୍ୟମରେ ପଢ଼ୁଥିବା ଛାତ୍ର (ଆଜି କଲି ର ଛାତ୍ର ମାନେ ଜୀବନ୍ତ ଅପେକ୍ଷା ଗାଜେଟ ରେ ଅଧିକ ମନୋନିବେଶ କରନ୍ତି) ରବୀନ୍ଦ୍ର ମଣ୍ଡପ ରେ ନାଟକ ଦେଖି ଆଉ ସେ ନାଟକ ରେ ଅଭିନୟ କରିଥିବା ଚରିତ୍ରର ସଂଳାପକୁ ନିଜ କଥାବାର୍ତାରେ ପ୍ରୟୋଗ କରୁଛି ଓ ସର୍ବ ପରି ମନେ ରଖିଛି। ଏହା ତା ଆମର ସାଫଲ୍ୟ।ମୋ ଅନୁଷ୍ଠାନର ଓ ମୋ ଅଭିନୟର। ମୁଁ ସେଦିନ ଭାବିଲି କି ଗୁଣ୍ଡୁଚି ମୂଷା ପରି ସେତୁ ବନ୍ଧ ବାନ୍ଧିବାରେ ମୁ କିଛି ସାହାଯ୍ୟ କରି ପାରିଛି ନିଶ୍ଚୟ। ବିଂଦୁଏ ଜଳ ତ ଦେଇ ପାରିଛି ସମୁଦ୍ର ସୃଷ୍ଟ ର ଆଶାରେ। ସେ ଦିଦି ଙ୍କ ସହ ସମ୍ପର୍କ ବଜାୟ ରହିଛି। ସେ କଥା ହୁଅନ୍ତି ଉପଦେଶ ଦିଅନ୍ତି ପରବର୍ତୀ ନାଟକ ବିଷୟରେ ପଚାରନ୍ତି ଓ ତାଙ୍କ ପୁଅକୁ ପାଠରେ ମନ ଦେବା ପାଇଁ ମୋତେ ବୁଝାଇବା ପାଇଁ ବି କହନ୍ତି । ଚାଲିଛି ସମ୍ପର୍କ। ବଢ଼ାଇ ଦେଇଛି ନାଟକ। ତେବେ ସେ ନାଟକ ବିଷୟରେ କିଛି କହିବାକୁ ଚାହେଁ।ମୋ ଦ୍ୱାରା ଏଯାବତ ଅଭିନୀତ ଏକ ଶ୍ରେଷ୍ଠ ନାଟକ ” ସାଗର ମନ୍ଥନ”। ପାରମ୍ପରିକ ନା ହେଲେବି ନାଟକ ସମ୍ପୂର୍ଣ ପାରମ୍ପରିକ ନଥିଲା।ବିଖ୍ୟାତ ଲେଖକ ମନୋରଞ୍ଜନ ଦାସ ଏହାକୁ ଜେ.ବି. ପ୍ରିଷ୍ଟଲେୟା ଙ୍କର An Inspector Calls ର ଅବଲମ୍ବନରେ ରଚନା କରିଥିଲେ ଓ ସୃଜନୀ ନାଟ୍ୟସଂସ୍ଥା ଦ୍ୱାରା ଏହା ସଫଳ ମଂଚୟନ ହୋଇଥିଲା। ଏହି ନାଟକ ସୃଜନୀକୁ ଆଣି ଦେଇ ଥିଲା ଅପାର ସଫଳତା। ଏହା ପରେ ସୃଜନୀ ଅନେକ ନାଟକ ସଫଳ ଭାବରେ ମଞ୍ଚସ୍ଥ କରିଥିଲା। ତେବେ ଏ ନାଟକ ଆମେ ଆଉ ଠାରେ ମଞ୍ଚସ୍ଥ କରିବାରେ ଆମ ପାଇଁ ଥିଲା ଏକ ମସ୍ତବଡ ଚାଲେଞ୍ଜ। ଅସୀମଦା ଏ ନାଟକ ଟି କୁ କରିବା ପାଇଁ କହିଲେ ଆମ ସଂସ୍ଥାର ବରିଷ୍ଠ ନିର୍ଦେଶକ ପ୍ରସନ୍ନ ମିଶ୍ର ଙ୍କୁ। ସେ ବି ଗ୍ରହଣ କରିନେଲେ ଦାଦାଙ୍କର ପରାମର୍ଶକୁ। ତ ପରେ ଆରମ୍ଭ ହେଲା ପ୍ରକ୍ରିୟା। ପ୍ରଥମେ ନିର୍ଦେଶକ ମତେ କହିଲେ Inspector ଚରିତ୍ରରେ ଅଭିନୟ କରିବାକୁ। ବଡ ଚରିତ୍ର। ମୁଁ ଟିକେ ଅଳସୁଆ। ସବୁ ବେଳେ ସବୁ କଥା କୁ ଗୁରୁତ୍ୱର ସହ ନିଏନି ବୋଲି ମୋର ବଦ୍ନାମ ଅଛି। କିଛି କୁଣ୍ଠା କିଛି ତର୍କ ଓ ବିତର୍କ ପରେ ନିର୍ଦେଶକଙ୍କ ନିଦେଶ ଆସିଲା କି ମୁଁ ହିଁ ସେ ଚରିତ୍ ରେ ଅଭିନୟ କରିବି। ପ୍ରାୟ ୨ ମାସ ଆଗରୁ ଆରମ୍ଭ ହେଲା ରିଡିଂ।ପୁରୁଷ ଚରିତ୍ରରେ ଆମେ ଯେଉଁ ଚାରିଜଣ ଥିଲୁ ରହିଲୁ। ଶିଳା ଚରିତ୍ରରେ ସଂଗୀତ ମହାବିଦ୍ୟାଳୟରୁ ପାଠ ପଢି ଅଭିନୟ କରୁଥିବା ଜଣେ କଳାକାରଙ୍କୁ ନେଲୁ ମାତ୍ର ସେ ସମୟ ଦେଇ ପାରିବେନି ବୋଲି କହି ପ୍ରାୟତ ୧୫ ଦିନ ପରେ ଓହରି ଗଲେ। ଅନ୍ୟ ଜଣେ ନୂତନ କଳାକାରଙ୍କୁ ନେଇ ରିସ୍କ ନେଲେ ନିର୍ଦେଶକ। ତେବେ ଆରମ୍ଭରୁ ଆମେ ସବୁ ସନ୍ଦିହାନ ଥିଲୁ। ବଡ ନାଟକ।ପ୍ରତିଷ୍ଠିତ ନିର୍ଦେଶକ ଓ ପ୍ରଥିଷ୍ଠିତ କଳାକାରଙ୍କ ଦ୍ୱାରା ପୂର୍ବରୁ ଅଭିନୀତ। ତା ଛାଡ ଅନେକ କହିଲେ କି ଏ ନାଟକ ଭୁବନେଶ୍ୱରରେ ଅନେକ ଦର୍ଶକ ଦେଖିଛନ୍ତି। ତୁଳନା ହେବ। ଏମିତି ଆରମ୍ଭ ହେଲା ଆଲୋଚନା ନକାରାତ୍ମକ ଭାବରେ।ଜଣେ କେହି ଠିକ କହିଥିଲେ। ଏଠି ନାଟକର ଆରମ୍ଭରୁ ଅବା ପରେ ସକାରାତ୍ମକ ଆଲୋଚନା କମ ହୁଏ ନକାରାତ୍ମକ ବେଶୀ। ତେବେ ଆମେ ବି କଳାକାର ମାନେ ସବୁ ଦ୍ଵନ୍ଦ ରେ ଥିଲୁ। ନାଟକର ସଫଳତା ବିଷୟରେ ସନ୍ଦିହାନ। କିନ୍ତୁ ଆଶ୍ଚର୍ଯ୍ୟ କଥା ନିର୍ଦେଶକ ଥିଲେ ସ୍ଥିତପ୍ରଜ୍ଞ। ସତେ ଯେମିତି ସେ ସ୍ଥିର ନିଶ୍ଚିତ ଥିଲେ ନାଟକର ସଫଳତା ନେଇ କୌଣସି ସନ୍ଦେହ ନଥିଲା। ତେବେ ଚାଲିଲା ରିହରସଲ। ଦୀର୍ଘ ଦୁଇ ମାସର ଅପାର ଚେଷ୍ଟା ପରେ। ନାଟକ ସଫଳତାର ସହ ମଞ୍ଚସ୍ଥ ହେଲା। ଜଣେ ବନ୍ଧୁ ଏ ନାଟକକୁ ଏମିତି ଆଲୋଚନା କରିଥିଲେ। ଚୌଧୁରୀ ଜୟପ୍ରକାଶ ଦାଶ`। ଦ୍ୱାରା ଲିଖିତ ଅଲେଖକୁ ଏଠି ଆପଣ ମାନଙ୍କ ପାଇଁ ରଖୁଛି।
ଅନୁଭବୀ କଳାକାର,ବରିଷ୍ଠ ନିର୍ଦେଶକ ଓ ବିଖ୍ୟାତ ନାଟକ କୁ ନେଇ ମଞ୍ଚସ୍ଥ ହୋଇଥିଲା ନାଟକ “ସାଗର ମନ୍ଥନ “। ଉତ୍ତର ପୁରୁଷର ଦ୍ୱାରା ମଞ୍ଚସ୍ଥ ହୋଇଥିବା ଏହି ନାଟକଟି ଚେତାଇ ଦେଉ ଥିଲା କି ନିଜ ଚେତନା ଓ ଅବଚେତନାରେ କରି ଥିବା ଭୁଲକୁ ଯେତେ ଘଣ୍ଟ ଘୋଡ଼ାଇଲେ ବି ତାହା ନିଜ ଅନ୍ତରାତ୍ମା ପାଖରେ ହାର ମାନି ଯାଏ। ନିଜ ପାଖରେ ନିଜ ବିବେକ ପାଖରେ ସେ ସ୍ୱୀକାର କରିବାକୁ ବାଧ୍ୟ ହୁଏ। .ହଁ ବେଳେ ବେଳେ ସେ ଆଉ କେହି ଜାଣିନି ବୋଲି ଭାବି ଖୁସି ହୋଇ ଯାଏ। ଶିଳ୍ପପତିଙ୍କର ପରିବାରର ସମସ୍ତ ସଦସ୍ୟଙ୍କର ଜୀବନରେ କିଛି କିଛି ଅଘଟଣ, କିଛି ଭୁଲ, କିଛି ଅଵିଵେକୀତା ଉପରେ ପ୍ରଶ୍ନ ଉଠାଇଛନ୍ତି ଇନିସ୍ପେକ୍ଟର ।ଶେଷରେ ପରିବାରର ସମସ୍ତ ସଦସ୍ୟ ନିର୍ଦ୍ଧିଷ୍ଟ ଭାବେ କରିଥିବା ଭୁଲକୁ ସ୍ୱୀକାର କରି ଥିଲେ।ଏକ ଚମତ୍କାର ନାଟକକୁ ଖୁବ ସୁନ୍ଦର ଭାବରେ କଳାକାର ମାନେ ଅଭିନିୟ କରିଥିଲେ। ଶିଳ୍ପପତି ର ଭୂମିକାରେ ଅଭିନିୟ କରୁଥିବା ମାନୁ ପଟ୍ଟନାୟକଙ୍କର ଅସହାୟତା ତଥା ଗାମ୍ଭିର୍ଯ୍ୟ ବାରି ହୋଇ ପଡୁଥିଲା।ପୁଅ ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କର ଷ୍ଟାଇଲିଷ୍ଟ ତଥା ବେପରୁବା ଅଭିନୟରେ ମଧ୍ୟ ଦର୍ଶକ ଅମୋଦିତ ହୋଇ ଥିଲେ. Guilt and frustration ଯାହା ଚରିତ୍ରର ବିଶେଷତ୍ୱ ଥିଲା ତାହା କଳାକାର ନିଖୁଣ ଭାବରେ ଫୁଟାଇ ପାରି ଥିଲେ। Would be husband ଭୂମିକା ରେ ଅଭିନୟ କରୁଥିବା କଳାକାର “”protecting”” himself rather than “”changing”” himself (unlike Sheila)କୁ ଯଥାର୍ଥ ଭାବରେ ଫୁଟାଇ ପାରିଥିଲେ। ନୂଆ ହେଲେ ବି ଶିଳା ଭୂମିକାରେ ଅଭିନୟ କରୁଥିବା କଳାକାର କିଛି ମନ୍ଦ ଲାଗୁ ନଥିଲେ। ଲାଗୁଥିଲା ନିର୍ଦେଶକ ତାଙ୍କୁ ଠିକ ଭାବରେ ତାଙ୍କ ଚରିତ୍ରକୁ ଠିକ ଭାବରେ ବୁଝାଇ ପାରି ନାହାନ୍ତି। ଅଥବା ଅଭିଜ୍ଞାତା ନଥିବାରୁ ଟିକେ ଦବି ଗଲେ। Inspector ଭୂମିକାରେ ଅଭିନୟ କରୁଥିବା କଳାକାର ଲାଗୁଥିଲେ କି
“He work hard on the characteristic of inspector like maintain and carry systematically, authority, know and understand and last not least the “Mystery”. He had continued with all these and produced a life time acting. ଅବଶ୍ୟ କିଛି ନାଟ୍ୟ ବିଶାରଦ ମାନେ ଅତ୍ୟଧିକ ନାଟକୀୟତାର ପ୍ରୟୋଗକୁ ସମାଲୋଚନା କରିଥିଲେ।ଏହାଛଡା ଚିରାଚରିତ ମଂଚସଜ୍ଜା ଓ ଆଧୁନିକୀକରଣକୁ ପସନ୍ଦ କରିନଥିଲେ। ମାତ୍ର ସଂଳାପର ପ୍ରୟୋଗରେ ଦର୍ଶକମାନେ ଅଭିଭୂତ ହୋଇଥିଲେ। ପ୍ରଥମ ବିଶ୍ୱଯୁଦ୍ଧ ପୂର୍ବରୁ କଳ୍ପନା କରା ଯାଇଥିବା ଓ ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ଲେଖା ଯାଇ ଥିବା ଏହି ନାଟକର ମୂଳ ଆତ୍ମା ଥିଲା କି ଜଣେ ସାଧାରଣ ମଣିଷ ଓ ବିଶିଷ୍ଟ ମଣିଷ ମାନଙ୍କ ମଧ୍ୟରେ ପାର୍ଥକ୍ୟ। ସାଦାରଣ ମଣିଷ ଜୀବନକୁ ନେଇ କିପରି ବଡ ବଡ଼ିଆ ମାନେ ଖେଳି ପାରନ୍ତି ତାହା ହିଁ ଏ ନାଟକର ମୂଳ theme ଥିଲା। ନାଟକ ପରଦିନ ମୁଦ୍ରିତ ଗଣ ମାଧ୍ୟମରେ ମଧ୍ୟ ଏ ନାଟକ ଟି ବହୁତ ପ୍ରସଂଶିତ ହୋଇଥିଲା। ଏବଂ ଅନେକ ଦିନ ଧରି ଚାଏ ପେ ଚର୍ଚାରେ ମଧ୍ୟ ଶୁଣା ଯାଉ ଥିଲା। ନାଟକ ଶେଷରେ ଅନେକ ନିର୍ଦେଶକଙ୍କୁ ଧନ୍ୟବାଦ ଜଣାଇ ଥିଲେ। ନାଟକକୁ ସାହସର ସହିତ ମଞ୍ଚସ୍ଥ କରିପାରିଥିବାରୁ ଏବଂ Actor’s performance is the best performance theory କୁ ସଫଳ ଭାବରେ ରୂପନ୍ଵିତ କରିପ।ରି ଥିବାରୁ।
ନାଟକରେ ଏଇପରି ଏକ ଅଂଶ ଥିଲା, ଯେଉଁଠି ଅବଧୂତ ରାଓ ଭୂମିକାରେ ଦେବଦତ୍ତ ପତି ଅନ୍ୟ ଚରିତ୍ର ଗୁଡିକୁ ଲକ୍ଷ କରି ଦେଉଥିଲେ ଚେତାବନୀ। ନାଟକରେ ସନ୍ଧ୍ୟା ଦାସ ବୋଲି ଗୋଟେ ଝିଅ ବିଷ ଖାଇ ମାରି ଯାଇଥିଲା। ସନ୍ଧ୍ୟା ଦାସ ଜୀବନରେ ଅନ୍ୟ ଚରିତ୍ରମାନେ କିଛି କିଛି ସମୟ ପାଇଁ ଆସିଥିଲେ। କିନ୍ତୁ ସଂଧ୍ୟାର ମୃତ୍ୟୁ ପାଇଁ ଖସାଇ ଦେଇ ଥିଲେ ନିଜ ନିଜ ନିଜର ଦାଇତ୍ୱ। ଏଇ ଦାୟିତ୍ୱ ଏଡେଇ ଦେବା କଥାଟି ଥିଲା ନାଟକର କେନ୍ଦ୍ର ବିନ୍ଦୁ। ସେଇ କଥାଟି ସମଗ୍ର ଦର୍ଶକଙ୍କ ଉଦେଶ୍ୟରେ ନାଟକ ଏକ ଚରିତ୍ର ଅବଧୂତ ରାଓ, ନାଟକର ଅନ୍ୟ ଏକ ଚରିତ୍ର ମିସ ପଟ୍ଟନାୟକଙ୍କୁ ଲକ୍ଷ କରି ଶୁଣାଇ ଥିଲେ ତାଙ୍କର ଚେତାବନୀ: ମିସ ପଟ୍ଟନାୟକ ଗୋଟିଏ ସନ୍ଧ୍ୟା ଦାସ ମାରି ଯାଇଛି କିନ୍ତୁ ଏବେ ବି ଆମ ଭିତରେ ବଂଚି ରହିଛନ୍ତି ଲକ୍ଷ ଲକ୍ଷ ସନ୍ଧ୍ୟା ଦାସ। ଯେଉଁ ମାନଙ୍କ ଜୀବନରେ ଆଶା,ଭରସା, ଭୟ, ଭାବନା, ଦୁଃଖ ସୁଖର ସୁଅ ଆମ ଜୀବନର ସୁଅ ସଂଗେ ଘୁରି ବୁଲୁଚି। ଜୀବନ ପ୍ରବାହର ମହା ଗତିରେ କେହି ଆମେ ପୃଥକ ନୋହୁ। ଆମେ ସମସ୍ତେ ମିଶି ଏକ। ପ୍ରତ୍ୟେକ ଆମେ ପ୍ରତ୍ୟେକ ଙ୍କ ପାଇଁ ଦାୟୀ. ମାନେ ରଖନ୍ତୁ…ମଣିଷ ଯଦି ଭୁଲିଯାଏ ଏ ମହାଶିକ୍ଷା ତେବେ ତାକୁ ଏହା ଶିଖିବାକୁ ପଡିବ ନିଅଁ।ର କୁଣ୍ଡଳୀ ଭିତ ରେ …ରକ୍ତର ପ୍ଲାବନ ଭିତରେ…ଆଉ ନିର୍ମମ ବେଦନାର ଆର୍ତ୍ତନାଦ ଭିତରେ। “”
ଏ ସଂଳାପ ଶେଷରେ ଦର୍ଶକ ମାନେ ମନ୍ତ୍ର ମୁଗ୍ଧ ହୋଇ ରହି ଥିଲେ ଅଡିଟୋରିଅମରେ। ଏକ ନୀରବତା ଛାଇ ଯାଇ ଥିଲା।

ନାଟକ ଦିନ ମୋର ଅନୁଭୂତି :- ମୁ ସାରା ଦିନ ରବୀନ୍ଦ୍ର ମଣ୍ଡପ ରେ ରହିଛି। ତା ପୂର୍ବ ଦିନ ମୁଁ ହାତୀ ଓ ଲଣ୍ଠନରେ କାଳୁ ଚୋର ଭୂମିକାରେ ଅଭିନୟ କରୁଥାଏ। ଗୋଟିଏ ରାତିର ବ୍ୟବଧାନରେ ଏକ ସମ୍ପୂର୍ଣ ବିପରୀତ ଧର୍ମୀ ଚରିତ୍ରକୁ ଅଭିନୟ କରିବା ଓ ନିଜକୁ ପ୍ରସ୍ତୁତି କରିବା ଯେ କେତେ କଷ୍ଟସାଧ୍ୟ ମୁଁ ମର୍ମେ ମର୍ମେ ଅନୁଭବ କରିଛି।ସକାଳ ୧୦ରୁ ମଣ୍ଡପ ଆସି ଆଉ ବାହାରକୁ ଯାଇନି। ଅନେକ ସାହାଯ୍ୟ କରିଛନ୍ତି ସେଦିନ ସତୀର୍ଥ ବନ୍ଧୁ, କଳାକାର, ଲେଖକ,ନିର୍ଦେଶକ କପିଳାସ ଭୂୟାଁ। ସେ ମୋତେ ନାଟକର ଅନେକ ସୁକ୍ଷ୍ମ ଦିଗ ଉପରେ ବତାଇ ଦେଇ ଥିଲେ। ମୋ ଭିତରେ ବିଶ୍ୱାସ ବଢ଼ାଇବାରେ ସାହାଯ୍ୟ କରିଥିଲା। ଦୀର୍ଘ ଦୁଇ ଘଣ୍ଟା ବିତାଇ ଥିଲେ ମୋ ସହ ଆଉ ଗଲା ବେଳେ କହିଥିଲେ କି ମୁଁ ନାଟକ ଦେଖିବିନି। ଚିନ୍ତା ନକରି ମୁକ୍ତ ଭାବରେ ଅଭିନୟ କର। ଅନ୍ୟ ଚରିତ୍ରମାନଙ୍କ ମଧ୍ୟରେ ଦ୍ୱାରା ପୁରାଇ ନିଜ ମଧ୍ୟରୁ ଦ୍ୱନ୍ଦ ବାହାର କରି ଦିଅ। ଆଉ ତାପରେ ପଛକୁ ଚାହଁନି। ନାଟକ ପୂର୍ବରୁ ଚୌଧୁରୀ ଜୟ ପ୍ରକାଶ ଦାସ କହି ଥିଲେ କି ଏ ନାଟକରେ ଗୋଟେ strength ଅଛି। ଡର ନାହିଁ । ସେ ନାଟକ ହିଁ ତା କଥା କହିବା ମଂଚୟନ ଦିନ। ତାହା ହିଁ ଘଟି ଥିଲା। ନାଟକ ଶେଷରେ ଦେଖା ହେଲେ ସିକତା ଦାସ ତାଙ୍କ ସ୍ୱାମୀଙ୍କ ସହ। ପ୍ରସିଦ୍ଧ ଓଡିଶୀ ନୃତ୍ୟାଙ୍ଗନା ଓ ଲେଖକ ମନୋରଞ୍ଜନ ଦାସଙ୍କର ସୁକନ୍ୟା। ସେ ଯାହା କହିଲେ ମୁଁ କୃତ୍ୟ କୃତ୍ୟ ହୋଇ ଗଲି। ସେ ସୃଜନୀର ନାଟକ ଦେଖି ନଥିଲେ, ପ୍ରଥମ ଥର ପାଇଁ ଏ ନାଟକ ଦେଖିଲେ। ଏବଂ ଏହା ତାଙ୍କୁ ହେମନ୍ତ ଦାସ ଙ୍କର ଅଭାବ ଅନୁଭୂତ କରିନି। ମୁ ଖୁସି ହେଲି।କେବଳ ଖୁସି ନୁହେଁ ତୃପ୍ତ ବି ହେଲି। କାରଣ ମୁଁ ଯେଉଁ ମାନସିକତା ଭିତରେ ଗତି କରୁଥିଲି ଦୀର୍ଘ ଦୁଇମାସ ଧରି ତାହା ଭାଷାରେ ପ୍ରକାଶ କରି ହେବ ନାହିଁ।

Spread

Leave a Reply

Your email address will not be published. Required fields are marked *