ଭୁବନେଶ୍ବର ସାଂସଦ ଅପରାଜିତାଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ । ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡାମାଡ଼ ସହ କଳାପତାକା ପ୍ରଦର୍ଶନ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ଏହି ଅଣ୍ଡାମାଡ଼ କରାଯାଇଛି । ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସାଂସଦ ଯାଉଥିବା ବେଳେ ବାଲିପାଟଣା ସରିପୁର ଛକରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା କିଛି ଛାତ୍ର କଂଗ୍ରେସ କର୍ମୀ ହଠାତ ଅଣ୍ଡାମାଡ଼ କରିଥିଲେ । ଏହାସହ କଳାପତାକା ପ୍ରଦର୍ଶନ କରି ବିଜେପି ବିରୋଧୀ ସ୍ଲୋଗାନ ଦେଇଥିଲେ ।

Spread

Leave a Reply

Your email address will not be published. Required fields are marked *