ମମିତା ହତ୍ୟା ମାମଲା: ଜେଏମ୍‌ଏଫସି କୋର୍ଟରେ ହାଜର ହେଲା ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ

ବଙ୍ଗୋମୁଣ୍ଡା : ବହୁ ଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ଘଟଣା । JMFC ବଙ୍ଗୋମୁଣ୍ଡାରେ ହାଜର ହେଲେ ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀ ରାଧେଶ୍ୟାମ ଚଣ୍ଡୀ । ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀ ଡ୍ରାଇଭରକୁ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ବଙ୍ଗୋମୁଣ୍ଡା JMFC ରେ ହଜାର କରାଯାଇଛି । ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରେ ରଖି ଭିଡିଓ କନଫରେନ୍ସ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିବା କହିଛନ୍ତି ସରକାରୀ ଓକିଲ ବାସୁଦେବ ରାୟ । ଗତ ୨ ତାରିଖ ଦିନ ଭିଡିଓ କନଫରେନ୍ସରେ କୋର୍ଟରେ ହାଜିର ହୋଇଥିଲେ ୨ ଜଣ । ଆଜି ପୁଣି ଭିଡିଓ କନଫରେନ୍ସରେ କୋର୍ଟରେ ହାଜିର ହୋଇଥିଲେ । ଆସନ୍ତା ନଭେମ୍ବର ୨୭ ତାରିଖରେ ପୁଣି ଦୁଇ ଗିରଫ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ । ଗୋବିନ୍ଦ ସାହୁ ମମିତାକୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିବା ବେଳେ ଏହି ହତ୍ୟାକାଣ୍ଡରେ ରାଧେଶ୍ୟାମ ଗୋବିନ୍ଦକୁ ସହଯୋଗ କରିଥିବା ଯୋଗୁ ତାକୁ ମଧ୍ୟ ଗିରଫ କରିଥିଲା ପୋଲିସ । ଗିରଫ ଦୁଇ ଜଣ ବର୍ତ୍ତମାନ ସମୟରେ କଣ୍ଟାବାଞ୍ଜି ଉପ କାରଗାର ରେ ରଖାଯାଇଛି ।

Spread

Leave a Reply

Your email address will not be published. Required fields are marked *