ମୌଳବାଦ ନିଆଁରେ ପୋଡ଼ି ବାଂଲାଦେଶ ବନିଯିବ ତାଲିବାନ : ତସ୍ଲିମା ନସରିନ୍

ନୂଆଦିଲ୍ଲୀ : ବାଂଲାଦେଶରେ ହିନ୍ଦୁଙ୍କ ମନ୍ଦିର ଉପରେ ଆକ୍ରମଣ କରି, ସେମାନଙ୍କ ଘର ପୋଡି ଯେଉଁ ମାହୋଲ ତିଆରି କରାଯାଉଛି ଏହା କେବଳ ହିନ୍ଦୁ ଅଥବା ଅଣ ମୁସଲମାନ ସମୂଦାୟରେ ଭୟ ସୃଷ୍ଟି କରାଯାଉନି, ବରଂ ଦେଶର ପ୍ରତ୍ୟେକ ମହିଳା (ହିନ୍ଦୁ-ମୁସଲମାନ)କୁ ଆଶଙ୍କିତ କରୁଛି। ଧିରେ ଧିରେ ମୌଳବାଦର ଏହି ନିଆଁରେ ସେମାନେ ପୋଡି ହେବେ ଯାହାର ଏବେ ଆରମ୍ଭ ହୋଇସାରିଲାଣି। ମୁଁ କହିବାକୁ ସଂକୋଚ କରୁନି ଯଦି ଏହାକୁ ଏବେଠୁ ରୋକା ନ ଯାଏ ତେବେ ବାଂଲାଦେଶକୁ ତାଲିବାନରେ ପରିଣତ ହେବାକୁ ବେଶି ଡେରି ନାହିଁ ବୋଲି କହିଛନ୍ତି ବାଂଲାଦେଶୀ ଲେଖିବା ତସ୍ଲିମା ନସରିନ୍‌। ପୁସ୍ତକ ‘ଲଜ୍ଜା’ ଜରିଆରେ ବାଂଲାଦେଶୀ ମହିଳାଙ୍କ ପୀଡ଼ାକୁ ବିଶ୍ୱ ଆଗରେ ଉପସ୍ଥାପିତ କରିଥିବା ଲେଖିକା ତସ୍ଲିମା ନସରିନ୍‌ ଗତ ଦୁର୍ଗାପୂଜା କାଳରେ ବାଂଲାଦେଶରେ ଘଟିଥିବା ଘଟଣାଗୁଡିକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି।

ଏହି ମୌଳବାଦ ଯୋଗୁ ହିଁ ସେ ଗତ ୨୭ ବର୍ଷରୁ ଊର୍ଦ୍ଧ୍ୱ କାଳ ହେଲା ନିର୍ବାସିତ ଜୀବନ ବିତାଉଥିବା ସେ କହିଛନ୍ତି। ତସ୍ଲିମା କହିଛନ୍ତି ଯେ ବାଂଲାଦେଶର ଜନ୍ମ ବାଂଲା ଭାଷା ଓ ସଂସ୍କୃତିକୁ ବଞ୍ଚାଇବା ଲାଗି ହୋଇଥିଲା। ତେବେ ଏହି ଉଦ୍ଦେଶ୍ୟ ଏବେ ବିଫଳ ହେଉଥିବା ଦେଖା ଯାଉଛି। ଏଥିରେ କେଉଁଠି ନା କେଉଁଠି ବାଂଲାଦେଶୀ ସରକାର ହିଁ ଦାୟି ବୋଲି ସେ କହିଛନ୍ତି। କାରଣ କ୍ଷମତା ଲାଗି ରାଜନୈତିକ ଦଳମାନେ ଧର୍ମର ରାସ୍ତାକୁ ପାଥେୟ କରିଛନ୍ତି। ଯାହାର ଫାଇଦା ମୌଳବାଦୀମାନେ ନେଉଛନ୍ତି। ଫଳରେ ବାଂଲାଦେଶର ବିକାଶ ଲାଗି ଯେତେବେଳେ ଇଞ୍ଜିନିୟରିଂ, ମେଡିକାଲ ଓ ପ୍ରବନ୍ଧନ ମହାବିଦ୍ୟାଳୟର ଆବଶ୍ୟକତା ରହିଛି ସେତେବେଳେ ବହୁସଂଖ୍ୟାରେ ମଦରସା ଖୋଲାଯାଉଛି। ଜେହାଦ ନାମରେ ଯୁବ ପୀଢିକୁ ଧର୍ମାନ୍ଧତାକୁ ଠେଲିଦିଆଯାଉଛି ବୋଲି ସେ କହିଛନ୍ତି।

Spread

Leave a Reply

Your email address will not be published. Required fields are marked *