ରାଧାପାଦ ଦର୍ଶନ

ଢେଙ୍କାନାଳ : ଢେଙ୍କାନାଳର କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଲରମଜୀଉଙ୍କ ମନ୍ଦିର ପାର୍ଶ୍ୱରେ ଥିବା ରାଧାକୃଷ୍ଣଙ୍କ ମନ୍ଦିର ଗୃହରେ ଅଁଳା ନବମୀ ଓ ରାଧାପଦ ଦର୍ଶନ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃରୁ ରାଧାଙ୍କୁ ମହାସ୍ନାନ କରାଯାଇ ନୂତନ ବସ୍ତ୍ର ପରିଧାନ, ଶଙ୍ଖା ଲାଗି କରାଯାଇଥିଲା । ଏହାପରେ ମିଠା ଓ ଫଳମୂଳ ଭୋଗ ଲାଗି କରାଯାଇଥିଲା । ମଧ୍ୟାହ୍ନରେ ଅର୍ଣ୍ଣ ଶୁଙ୍କୁଡ଼ି ଭୋଗ ଲାଗି କରାଯାଇଥିଲା । ପୂଜକ ଭାଗିରଥି ପଣ୍ଡା, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର ଓ ଜିମଦର ବସନ୍ତ ରଥଙ୍କ ତତ୍ୱବାଧାନରେ ଏହି ରାଧାପାଦ ଦର୍ଶନ ଅନୁଷ୍ଠିତ ହୋଇଯାଇଥିଲା ।

Spread

Leave a Reply

Your email address will not be published. Required fields are marked *