୪ ଜଣ ଡକାୟତଙ୍କୁ ଗିରଫ କଲା ଜଗତପୁର ଥାନା ପୋଲିସ

ସାଲେପୁର( ସନ୍ତୋଷ କୁମାର ସାହୁ) : କଟକ ଜଗତପୁର ସତ୍ୟଭାମାପୁର ଠାରେ ଘଟିଥିବା ଏସବିଆଇର ଗ୍ରାହକ ସେବା କେନ୍ଦ୍ରରେ ଘଟିଥିବା ଡକାୟତି ଘଟଣାର ତଦନ୍ତ କରୁଥିବା ଜଗତପୁର ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଏହି ଘଟଣାରେ ପୋଲିସ ୪ ଜଣ ଡକାୟତଙ୍କୁ ଗିରଫ କରିବା ସହ ଡକାୟତିରେ ବ୍ୟବହାର କରାଯାଇଥିବା ବନ୍ଧୁକ, ଖଣ୍ଡା ଏବଂ ଲୁଟ ହୋଇଥିବା ଏକ ଲକ୍ଷ ଟଙ୍କାକୁ ମଧ୍ୟ ଜବତ କରିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଗତ ମାସ ୪ ତାରିଖରେ ଏହି ଡକାୟତି ଘଟିଥିଲା। ସେଦିନ ଅପରାହ୍ନ ପ୍ରାୟ ୧୨ ବେଳେ ଅଭିଯୁକ୍ତମାନେ ଗ୍ରାହକ ସେବା କେନ୍ଦ୍ର ଭିତରକୁ ପଶି ଗୁଳି ଚାଳନା କରିବା ସହ ସମସ୍ତ କର୍ମଚାରୀଙ୍କୁ ବନ୍ଧକ ରଖିଥିଲେ । ଏହା ପରେ ଗ୍ରାହକ ସେବା କେନ୍ଦ୍ରରୁ ଏକ ଲକ୍ଷ୍ୟ ୩୦ ହଜାର ଟଙ୍କା ଲୁଟ କରି ନେଇଥିଲେ । ଏହି ମାମଲାର ତଦନ୍ତ କରୁଥିବା ପୋଲିସ ଗତକାଲି ଏହି ଗାଙ୍ଗ ର ଦୁଇ ଜଣ ସଦସ୍ୟଙ୍କୁ ଧରିବା ପରେ ଅନ୍ୟ ଦୁଇ ଡକାୟତ ମଧ୍ୟ ଧାରା ପଡ଼ିଥିଲେ । ତେବେ ଏହି ଗାଙ୍ଗ ସାଲେପୁର ଓ ଟାଙ୍ଗୀ ଅଞ୍ଚଳରେ ଥିବା ଅନେକ ବ୍ୟାଙ୍କ ଡକାୟତିରେ ସାମିଲ ଥିବା ପୋଲିସ ପକ୍ଷରୁ କୁହାଯାଇଛି । ଏହା ସହ ଏହି ଗାଙ୍ଗକୁ ଗୋବିନ୍ଦପୁର ବାସିନ୍ଦା ଦୁଇ ଭାଇ ଦିପୁ ଓ ଲିପୁ ଏହି ଲୁଟର ମାଷ୍ଟର ମାଇଣ୍ଡ ଥିଲେ ବୋଲି ସୂଚନା ମିଳିଛି ।

Spread

Leave a Reply

Your email address will not be published. Required fields are marked *