୫୦ ବର୍ଷ ହେବ କଞ୍ଚା ମାଂସ ଖାଉଛନ୍ତି, ସ୍ତ୍ରୀଙ୍କୁ ନ ଥିଲା ଜଣା….

ଇଲଂଣ୍ଡ : ଦୁନିଆରେ ଅନେକ ପ୍ରକାରର ଲୋକ ଅଛନ୍ତି । ସେମାନଙ୍କ ଭିତରେ ଅନେକ ପ୍ରକାରର ଅଭ୍ୟାସ ମଧ୍ୟ ଅଛି । ଏମିତି ଅନେକ ଅଭ୍ୟାସ ଅଛି ଯାହା ଏତେ ଅଜବ ଯେ ଯାହାକୁ ଜାଣିଲେ ଆଶ୍ଚର୍ଯ୍ୟା ଲାଗେ । ଏଭଳି ଏକ ବ୍ୟକ୍ତିଙ୍କ ବିଷୟରେ ଆମେ କହିବାକୁ ଯାଉଛୁ ଯାହାଙ୍କୁ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତାଙ୍କ ପତ୍ନୀଙ୍କୁ ବି ଯେତେବେଳେ ଏହି କଥା ଜଣାପଡିଲା ତାଙ୍କ ପାଦ ତଳୁ ମାଟି ଖସିଗଲା । ଜଣେ ବ୍ୟକ୍ତି ଗତ ପଚାଶ ବର୍ଷ ହେବ କଞ୍ଚା ମାଂସ ଖାଉଛନ୍ତି । ସେ କଞ୍ଚା ମାଂସ ଆଣି ମିକ୍ସରରେ ଗ୍ରାଇଣ୍ଡ୍ କରି ଖାଉଥିଲେ । ଏହି କଥା ତାଙ୍କ ପତ୍ନୀ ଜାଣିବାରେ ସେ ଏ ବିଷୟରେ ଲୋକଙ୍କୁ କହିବା ସହ ସେମାନଙ୍କ ଠାରୁ ପରାମର୍ଶ ମାଗୁଛନ୍ତି । ଚାରି ପିଲାଙ୍କ ପିତା ପିଟର ରିଚାର୍ଡସନ ଲିଙ୍କନସାୟରରେ ବୋଷ୍ଟନ ନିକଟରେ ରୁହନ୍ତି । ଆଠ ବର୍ଷ ପୂର୍ବେ ସେ ୪୨ ବର୍ଷୀୟ କ୍ୟାଟି ଚାଲମର୍ସଙ୍କୁ ବିବାହ କରିଥିଲେ । କିନ୍ତୁ କ୍ୟାଟି ତାଙ୍କ ସ୍ୱାମୀଙ୍କ ଏହି ଅଦ୍ଭୁତ ଆଦତ ବିଷୟରେ ଜାଣି ନ ଥିଲେ । ସେ ଲକ୍ଷ୍ୟ କରୁଥିଲେ ଯେ ଯେତେବେଳେ ବି ସେ ମାଂସ ରାନ୍ଧୁଥିଲେ, ତାଙ୍କ ସ୍ୱାମୀ ଖାଦ୍ୟ ଖାଉ ନ ଥିଲେ ।

ସେ ଭାବନ୍ତି ବୋଧହୁଏ ପିଟର ଜଣେ ଶାକାହାରୀ । କିନ୍ତୁ ବର୍ତ୍ତମାନ ଜଣାପଡିଛି ଯେ ପିଟର ରନ୍ଧା ମାଂସ ପସନ୍ଦ କରନ୍ତି ନାହିଁ । ସେ ଦୋକାନରୁ କଞ୍ଚା ମାଂସ ଆଣି ଖାଇଥା’ନ୍ତି । ନିକଟରେ କ୍ୟାଟି ପିଟରଙ୍କ କଞ୍ଚା ମାଂସ ଖାଇବା ବିଷୟରେ ଜାଣିଥିଲେ । ସେ ଏହାର ଏକ ଭିଡିଓ ପ୍ରସ୍ତୁତ କରି ଏହାକୁ ଟିକ୍‌ଟକ୍ ଆକାଉଣ୍ଟରେ ଶେୟାର କରିଥିଲେ । ଏହା ପରେ ଏହା ଭାଇରାଲ ହୋଇଥିଲା । ପିଟର କଞ୍ଚା ମାଂସକୁ ଭଲ ପାଆନ୍ତି । ତାଙ୍କର ଏହି ଅଜବ ଅଭ୍ୟାସକୁ ନେଇ ପିଟର କହିଛନ୍ତି ଯେ ସେ ଏହି ଅଭ୍ୟାସକୁ ସେ ପାଞ୍ଚ ବର୍ଷ ବୟସରୁ କରିଆସୁଛନ୍ତି । ସେ କହିଛନ୍ତି ଯେ ସେତେବେଳେ ସେ କିଛି ଭୁଲ୍ କରିବାରୁ ତାଙ୍କ ମା ଦଣ୍ଡ ସ୍ୱରୂପ ତାଙ୍କୁ କିଛି କଞ୍ଚା ମାଂସ ଖାଇବାକୁ ଦେଇଥିଲେ । କିନ୍ତୁ ଏହାର ସ୍ୱାଦ ପିଟରଙ୍କୁ ଏତେ ପସନ୍ଦ ଆସିଥିଲା ଯେ ସେବେଠାରୁ ସେ ରନ୍ଧା ମାଂସ ଖାଇବା ଛାଡିଦେଲେ । ଯେତେବେଳେ କ୍ୟାଟି ତାଙ୍କ ସ୍ୱାମୀଙ୍କ ଏହି ଅଭ୍ୟାସ ବିଷୟରେ ଜାଣିଲେ, ସେ ଆଶ୍ଚର୍ଯ୍ୟ ହୋଇଗଲେ । ତେବେ ପିଟର ସବୁ ଜାଗାରୁ ମାଂସ ଆଣି ଖାଆନ୍ତି ନାହିଁ । ପିଲାଦିନରୁ ତାଙ୍କର ଏକ ପ୍ରିୟ କଂସେଇଖାନା ଅଛି । ସେଠାକୁ ଯାଇ ସେ ମାଂସ ଆଣନ୍ତି । ଏହା ପରେ ତାକୁ ଗ୍ରାଇଣ୍ଡ୍ କରି ଏହାର ରୋଲ୍ ତିଆରି କରନ୍ତି ଏବଂ ଏହାକୁ ଆନନ୍ଦରେ ଖାଆନ୍ତି । ପିଟର କହିଛନ୍ତି ଯେ ତାଙ୍କର ୮୬ ବର୍ଷୀୟା ମା’ ଏହି ଅଭ୍ୟାସ ବିଷୟରେ ଜାଣିଛନ୍ତି । ଆଜି ବି ଯେତେବେଳେ ତାଙ୍କ ମା’ ରୋଷେଇ କରନ୍ତି ସେ ପିଟରଙ୍କୁ କଞ୍ଚା ରୋଲ୍ ଦିଅନ୍ତି ।

Spread

Leave a Reply

Your email address will not be published. Required fields are marked *