ଠକେଇରେ ୫ଲକ୍ଷ ହରାଇବା ପରେ ଜୀବନ ହାରିଲେ ଯୁବତୀ

ଭୋପାଳ: ମଧ୍ୟପ୍ରଦେଶର ଭୋପାଳ ସହରରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ଅନଲାଇନ୍ ଆର୍ôଥକ ଠକେଇର ଶିକାର ହୋଇ ୫ ଲକ୍ଷ ଟଙ୍କା ହରାଇବା ପରେ ଏକ ସାତ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁଯାୟୀ, ଯୁବତୀ ଜଣକ ଅନଲାଇନ୍ ଆର୍ôଥକ ଠକେଇର ଶିକାର ହେବା ପରେ ଏପରି ଚରମ ପଦକ୍ଷେପ ନେଇଥିଲେ । ମାଷ୍ଟର ଅଫ୍ ଏଜୁକେସନ୍ ଡିଗ୍ରିଧାରୀ ପୀଡିତା ଯୁବତୀ ଜଣକ ପିଲାମାନଙ୍କୁ ଟ୍ୟୁସନ କରୁଥିଲେ । ସକାଳ ପ୍ରାୟ ସାଢ଼େ ୭ଟା ବେଳେ ତାଙ୍କ ପରିବାର ତାଙ୍କୁ ଚତୁର୍ଥ ମହଲା ଫ୍ଲାଟରୁ ନିଖୋଜ ହୋଇ ଯାଇଥିବା ଜାଣିବାକୁ ପାଇଥିଲେ । ପରେ ଖୋଜାଖୋଜି କରିବା ପରେ ପରିବାର ଲୋକେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଆପାର୍ଟମେଣ୍ଟ ତଳୁ ଉଦ୍ଧାର କରିଥିଲେ । ଯୁବତୀ ଜଣଙ୍କୁ ସଙ୍ଗେସଙ୍ଗେ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା, ସେଠାରେ ପହଞ୍ଚିବା ପରେ ତାଙ୍କୁ ଡାକ୍ତରମାନେ ମୃତ ଘୋଷଣା କରିଥିଲେ । ଅନୁସନ୍ଧାନ ଅଧିକାରୀ ଏସଆଇ ବିନୋଦ ଦ୍ୱିବେଦୀ କହିଛନ୍ତି ଯେ ଯୁବତୀ ଜଣକ କୋଠାର ସପ୍ତମ ମହଲାକୁ ଯାଇ ସେଠାରୁ ତଳକୁ ଡେଇଁପଡିଥିଲେ । ତାଙ୍କ ନିକଟରୁ କୌଣସି ଆତ୍ମହତ୍ୟା ନୋଟ ମିଳି ନାହିଁ । ତେବେ, ଅନଲାଇନ୍ ନିବେଶ ଠକେଇରେ ତାଙ୍କ ଠାରୁ ପ୍ରାୟ ୫ଲକ୍ଷ ଟଙ୍କା ଠକେଇ କରାଯାଇଥିଲା। ଏହି କାରଣରୁ, ସେ ମାନସିକ ଅବସାଦରେ ରହିଥିଲେ । ତାଙ୍କ ମା ତାଙ୍କ ବିବାହ ଏବଂ ଚିକିତ୍ସା ଖର୍ଚ୍ଚ ପାଇଁ ରଖିଥିବା ସଞ୍ଚୟ ଅର୍ଥକୁ ଅନ୍‌ଲାଇନ୍ ଠକମାନେ ତାଙ୍କ ଠାରୁ ଠକି ନେଇଥିଲେ । ଏହି ଘଟଣାର ତଦନ୍ତ କରି ପୁଲିସ୍ ୩ ଜଣ ଠକଙ୍କୁ ଗିରଫ କରିଥିବା ଜାଣିବାକୁ ମିଳିଛି ।

Spread

Leave a Reply

Your email address will not be published. Required fields are marked *