ବରମୁଣ୍ଡା ମହାବୀର ବସ୍ତି ହତ୍ୟା ଘଟଣା, ନୟାଗଡ଼ରୁ ଗିରଫ ହେଲା ଅଭିଯୁକ୍ତ

ଭୁବନେଶ୍ୱର :  ବରମୁଣ୍ଡା ରୁଚିକା ମାର୍କେଟ ମହବୀର ବସ୍ତିର ଘର ଭିତରୁ ମହିଳାଙ୍କ ମୃତଦେହ ମିଳିବା ମାମଲା । କମିଶନରେଟ ପୋଲିସ ଦ୍ବାରା ହତ୍ୟା ଅଭିଯୁକ୍ତ ଗିରଫ । ଅଭିଯୁକ୍ତକୁ ନୟାଗଡ ଜିଲ୍ଲାରୁ ଗିରଫ କଲା ଭରତପୁର ଥାନା ପୋଲିସ । ଗିରଫ ଅଭିଯୁକ୍ତ ସେଖ୍ ଫରିଦ୍ ରୁ ନାମ ବଦଳାଇ କାର୍ତ୍ତିକ ଜେନା ରଖିଥିଲା । ଗତ ସେପ୍ଟେମ୍ବର ୭ତାରିଖ ଦିନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଘର ଭିତରୁ ଠାବ ହୋଇଥିଲା । ମୃତଦେହକୁ ପୋଲିସ ଜବତ କରିଛି ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ଅଭିଯୁକ୍ତ ନିଜ ନାମ ସେଖ୍‌ ଫରିଦ୍‌କୁ ବଦଳାଇ କାର୍ତ୍ତିକ ଜେନା ରଖିଥିଲା । ନୟାଗଡ଼ ଜିଲ୍ଲାରେ କାର୍ତ୍ତିକ ଜେନା ଭାବେ ରହିଆସୁଥିଲା । ପୋଲିସ ଏହି ଖବର ପାଇ ଚଢାଉ କରିଥିଲା । ପ୍ରାୟ ୨୦ ଦିନ ପରେ ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ସେପ୍ଟେମ୍ବର ୩ ତାରିଖରେ ଓଢଣୀରେ ଗଳା ଦବାଇ ହତ୍ୟା କରିଥିଲା ଅଭିଯୁକ୍ତ । ଏନେଇ ଡିସିପି ଉମାଶକଙ୍କ ଦାସ ସୂଚନା ଦେଇଛନ୍ତି ।

Spread

Leave a Reply

Your email address will not be published. Required fields are marked *