ଏକ୍ସ ଗାର୍ଲଫ୍ରେଣ୍ଡଠୁ ପ୍ରତିଶୋଧ ନେବାକୁ ସବୁ ସୀମା ପାର କରିଦେଲା ଯୁବକ

ନୂଆଦିଲ୍ଲୀ  : ଜଣକ ପାଖରେ ନିଜ ପ୍ରେମ ପ୍ରକାଶ କରିବା ବହୁତ ସରଳ କିନ୍ତୁ ସମ୍ପର୍କ ଗଢିବା ପରେ ସେହି ପ୍ରେମକୁ ବଜାୟ ରଖିବା ବହୁତ କଷ୍ଟ। ଅଧିକାଂଶ ସମୟରେ ପ୍ରେମୀଯୁଗଳ ରିଲେସନସିପରେ ଏମିତି କିଛି ଭୁଲ କରି ବସନ୍ତି ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ଦୂରତା ବଢ଼ିଯାଇଥାଏ। ପରିଣାମ ସ୍ୱରୂପ ଉଭୟେ ପରସ୍ପରଠୁ ଅଲଗା ହୋଇଯାଇଥାନ୍ତି। କିନ୍ତୁ ଅଲଗା ହେବାପରେ ଜଣେ ପ୍ରେମିକ ନିଜ ପ୍ରେମିକାକୁ ହତ୍ୟା କରିଦେବା ନିଶ୍ଚୟ ମର୍ମାହତ। ନିକଟରେ ଆମେରିକାରେ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି। ଜଣେ ପ୍ରେମିକ ନିଜ ଏକ୍ସ ଗାର୍ଲଫ୍ରେଣ୍ଡ ଠାରୁ ପ୍ରତିଶୋଧ ନେବାକୁ ତାକୁ ନିର୍ମମ ଭାବେ ହତ୍ୟା କରିଛି। ଆମେରିକା କନେକ୍ଟିକଟରେ ୨୫ ବର୍ଷୀୟ ଜେଭିୟର ଡି ସିଲଭା ରୋଜାସଙ୍କୁ କୋର୍ଟ ୩୦ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି। କାରଣ ଜେଭିୟର ନିଜ ଏକ୍ସ ଗାର୍ଲଫ୍ରେଣ୍ଡଙ୍କୁ ହତ୍ୟା କରିଛନ୍ତି। ଡେଲି ଷ୍ଟାର ରିପୋର୍ଟ ଅନୁଯାୟୀ, କୋର୍ଟରେ କୁହାଯାଇଛି ଯେ ଜେଭିୟର ୨୦୧୯ ଜାନୁଆରୀ ୨୮ ତାରିଖରେ ନିଜ ଗାର୍ଲଫ୍ରେଣ୍ଡ ଭାଲେରୀ ରୋଜଙ୍କ ଘରକୁ ଯାଇଥିଲେ। ଘରକୁ ପ୍ରବେଶ କରିବା ପୂର୍ବରୁ ସେ ନିଜ ଫୋନକୁ ଫ୍ଲାଇଟ ମୋଡ଼ରେ ରଖିଦେଇଥିଲେ। ଘରେ ଦୁହିଁଙ୍କ ମଧ୍ୟରେ ବହୁତ ଝଗଡା ହୋଇଥିଲା। ଝଗଡା ମାରପିଟରେ ପରିଣତ ହୋଇଯାଇଥିଲା। ଯୁବତୀଙ୍କ ମୁଣ୍ଡରେ ଆଘାତ ବାଜିଥିଲା।

ଜାଭିୟର ଭାଲେରୀଙ୍କୁ ଟ୍ୟାପରେ ବାନ୍ଧି ଦେଇଥିଲେ ଓ ଏକ ସୁଟକେଶରେ ଜୀବନ୍ତ ବନ୍ଦ କରିଦେଇଥିଲେ। ସୁଟକେଶକୁ ନେଇ ୧୦ ମାଇଲ ଦୂରକୁ ଗଲେ ଓ ଏକ ଜଙ୍ଗଲୀ ଅଞ୍ଚଳରେ ତାକୁ ଫୋପାଡ଼ି ଦେଇଥିଲେ। ପୋଲିସ ଅନୁଯାୟୀ, ଅଣନିଶ୍ୱାସୀ ହୋଇ ଯୁବତୀଙ୍କ ମୃତ୍ୟୁ ହୋଇଥିଲା। ଦୁଇ ଦିନ ଯାଏଁ ଭାଲେରୀଙ୍କର କୌଣସି ପତା ନ ମିଳିବାରୁ ପରିବାର ଲୋକେ ଥାନାରେ ମାମଲା ରୁଜ୍ଜୁ କରିଥିଲେ। ପୋଲିସ ଜାଭିୟରଙ୍କୁ ପଚରାଉଚୁରା କରିଥିଲା। ଜାଭିୟର କହିଥିଲେ ଯେ ସେ ଶେଷଥର ଯେତେବେଳେ ତାଙ୍କର ଦେଖା ହୋଇଥିଲା ସମ୍ବନ୍ଧ ରଖିବା ସମୟରେ ଭାଲେରୀ ତଳେ ପଡିଯାଇଥିଲେ ଓ ସେ ଆହତ ହୋଇଯାଇଥିଲେ।

ମାମଲାର ପ୍ରାୟ ସପ୍ତାହେ ପରେ ଫେବୃଆରୀ ୫ ତାରିଖରେ ସୁଟକେଶ ଉଦ୍ଧାର ହୋଇଥିଲା ଯେଉଁଥିରେ ଜାଭିୟରର ଡିଏନଏ ମିଳିଥିଲା ଏବଂ ଭାଲେରୀଙ୍କ ନଖରେ ମଧ୍ୟ ଜାଭିୟରର ଡିଏନଏ ନମୁନା ମିଳିଥିଲା। ଇତି ମଧ୍ୟରେ ଜାଭିୟର ଭାଲେରୀଙ୍କ ଲାପଟପ ଓ ଡେବିଟ କାର୍ଡ ଚୋରି କରିନେଇଥିଲା। ସେ ଭାଲେରୀଙ୍କ ଖାତାରୁ ପ୍ରାୟ ୪ ଲକ୍ଷ ଟଙ୍କା ଚୋରି କରିନେଇଥିଲା। ତଦନ୍ତ ପରେ ପୋଲିସ ଜାଭିୟରକୁ ଗିରଫ କରିଥିଲା। ଜାଭିୟର ମଧ୍ୟ ନିଜ ଅପରାଧ ସ୍ୱୀକାର କରିଥିଲା। ସେପ୍ଟେମ୍ବର ୨୩ ତାରିଖରେ କୋର୍ଟ ଜାଭିୟରକୁ ୩୦ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି। ଭାଲେରୀଙ୍କ ମା’ କୋର୍ଟରେ ଅପିଲ କରିଥିଲେ ଯେ ସେ ତାଙ୍କ ଝିଅର ହତ୍ୟାକାରୀକୁ କଠୋର ଦଣ୍ଡ ଦିଅନ୍ତୁ।

Spread

Leave a Reply

Your email address will not be published. Required fields are marked *