ମହାନଦୀରେ ଆସିବ ମଧ୍ୟମ ଧରଣର ବନ୍ୟା : ହୀରାକୁଦ ଜଳସ୍ତର ରହିଛି ୬୨୮.୭୯ଫୁଟ

ଭୁବନେଶ୍ୱର: ମହାନଦୀରେ ଆସିବ ମଧ୍ୟମ ଧରଣର ବନ୍ୟା । ବନ୍ୟା ଆସିଲେ ମଧ୍ୟ ପଡିବନି ବିଶେଷ ପ୍ରଭାବ । ଏବେ ହୀରକୁଦରେ ଜଳସ୍ତର ୬୨୮ ଦଶମିକ ୭୯ଫୁଟ ରହିଛି । ୨୮ଟି ଗେଟ ଦେଇ ଛଡ଼ାଯାଉଛି ପାଣି । ଛତିଶଗଡ଼ ପଟୁ ପାଣି ଆସିବା କମିଛି । ବୈତରଣୀର ଆଖୁଆପଦାରେ ୧୮ ଦଶମିକ ୦୬ ମିଟର, ବ୍ରାହ୍ମଣୀ ଜେନାପୁରରେ ୨୦ ଦଶମିକ ୨୪ ମିଟର ଜଳସ୍ତର ରହିଛି । ରେଙ୍ଗାଲିରୁ ପାଣି ଆସୁଥିବାରୁ ବ୍ରହ୍ମଣୀରେ ଜଳସ୍ତର ବଢିବ । କଟକ ମୁଣ୍ଡଳିରେ କାଲି ସକାଳ ସୁଦ୍ଧା ସାଢେ ୭ ଲକ୍ଷ କ୍ୟୁସେକ୍‌ ପାଣି ପ୍ରବାହିତ ହେବ । ଏବେ ମୁଣ୍ଡଳିରେ ୬ ଲକ୍ଷ ୨୬ ହଜାର କ୍ୟୁସେକ ପାଣି ଯାଉଛି । ବର୍ଷା ନ ହେଲେ ଏପରି ସ୍ଥିତି ଜାରି ରହିବ । ଆଉ ବେଶି ପାଣି ଆସିବନି ବୋଲି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ ସୂଚନା ଦେଇଛନ୍ତି । ପୂର୍ଣ୍ଣିମା ତିଥି ଆଗକୁ ଥିବାରୁ ସମୁଦ୍ର ଜୁଆରି ରହୁଛି । ନଦୀ ମୁହାଣ ଦେଇ ଅଧିକ ପାଣି ସମୁଦ୍ରକୁ ଯାଇପାରୁନି। ଏଥିଯୋଗୁଁ ତଳିଆ ଅଞ୍ଚଳରେ କିଛିଟା ବନ୍ୟା ପରିସ୍ଥିତି ସୃଷ୍ଟି କରିବ ।

Spread

Leave a Reply

Your email address will not be published. Required fields are marked *