ପିପିଲି ଉପନିର୍ବାଚନ : ପ୍ରକାଶ ପାଇଲା କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ବର :  ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜେପି, ବିଜେଡି ପରେ କଂଗ୍ରେସ ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ଦଳ ପକ୍ଷରୁ ପ୍ରକାଶିତ ଏହି ତାଲିକାରେ ଓଡ଼ିଶା ପ୍ରଭାରୀ ଚେଲ୍ଲାକୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରୁଦ୍ର ରାଜୁ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ଚିରଞ୍ଜୀବ ବିଶ୍ବାଳ, ପିସିସି କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କୁ ସାମିଲ କରାଯାଇଛି। ସେହିପରି ଏହି ଷ୍ଟାର ପ୍ରଚାରକ ତାଲିକାରେ ବିପିନ ଦାସ, ରାମଚନ୍ଦ୍ର ଖୁଣ୍ଟିଆ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ସପ୍ତଗିରି ଉଲାକା, ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ମହମ୍ମଦ ମୋକିମ, ଅଧିରାଜ ମୋହନ ପାଣିଗ୍ରାହୀ,ବିଜୟଲକ୍ଷୀ ସାହୁ, ଗଣେଶ୍ବର ବେହେରା, ବନ୍ଦିତା ପରିଡ଼ା, ସତ୍ୟପ୍ରକାଶ ନାୟକ ସ୍ଥାନ ପାଇଛନ୍ତି।

Spread

Leave a Reply

Your email address will not be published. Required fields are marked *