ପିପିଲି ଉପ-ନିର୍ବାଚନ ପାଇଁ ବିଜେପିର ୨୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା

ଭୁବନେଶ୍ୱର : ପିପିଲି ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଏହାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି । ଏଥିରେ ୨୦ ଜଣ ହେଭିୱେଟ୍‌ ନେତାଙ୍କ ନାମ ରହିଛି । ବିଶେଷ କରି ଷ୍ଟାର ପ୍ରଚାରକ ତାଲିକାରେ ୩ କେନ୍ଦ୍ରମନ୍ତ୍ରୀଙ୍କ ନାମ ପ୍ରକାଶ ପାଇଛି । ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଜଳ ସମ୍ପଦ ରାଷ୍ଟ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ଏହି ପ୍ରଚାରକ ଲିଷ୍ଟରେ ସାମିଲ୍‌ କରାଯାଇଛି । ଏଥିସହିତ ବିଜୟପାଲ୍‌ ସିଂହ ତୋମାର, ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ରାଜ୍ୟ ବିଜୋପି ସଭାପତି ସମୀର ମହାନ୍ତି, ରାଷ୍ଟ୍ରିୟ ମୁଖପାତ୍ର ଜୁଏଲ୍‌ ଓରାମ ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ୍‌ ପାତ୍ର ଏବଂ କେଭି ସିଂହଦେଓଙ୍କୁ ଷ୍ଟାର ପ୍ରଚାରକ ଭାବେ ପିପିଲିର ଦ୍ୱାୟିତ୍ୱ ଦେଇଛି ବିଜେପି   

 
 
Spread

Leave a Reply

Your email address will not be published. Required fields are marked *