ଟିକା ନେବାକୁ ଠେଲାପେଲା

ପାଟଣା ଟିକା ପାଇଁ ଲାଇନରେ ପଥର ରଖି ଘଣ୍ଟା ଘଣ୍ଟା ଅପେକ୍ଷା କରିଛନ୍ତି ଲୋକ । ଟିକା ପାଇଁ ଲୋକେ ରାତି ଅଧରୁ ଟିକାକରଣ କେନ୍ଦ୍ରରେ ଅପେକ୍ଷା କରିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ତୁରୁମୁଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ । ମହିଳାମାନେ ଛୋଟ ଛୁଆଙ୍କୁ ନେଇ ଟିକାକରଣ କେନ୍ଦ୍ର ବାହାରେ ଅପେକ୍ଷା କରିବା ଟିକାକରଣ କେନ୍ଦ୍ରର ଅବ୍ୟବସ୍ଥାକୁ ପଦାରେ ପକାଇଛି । କରୋନା ଟିକା ନେବାକୁ ଆସି ଲୋକେ ସାମାଜିକ ଦୂରତା ସମ୍ପୂର୍ଣ୍ଣ ଭୁଲିଯିବା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୋଲିସ ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି । ଅନ୍ୟପଟେ ଟିକାକରଣ ବେଳେ ଟିକାକରଣ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି । ଟାଣ ଖରାରେ ଲୋକେ ଘଣ୍ଟା ଘଣ୍ଟା ଅପେକ୍ଷା କରି ଟିକା ନେଇଛନ୍ତି  । ୫ ଶହ ଟିକାକୁ ୧୫ ଶହ ଲୋକ ଆସିଥିବାରୁ ଟିକା ନନେଇ ଲୋକେ ଘରକୁ ଫେରିଛନ୍ତି । ଆବଶ୍ୟକ ଟିକା ଅନୁସାରେ ସିରଞ୍ଜ ନଥିବାରୁ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ଏଥିପ୍ରତି ସ୍ବାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ଦାବି ହୋଇଛି।

Spread

Leave a Reply

Your email address will not be published. Required fields are marked *