ବସ୍‌-ଟ୍ରକ୍ ମୁହାଁ ମୁହିଁ ଧକ୍କା : ୪ ମୃତ, ୨୫ ଗୁରୁତର

ଇଟାବା : ଉତ୍ତରପ୍ରଦେଶର ଇଟାବା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଉତ୍ତରପ୍ରଦେଶ ସଡକ ପରିବହନ ବସର ଟ୍ରକ ସହ ଧକ୍କା ହୋଇ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ବକେବର ଥାନା ଅନ୍ତର୍ଗତ ସିକ୍ସଲେନ ଜାତୀୟ ରାଜପଥ ବିଜୋଲୀ ଗାଁ ଠାରୁ ଏକ କିଲୋମିଟର ଦୂର କାନପୁରରୁ ଇଟାବା ମାର୍ଗରେ ଉକ୍ତ ବସର ଟ୍ରକର ଧକ୍କା ହୋଇଥିଲା । ଟ୍ରକକୁ ଓଭରଟେକ କରିବା ସମୟରେ ବସଟି ଯିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହାସହ ବସଟି କାନପୁରରୁ ଆଗ୍ରା ଯାଉଥିଲା । ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ । ୪ଜଣ ମୃତକଙ୍କ ଶବକୁ ସ୍ଥାନୀୟ ମେଡିକାଲରେ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଗୁରୁତରମାନଙ୍କୁ ଚିକିତ୍ସା କରାଯାଉଛି । ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫୋରର ଥିଲା ଜଣାପଡ଼ିଛି । ପୁଲିସ କହିବା ଅନୁଯାୟୀ ବସଟି ଟ୍ରକକୁ ଓଭରଟେକ କରିବା କାରଣରୁ ଏହି ଦୁର୍ଘଟଣା ଘଟିଛି ।

Spread

Leave a Reply

Your email address will not be published. Required fields are marked *