କୋଭିଡ ଅନାଥ ନାବାଳିକାଙ୍କୁ ଦାଦା ଖୁଡ଼ିଙ୍କ ନିର୍ଯାତନା

ଭୁବନେଶ୍ୱର : କୋଭିଡ ଅନାଥଙ୍କୁ ନିର୍ଯାତନା ଅଭିଯୋଗ । କୋଭିଡରେ ବାପାଙ୍କୁ ହରାଇବା ପରେ ମାଆ ମଧ୍ୟ ପ୍ରାଣ ହରାଇଥିଲେ । ପରେ ଦାଦାଖୁୁଡ଼ିଙ୍କ ପାଖରେ ରହୁଥିଲେ ନାବାଳିକା। ଅଭିଯୋଗ ଅନୁଯାୟୀ, ନାବାଳିକାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଥିଲେ ଦାଦା ଖୁଡ଼ି। ଟେଲରିଂ କାମ କରି ରୋଜଗାର କରୁଥିବା ଅର୍ଥକୁ ବି ଦାଦା ଛଡ଼ାଇ ନେଉଥିଲେ। ଅଧିକ ଟଙ୍କା ପାଇଁ ଅନେକ ସମୟରେ ନାବାଳିକା ଉପରେ ମାରପିଟ ହେଉଥିଲା। ଏପରିକି ନାବାଳିକାଙ୍କ ବାପାଙ୍କ ସଂପତ୍ତିକୁ ମଧ୍ୟ ଜୋରଜବରଦସ୍ତି ମାଡ଼ି ବସିଥିବା ଅଭିଯୋଗ ହୋଇଛି। ଦାଦାଖୁଡ଼ି ନାବାଳିକାକୁ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ଛାଡ଼ି ଦେଇଥିଲେ। ପରେ କାମ ସନ୍ଧାନରେ ସେ ମଞ୍ଚେଶ୍ୱରର ଏକ ଟେଲରିଂ କାରଖାନାରେ ପହଞ୍ଚିଥିଲା। କାମ ପାଇଁ ନେହୁରା ହେବାରୁ କିଛି ସ୍ଥାନୀୟ ମହିଳା ନାବାଳିକାଙ୍କ ସଂପର୍କରେ ପଚାରି ବୁଝିଥିଲେ। ପରେ ତାର ସମସ୍ୟା ଜାଣିବା ପରେ କୌଣସି ଅଘଟଣ ଆଶଙ୍କାରେ ମଞ୍ଚେଶ୍ୱର ଥାନାରେ ଜଣାଇଛନ୍ତି।

Spread

Leave a Reply

Your email address will not be published. Required fields are marked *