ପ୍ରେମ ପରେ ପ୍ରତାରଣା; ଥାନାର ଦ୍ୱାରସ୍ତ ହେଲେ ସ୍ୱାମୀ

କଟକ: ପ୍ରେମ ବିବାହ କରି ପ୍ରତାରଣାର ଶିକାର ହୋଇଛନ୍ତି କଟକର ଜଣେ ଯୁବକ । ଏଭଳି ଅଭିଯୋଗ  ଆସିଛି କଟକର ମର୍କତ ନଗର ଅଂଚଳରୁ। ସମ୍ପୃକ୍ତ ଯୁବକ ଜଣକ ମୋହିତ ଶର୍ମା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, କଟକର ସିଡିଏ ସେକ୍ଟରରେ ପରିବାର ସହିତ ରହୁଥିବା ମୋହିତ ନଭେମ୍ବର ୨୫ରେ ବାଲେଶ୍ୱରର ସୋନାଲି ଦାସଙ୍କୁ ପ୍ରେମ ବିବାହ କରିଥିଲେ। ଚଉଠି ରାତିରେ ପତ୍ନୀ ସହ ସମ୍ପର୍କ ନରଖିବାକୁ ଫୋନରେ ଧମକ ଦେଇଥିଲା ପ୍ରେମିକ। ଏପରିକି ସୋନାଲିଙ୍କ ଗୁପ୍ତାଙ୍ଗରେ ତା’ ନାମ ଲେଖା ଅଛି ବୋଲି କହିଥିଲା। ଯାହା ପରେ ଏକପ୍ରକାର ଅବାକ୍ ହୋଇଯାଇଥିଲେ ମୋହିତ । ଏହି ଘଟଣାକୁ ନେଇ ସୋନାଲି ଓ ତାର ପରିବାର ଲୋକ ମୋହିତକୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି। ତେବେ ଏନେଇ ମୋହିତ ମର୍କତ ନଗର ଥାନାର ଦ୍ଵାରସ୍ଥ ହୋଇଛନ୍ତି। ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

Spread

Leave a Reply

Your email address will not be published. Required fields are marked *