ଗ୍ରାହକଙ୍କୁ ଠକେଇ ଅଭିଯୋଗରେ ଜେଲ ଗଲେ ଜିନ୍ଦଲ ମୋଟର ମାଲିକ ଓ କର୍ମଚାରୀ

ଦେବଗଡ଼  : ଗ୍ରାହକଙ୍କୁ ଠକେଇ ଅଭିଯୋଗ ରେ ଆଜି ଦେବଗଡ଼ ଥାନା ପୁଲିସ ଦେବଗଡ଼ ସହରରେ ଖୋଲିଥିବା “ଜିନ୍ଦଲ ମୋଟର୍ସ” ର ମାଲିକ ଓ ଜଣେ ସେଲ ଏକଜ୍ୟୁକୁଟିଭ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅଦାଲତରେ ଜାମିନ ନା ମଞ୍ଜୁର ହେବା ରୁ ଉଭୟଙ୍କୁ ଜେଲ ହାଜତ କୁ ପଠାଇ ଦିଆଯାଇଛି l ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦେବଗଡ଼ ପୌରାଞ୍ଚଳ ଲାଲୁସାହି ବାସିନ୍ଦା ଚନ୍ଦ୍ର ଶେଖର ରାଉତ ୨୦୧୯ ମସିହା ମଇ ମାସରେ ଜିନ୍ଦଲ ମୋଟର୍ସ ରୁ ତିରିଶ ହାଜର ଟଙ୍କା ଡାଉନ ପେମେଣ୍ଟ ଦେଇ ଏକ ହିରୋ ହୋଣ୍ଡା ସ୍ପେଲଣ୍ଡାର ବାଇକ ଖର୍ଦୀ କରିଥିଲେ l ମାତ୍ର ଦୀର୍ଘ ବର୍ଷ ଧରି ଉକ୍ତ ଗାଡିର ମାଲିକାନା କାଗଜପତ୍ର ଗ୍ରାହକଙ୍କୁ ନଦେଇ ଦୋକାନ ମାଲିକ ଦିନ ଗଡ଼ାଇ ଚାଲିଥିବା ବେଳେ ଉକ୍ତ ଦୋକାନରେ ସେଲ୍ସ ଏକଜିକ୍ୟୁଟିଭ ଭାବେ କାର୍ଯ୍ୟ କରୁଥିବା ଗୋପୀନାଥ ଓରଫ ଚନ୍ଦନ ଦାଶ ୨୦୨୦ ମସିହା ଅଗଷ୍ଟ ମାସରେ ଶ୍ରୀ ରାଉତଙ୍କୁ ଡାଉନ ପେପେଣ୍ଟ ଫେରାଇ ନୂଆ ଗାଡି ଦେବାର ପ୍ରତିଶୃତି ଦେଇ ଏହାର ସୁଯୋଗରେ ଉକ୍ତ ବାଇକ କୁ ଦେବଗଡ଼ ଥାନା ଅନ୍ତର୍ଗତ ଆମ୍ବୁଲପାଣି ଗ୍ରାମର ଦୁଃଖୁ କିଣ୍ଡୋ (୨୩)ଙ୍କୁ ବିକ୍ରି କରିଥିଲେ l ତେବେ ଦୀର୍ଘଦିନ ଧରି ଉକ୍ତ ଦୋକାନ ମାଲିକ ଦୁଃଖୁଙ୍କୁ ମଧ୍ଯ ଗାଡିର କାଗଜ ପତ୍ର ନଦେଇ ଦିନ ଗଡ଼ାଇ ଚାଲିଥିବା ବେଳେ ଦୁଃଖୁ ଘଟଣା ର କାରଣ ଖୋଜିବା ବେଳକୁ ଗାଡିର ମାଲିକାନା ଜିନ୍ଦଲ ମୋଟର୍ସ ମାଲିକ ଶ୍ରୀ ଅଗ୍ରୱାଲ ଙ୍କ ନାମରେ ଥିବା ଜାଣିବାକୁ ପାଇବା ପରେ ସେ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ l ଏ ନେଇ ଦୁଃଖୁ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଦେବଗଡ଼ ଥାନା ପୁଲିସ ଠକେଇ ସମେତ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଜିନ୍ଦଲ ମୋଟର୍ସ ମାଲିକ ଉମେଶ ଅଗ୍ରୱାଲ ଓ ସେଲ୍ସ ଏକଜ୍ୟୁକୁଟିଭ ଚନ୍ଦନ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ l

Spread

Leave a Reply

Your email address will not be published. Required fields are marked *