ରାଜ୍ୟରେ ଉପର ତଳ ହେଉଛି କରୋନା, ଆଜି ୨୬୦୨ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣ ୧୨ ହଜାରରୁ ହ୍ରାସ ପାଇ ୩ ହଜାରରେ ପହଞ୍ଚିବା ପରେ ଆଶା କରାଯାଉଥିଲା ଖୁବଶୀଘ୍ର ଏହି ସଂଖ୍ୟା ନିମ୍ନସ୍ତରରେ ପହଞ୍ଚିବ । ମାତ୍ର ରାଜ୍ୟରେ କରୋନା କଟକଣା ଲାଗୁ ପରେ ମଧ୍ୟ ୧୫ ଦିନ ଧରି ୩ ହଜାର ପଜିଟିଭ୍ ଚିହ୍ନଟ ହେଉଥିଲା । ଚାରି ଦିନ ହେଲା ୩ ହଜାର ତଳକୁ ଏବେ ସଂକ୍ରମଣ ଖସିଛି । ଗତ ମାସ ୧୪ ତାରିଖରୁ ଏହି ପ୍ରକ୍ରିୟା ଜାରି ରହିଛି । ମାତ୍ର ଅଳ୍ପ ଦିନ ପାଇଁ ଦୈନିକ ସଂକ୍ରମଣ ୩ ହଜାର ତଳକୁ ଖସିଥିଲା । ଏହା ମଧ୍ୟରେ ଆଜି ପୁଣି ୨୬୦୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୪୯୫ ଓ ସ୍ଥାନୀୟ ଅଞ୍ଚଳରୁ ୧୧୦୭ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୨୯ ହଜାର ୭୮୮ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୮ ଲକ୍ଷ ୯୭ ହଜାର ୩୬୨ ରହିଥିବା ବେଳେ ୨୮ ହଜାର ୧୫ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Spread

Leave a Reply

Your email address will not be published. Required fields are marked *