ବିଧବାଙ୍କୁ ପ୍ରେମ ଜାଲରେ ଫସାଇ ୫ ଲକ୍ଷ ଟଙ୍କା ନେଇ ପ୍ରେମିକ ଛୁ

କେନ୍ଦ୍ରାପଡ଼ା : ବିଧବା ମହିଳାଙ୍କ କଷ୍ଟ ଉପାର୍ଜିତ ଧନ ଯାହାକି ନିଜ ପେଟକୁ ନଖାଇ ରଖିଥିଲେ ସେସବୁକୁ ନେଇ ଜଣେ ଫେରାର ହୋଇଯାଇଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ଅସହାୟ ବିଧବା ମହିଳାଙ୍କୁ ପ୍ରେମ କରି ବିବାହ ପ୍ରତିଶୃତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ପରେ ଚାଲବାଜ ପ୍ରେମିକ ଲକ୍ଷାଧିକ ଟଙ୍କା ନେଇ ଫେରାର ଯାହାକି କେନ୍ଦ୍ରାପଡାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ମୁନିସିପାଲିଟି ଅଂଚଳ ଅନ୍ତର୍ଗତ ୧ ନମ୍ବର ୱାର୍ଡରେ। ଜନୈକ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ନିଜ ବାପ ଘରେ ରହି ଆସୁଥିଲେ।ତେବେ ଅସହାୟତାର ସୁଯୋଗ ନେଇ ସେହି ଗ୍ରାମର ଅସିତ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ତାଙ୍କୁ ପ୍ରେମ ଜାଲରେ ଫସାଇ ଦୀର୍ଘ ୪ବର୍ଷ ଧରି ଶାରୀରିକ ସମ୍ପର୍କ ରଖିବା ସହ ବିବାହ କରିବାର ପ୍ରତିଶୃତି ଦେଇ ତାଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହେଇଯାଇଥିବା ନେଇ ଅଭିଯୋଗ ହୋଇଛି ।

Spread

Leave a Reply

Your email address will not be published. Required fields are marked *