ପାୱାରଙ୍କ ବାସଭବନରେ ମନ୍ତ୍ରଣା

ନୂଆଦିଲ୍ଲୀ : ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ତାଙ୍କ ବାସଭବନରେ ବିଭିନ୍ନ ବିରୋଧୀ ଦଳ ନେତା ଏକାଠି ହୋଇ ଆଲୋଚନା କରିଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ଦୃଷ୍ଟିରେ ରଖି ବିଜେପି ବିରୋଧରେ ଏକ ତୃତୀୟ ସାମ୍ମୁଖ୍ୟ ଗଠନ କରିବା ଲକ୍ଷ୍ୟରେ ଏକାଠି ହୋଇଥିଲେ । ବୈଠକରେ ଯୋଗଦେଇଥିବା ନେତାଙ୍କ ମଧ୍ୟରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍‌ଫରେନ୍ସ ନେତା ଫାରୁକ ଅବଦୁଲ୍ଲା, ତୃଣମୂଳ କଂଗ୍ରେସର ଯଶୱନ୍ତ ସିହ୍ନା, ସମାଜବାଦୀ ପାର୍ଟିର ଘନଶ୍ୟାମ ତିୱାରୀ, ରାଷ୍ଟ୍ରୀୟ ଲୋକ ଦଳର ସଭାପତି ଜୟନ୍ତ ଚୌଧୁରୀ, ଆମ୍ ଆଦମୀ ପାର୍ଟିର ସୁଶୀଲ ଗୁପ୍ତା, ସିପିଆଇର ବିନୟ ବିଶ୍ୱମ ଓ ସିପିଏମର ନିଲୋତ୍ପଳ ବସୁ ଅନ୍ୟତମ । ରାଜନେତାଙ୍କ ବ୍ୟତୀତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବଲିଉଡ୍‌?ର ବିଶିଷ୍ଟ ଗୀତିକାର ଜାଭେଦ ଅଖତାର, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏ.ପି.ଶାହ ମଧ୍ୟ ଯୋଗଦେଇଥିବା ଜଣାପଡିଛି । ଅପରପକ୍ଷରେ ପୱାରଙ୍କ ଏଭଳି ଉଦ୍ୟମକୁ ବିଜେପି ପକ୍ଷରୁ ସମାଲୋଚନା କରାଯାଇଛି । ମହାରାଷ୍ଟ୍ରର ବିଜେପି ନେତା କିରିତ୍‌? ସୋମାୟା କହିଛନ୍ତି ଯେ ପୱାର କେନ୍ଦ୍ରରେ କ୍ଷମତାକୁ ଆସିବାକୁ ଦିବାସ୍ୱପ୍ନ ଦେଖୁଛନ୍ତି । ମହାରାଷ୍ଟ୍ରରେ ଏନ୍‌?ସିପି, ଶିବସେନା ଓ କଂଗ୍ରେସର ମେଣ୍ଟ ସରକାର ଦୁର୍ବଳ ହୋଇପଡିଥିବାବେଳେ ପାୱାର କିଭଳି କେନ୍ଦ୍ର ଉପରେ ଦୃଷ୍ଟି ପକାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ପୱାରଙ୍କ ଏଭଳି ଉଦ୍ୟମକୁ ସେତ୍ତମୁଙ୍ଗେରି ଲାଲ କି ହସିିନ ସପନେ’ ବୋଲି ଆଖ୍ୟା ଦେଇଛନ୍ତି ।

Spread

Leave a Reply

Your email address will not be published. Required fields are marked *